ଏହି ମାସ ଶେଷ ସୁଦ୍ଧା ରାଜ୍ୟକୁ ଆସିପାରେ କରୋନା ଟିକା; ଏବେ ଟିକାଦାନ କେନ୍ଦ୍ର ଚିହ୍ନଟ ହେଉଛି

ରାଜ୍ୟରେ ଟିକାକରଣ ପାଇଁ ବ୍ଳକ ସ୍ତର ପର୍ଯ୍ୟନ୍ତ ବ୍ୟବସ୍ଥାକୁ ଚୁଡ଼ାନ୍ତ ରୂପ ଦିଆଯାଉଛି । ମେଡ଼ିକାଲ କଲେଜ ଓ ଜିଲ୍ଲା ଚିକିତ୍ସାଳୟ ଠାରୁ ଆରମ୍ଭ କରି ବ୍ଳକ ସ୍ତରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଳୟ ଆଦି ଟିକାଦାନ ପାଇଁ ଚିହ୍ନଟ କରାଯାଉଛି ।

ଏହି ମାସ ଶେଷ ସୁଦ୍ଧା ରାଜ୍ୟକୁ ଆସିପାରେ କରୋନା ଟିକା; ଏବେ ଟିକାଦାନ କେନ୍ଦ୍ର ଚିହ୍ନଟ ହେଉଛି
କରୋନା ଟିକା ହାତର କାନ୍ଧ ତଳ ଡେଣାରେ ଦିଆଯିବ ।
  • News18 Odia
  • Last Updated: January 6, 2021, 5:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏହି ମାସ ଶେଷ ସୁଦ୍ଧା ରାଜ୍ୟକୁ ଆସିପାରେ କରୋନା ଟିକା । ଟିକା ଆସିବା ପୂର୍ବରୁ ୮ ତାରିଖ ସୁଦ୍ଧା ଟିକାଦାନ କେନ୍ଦ୍ର ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି ପରେ ତୃଣମୂଳ ସ୍ତରରେ ତତ୍ପରତା ଦେଖାଦେଇଛି ଓ ଟିକାକରଣ ପାଇଁ ସରକାରଙ୍କ ପ୍ରସ୍ତୁତି ଆଗକୁ ବଢ଼ୁଛି ।

କୋଭିସିଲ୍ଡ଼ ଓ କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ମଞ୍ଜୁରୀ ମିଳି ସାରିଥିବାରୁ ରାଜ୍ୟ ସମେତ ସାରା ଦେଶରେ ଖୁବ୍‌ ଶୀଘ୍ର ହୋଇପାରେ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତୁତ ଡ଼ାଟାବେସ ଅନୁସାରେ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଥମେ ଦିଆଯିବ ଟିକା । ତେଣୁ ଆସନ୍ତା ୮ ତାରିଖ ସୁଦ୍ଧା ଟିକାଦାନ କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରି ଚୂଡ଼ାନ୍ତ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତର ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା

ଟିକାଦାନ କେନ୍ଦ୍ରରେ ଟିକାଦାନ କୋଠରୀ ସହ ଏକ ପ୍ରତୀକ୍ଷାଳୟ ଓ ନୀରିକ୍ଷଣ କୋଠରୀ ରହିବ । ମେଡ଼ିକାଲ କଲେଜ ଓ ଜିଲ୍ଲା ଚିକିତ୍ସାଳୟ ଠାରୁ ଆରମ୍ଭ କରି ବ୍ଳକ ସ୍ତରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଳୟ ଆଦି ଟିକାଦାନ ପାଇଁ ଚିହ୍ନଟ କରାଯିବ । ଟିକାଦାନ ପାଇଁ ଗଠିତ ହୋଇଥିବା ଟାସ୍କ ଫୋର୍ସ କମିଟି ଏ ସବୁ ଦେଖିବା ପରେ ତାଲିକା ଜିଲ୍ଲା ପ୍ରଶାସନକୁ ପଠାଇବେ ।

‘‘ଟିକାକରଣ ପାଇଁ ଆମର ୨୯,୦୦୦ ସେସନ ସାଇଟ ଅଛି । ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି। ସୋମବାର ଦିନ ସ୍ୱାସ୍ଥ୍ୟ ସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖିଛନ୍ତି । ସେମାନେ ଦେଖିବେ ଯେ ସେସନ ସାଇଟରେ ପ୍ରତୀକ୍ଷାଳୟ, ଟିକାଦାନ କେନ୍ଦ୍ର, ନିରୀକ୍ଷଣ ରୁମ ଆଦି ଠିକ ଅଛି ନା ନାହିଁ,’’ କହିଛନ୍ତି ଭ୍ୟାକ୍ସିନ ଇନଚାର୍ଜ ତଥା ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଏହା ବି ପଢ଼ନ୍ତୁ | ୟୁପିରେ ମଧ୍ୟବୟସ୍କ ମହିଳାଙ୍କ ସହ 'ନିର୍ଭାୟା' ପରି କାଣ୍ଡ; ଗ୍ୟାଙ୍ଗ ରେପ୍ ପରେ ପ୍ରାଇଭେଟ ପାର୍ଟରେ ପୂରାଇଲେ ରଡ଼

ଟିକାଦାନ କେନ୍ଦ୍ରରେ ପ୍ରଥମେ ପ୍ରତୀକ୍ଷାଳୟରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ ଓ ଦେଖାଯିବ ସେମାନଙ୍କ ନାଁ ଡାଟାବେସରେ ଅଛି କି ନାହିଁ । ଏହା ପରେ ଟିକାଦାନ କେନ୍ଦ୍ରରେ ସେମାନଙ୍କ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ। ତା’ ପରେ ସେମାନଙ୍କୁ ନିରୀକ୍ଷଣ ରୁମରେ ୩୦ ମିନିଟ ରଖାଯିବ। ଏହା ଭିତରେ ପାର୍ଶ୍ଵ ପ୍ରତିକ୍ରିୟା ନ ଆସିଲେ ସେମାନଙ୍କୁ ଯିବାକୁ ଦିଆଯିବ । ‘‘କରୋନା ଟିକା ହାତର କାନ୍ଧ ତଳ ଡେଣାରେ ଦିଆଯିବ । ଆଶା କରୁଛୁ ଏହି ମାସ ଶେଷରେ ଟିକା ଓଡ଼ିଶା ପହଞ୍ଚିବ,’’ କହିଛନ୍ତି ପାଣିଗ୍ରାହୀ ।

ଦେଖନ୍ତୁ ଫଟୋ | ଯେବେ ପୋପ୍ ଫ୍ରାନସିସ୍ ଜଣେ ବିକିନି ମଡେଲଙ୍କ ଫଟୋକୁ ଲାଇକ୍ କଲେ ହଙ୍ଗାମା ହେଲା…PHOTOS

ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚାନ୍ଦ ଚୗଧୁରୀ କହିଛନ୍ତି, ‘‘ଭୁବନେଶ୍ୱରରେ ୧୮ଟି ପ୍ରମୁଖ ହସ୍ପିଟାଲ ଓ ୨୬ଟି ପିଏସି ଓ ସିଏସିକୁ ଟିକାକରଣ ଲାଗି ଚିହ୍ନଟ କରାଯାଇଛି । ୨୫ରୁ ୨୭ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦେବା ଲାଗି ବ୍ୟବସ୍ଥା କରାଯିବ । ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସବ ସେ ଅନୁସାରେ ଟିକାକରଣ କରାଯିବ । ବୟସ୍କ ଓ ଭଲନରେବଲ ଗୃପର ତଥ୍ୟ ମଧ୍ୟ ବିଏମସି ପାଖରେ ଅଛି ।’’



ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୩ ଲକ୍ଷ ୨୭ ହଜାର ସ୍ବାସ୍ଥ୍ୟ କର୍ମୀଙ୍କ ଡ଼ାଟାବେସ ପ୍ରସ୍ତୁତ କରାଯାଇଛି । ଟିକାକରଣ ପାଇଁ ଡ଼୍ରାଏ ରନ ଶେଷ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରିଞ୍ଜ ଓ ୨୬ଟି ଆଇଏଲଆର ଆସିସାରିଛି । ଖୁବ ଶୀଘ୍ର ଅନ୍ୟ ସରଞ୍ଜାମ ଆସିବ ବୋଲ କୁହାଯାଉଛି । ରାଜ୍ୟରେ ଟିକାକରଣ ପାଇଁ ବ୍ଳକ ସ୍ତର ପର୍ଯ୍ୟନ୍ତ ବ୍ୟବସ୍ଥାକୁ ଚୁଡ଼ାନ୍ତ ରୂପ ଦିଆସରିଲାଣି ବୋଲି କହିଛନ୍ତି ଅଧିକାରୀମାନେ ।
Published by: Anand Shankar Thankur Das
First published: January 6, 2021, 5:40 PM IST
corona virus btn
corona virus btn
Loading