ରାଜ୍ୟରେ କରୋନା ଟିକା ଅଭାବ ପଡ଼ିଲାଣି; ବିଭିନ୍ନ ଜିଲ୍ଲାର ୪୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ହେଲା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟିକାର ଅଭାବ ଯୋଗୁଁ ଭ୍ୟାକ୍ସିନେସନ ଲକ୍ଷ୍ୟ ପୂରା କରାଯାଇପାରୁନାହିଁ । ୧୫ ଲକ୍ଷ କୋଭିସିଲଡ଼ ଟିକା ରାଜ୍ୟକୁ ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ।

କୋଭିସିଲ୍ଡ ଟିକାର ଘୋର ଅଭାବ ଦେଖାଦେଇଛି ।

କୋଭିସିଲ୍ଡ ଟିକାର ଘୋର ଅଭାବ ଦେଖାଦେଇଛି ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କୋଭିଡ୍‌ ଟିକାର ଅଭାବ ବି ପରିଲକ୍ଷିତ ହେଉଛି । ଆସନ୍ତା ଦୁଇ ଦିନ ଭିତରେ କୋଭିସିଲଡ୍ ଭାକ୍ସିନ୍ ନ ଆସିଲେ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ । ଟିକା ଅଭାବ ଯୋଗୁଁ ବିଭିନ୍ନ ଜିଲ୍ଲାର ୪୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଗଲାଣି l

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସର୍ବାଧିକ ୧୪୭ ଜଣ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୧୧୮ ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଆହୁରି କଡ଼ାକଡ଼ି ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ଏହା ବି ପଢ଼ନ୍ତୁ | ଏବେ କରୋନା ଭାଇରସ୍ ସହ ‘ପଙ୍ଗା’ ନେବେ କଙ୍ଗନା ରାଣାୱତ; ଏପ୍ରିଲ୍ ୨୩ରେ ଆସୁଛି ‘ଥଲାଇଭି’

‘‘ରାଜ୍ୟର ଦଶଟି ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ଲାଗିଥିବା କର୍ଫ୍ୟୁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଉଛି । ସୀମାବର୍ତ୍ତୀ ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି । ଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ


ସଂକ୍ରମଣ ରୋକିବାରେ ନାଇଟ କର୍ଫ୍ୟୁ ଏକ ମାଧ୍ୟମ ବୋଲି କହିଛନ୍ତି ଡି.ଏମ୍‌.ଇ.ଟି. ନିର୍ଦ୍ଦେଶକ ସି.ବି.କେ. ମହାନ୍ତି । ‘‘ରାତିରେ କ୍ଲବ୍‌ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ୍‌ କର୍ଫ୍ୟୁର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାଇରସ୍‌ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି। କିନ୍ତୁ ରୋଗୀଙ୍କ ପାଇଁ ହସ୍ପିଟାଲର ଆବଶ୍ୟକତା କମ୍‌ ପଡ଼ୁଛି । ଆଇସିୟୁ, ବେଡ଼ ଓ ଭେଣ୍ଟିଲେଟରର ବିଶେଷ ଆବଶ୍ୟକତା ରହୁନି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ସାପ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇକିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ

ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ଟିଟା ଅବାବ ଦେଖାଦେଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଦୁଇ ଦିନ ଭିତରେ କୋଭିସିଲଡ୍ ଭାକ୍ସିନ୍ ନ ଆସିଲେ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | Gold Price: ଏବେ କରନ୍ତୁ ସୁନାରେ ନିବେଶ; ୧ରୁ ମାସରେ ମିଳିବ ଭଲ ଲାଭ; ଦେଖନ୍ତୁ ପଛ ରେକର୍ଡ଼

‘‘ଟିକା ଅଭାବ ଯୋଗୁଁ ବିଭିନ୍ନ ଜିଲ୍ଲାରେ ୪୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଗଲାଣି । ବର୍ତ୍ତମାନ ରାଜ୍ୟରେ ୧,୧୦୩ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ଚାଲିଛି । ଟିକା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ମେଲ୍ ଓ ଚିଠି କରାଯାଇଛି, ମାତ୍ର ସେପଟୁ ଉତ୍ତର ଆସିନାହିଁ,’’ କହିଛନ୍ତି ପାଣିଗ୍ରାହୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ବାଣୀ କପୁର୍: ଗ୍ରାଜୁଏସନ୍ ପରେ ହୋଟେଲ୍ରେ କାମ କଲେ, ତାପରେ ମଡେଲିଂ, ଏବେ ଅଭିନୟ

ଟିକାର ଅଭାବ ଯୋଗୁଁ ଭ୍ୟାକ୍ସିନେସନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରୁନାହିଁ । ୧୫ ଲକ୍ଷ କୋଭିସିଲଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ରଖାଯାଇଛି । ମାତ୍ର ମଙ୍ଗଳବାର ଦିନ ୩ ଲକ୍ଷ ୪୯ ହଜାର ୧୩୦ କୋଭିସିଲଡ୍ ଟିକା ପହଞ୍ଚିଛି । ଏହା ସତ୍ତ୍ୱେ ଆହୁରି କୋଭିସିଲ୍ଡ ଟିକାର ଆବଶ୍ୟକତା ରହିଛି । ବର୍ତ୍ତମାନ ୧ ଲକ୍ଷ ୮୫ ହଜାର କୋଭିସିଲଡ୍ ଟିକା କୋଲଡ୍ ଚେନ ପଏଣ୍ଟରେ ରହିଛି । କୋଭସ୍କିନ ଟିକା ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି ବୋଲି କହିଛନ୍ତି ପାଣିଗ୍ରାହୀ ।



ରାଜ୍ୟର ୧୦ ଟି ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଏବେ କିଛି ବଡ ସହରରେ କର୍ଫ୍ୟୁ ଲଗେଇବା ଉପରେ ଚର୍ଚ୍ଚା ଚାଲିଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଓ ବିଶେଷ କରି ରାଜଧାନୀରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ କର୍ଫ୍ୟୁ ଲାଗିବାର ସମ୍ଭାବନା ବଢ଼ିଛି ।
Published by:Anand S.T. Das
First published: