ଆଜି ଠାରୁ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେଉଛି; ଦୈନିକ ୨ ଲକ୍ଷ ଟାର୍ଗେଟ୍
ପ୍ରାଥମିକତା ଭିତ୍ତିରେ ସମ୍ବେଦନଶୀଳ ବର୍ଗର ବ୍ୟକ୍ତିମାନଙ୍କୁ ଟିକାକରଣରେ ଗୁରୁତ୍ୱ ଦିଆଯିବ । ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଦୁଇ ଦିନ ଛୁଟି ଥିଲେ ବି ଟିକାକରଣ ଜାରି ରହିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ଦୁଇ ସପ୍ତାହ ମଧ୍ୟରେ ସମ୍ବେଦନଶୀଳ ବର୍ଗର ବ୍ୟକ୍ତିମାନଙ୍କ ଟିକାକରଣ ସାରିବାକୁ ଲକ୍ଷ ରଖାଯାଇଛି ।
- News18 Odia
- Last Updated: April 1, 2021, 1:46 AM IST
ଭୁବନେଶ୍ୱର: ଓଡ଼ିଶାରେ ସପ୍ତାହେ ହେବ ଦୈନିକ ସଂକ୍ରମଣ ୨୦୦ ପାର କରୁଥିବାରୁ ଚିନ୍ତା ବଢ଼ୁଥିବା ବେଳେ କୋଭିଡ ନିୟମାବଳୀର ଅନୁପାଳନର ସହ ଟିକାକରଣ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଗୁରୁବାର ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେଉଥିବା ବେଳେ ଦୈନିକ ୨ ଲକ୍ଷ ଟାର୍ଗେଟ ରଖାଯାଇଛି। ଦୁଇ ଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଜାରି ରହିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।
ରାଜ୍ୟରେ ଟିକାକରଣର ସ୍ଥିତି ନେଇ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ସହ ରାଜ୍ୟର ଅଧିକାରୀମାନଙ୍କ ଆଲୋଚନା ହୋଇଥିଲା । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲା ବଲାଙ୍ଗୀର, ନୂଆପଡ଼ା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର ଓ ମୟୂରଭଞ୍ଜରେ ସଂକ୍ରମଣ ବଢି଼ବା ସହ ଟିକାକରଣ କମୁଥିବାରୁ ଏହି ଜିଲ୍ଲାକୁ ପ୍ରାଥମିକତା ଦିଆଯିବ ବୋଲି ନ୍ଷ୍ପତ୍ତି ହୋଇଛି ।
ଏହା ବି ପଢ଼ନ୍ତୁ | ୨୪ କ୍ୟାରେଟ୍ ସୁନା କିଣିବାକୁ ଚାହୁଁଛନ୍ତି? ଗୋଲ୍ଡ ବଣ୍ଡରେ ନିବେଶ କରନ୍ତୁ; ଏହାର ଚାହିଦା ବଢ଼ୁଛି
ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଖନନ ସମୟରେ ମିଳିଲା ଏହି ବିଶେଷ ବସ୍ତୁ; ସଂରକ୍ଷିତ ରଖାଯାଇଛି
୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଟିକାକରଣରେ ପ୍ରାଥମିକତା ଭିତ୍ତିରେ ସମ୍ବେଦନଶୀଳ ବର୍ଗର ବ୍ୟକ୍ତି ଯଥା ମାଛ ମାଂସ ବିକ୍ରେତା, ସେଲୁନ ବ୍ୟବସାୟୀ, ଷ୍ଟ୍ରୀଟ୍ ଭେଣ୍ଡର୍, ଅଟୋ ଓ ବସ୍ ଡ୍ରାଇଭର, ବିଦ୍ୟାଳୟ ଓ କଲେଜ ଶିକ୍ଷକ, ରେଷ୍ଟୁରାଣ୍ଟ କର୍ମଚାରୀ ଓ ସିକ୍ୟୁରୀଟି ଗାର୍ଡଙ୍କୁ ଗୁରୁତ୍ୱ ଦିଆଯିବ । ଦୁଇ ସପ୍ତାହ ମଧ୍ୟରେ ଏମାନଙ୍କ ଟିକାକରଣ ସାରିବାକୁ ଲକ୍ଷ ରଖାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଛେଳି ସହିତ ସେଲ୍ଫି ନେଉଥିଲେ ଯୁବତୀ; ଛେଳି ତାଙ୍କୁ ଆକ୍ରମଣ କଲା; VIDEO ଭାଇରାଲ୍ ହେଲା
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ସେସନ୍ ସାଇଟ୍ ସଂଖ୍ୟା ବୃଦ୍ଧି କରିବା ସହ ଦୈନିକ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ବିମାନ ବନ୍ଦରଗୁଡି଼କରେ କୋଭିଡ ନିୟମର ଅନୁପାଳନ କଡ଼ାକଡି଼ କରିବା ପାଇଁ ଡିଜିସିଏର ଚିଠି ପରେ ଅଧିକ ତତ୍ପର ହୋଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କତ୍ତୃପକ୍ଷ ।
ଏହା ବି ପଢ଼ନ୍ତୁ | CBSE ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଭଲ ଖବର ଆସିଛି
‘‘ଆବଶ୍ୟକତା ଅନୁସାରେ ବିମାନ ବନ୍ଦରରେ ଘଣ୍ଟାକୁ ଘଣ୍ଟା କୋଭିଡ ନିୟମ ପାଳନ ପାଇଁ ଘୋଷଣା କରାଯାଉଛି । ଯାତ୍ରୀଙ୍କୁ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉଛି । ଚେୟାର୍ ବ୍ୟବସ୍ଥା କରାଯାଇଛି । ଗତ କାଲି (ମାର୍ଚ୍ଚ ୩୦) ଡିଜିସିଏର ଚିଠି ମିଳିବା ପରେ ସ୍ଥାନୀୟ ପୋଲିସ ସହ ସମନ୍ୱୟ ରକ୍ଷା କରି କାମ କରିବୁ । ବିମାନ ବନ୍ଦର ଭିତରେ ଫାଇନ ଆଦାୟର ବ୍ୟବସ୍ଥା ନାହିଁ । ବି.ଏମ୍.ସି. ସହ ମିଶି କାମ ଚାଲୁଛି । ପାଞ୍ଚଟି ରାଜ୍ୟ ଲୋକଙ୍କ ଉପରେ ଆମେ ନଜର ରଖିଛୁ । ଆବଶ୍ୟକ ପଡ଼ିଲେ ଆର୍.ଟି.ପି.ସି.ଆର୍. ପରୀକ୍ଷା କରୁଛୁ,’’ କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ଭି. ଭି. ରାଓ ।
ଏହା ବି ପଢ଼ନ୍ତୁ | ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ୫ ଲକ୍ଷ ଟଙ୍କା
ପ୍ରାୟ ସପ୍ତାହେ ହେବ ଓଡିଶାରେ ଦୈନିକ ସଂକ୍ରମଣ ୨୦୦ ପାର୍ କରୁଛି । ମାର୍ଚ୍ଚ ୨୫ରେ ୨୧୪ ଜଣ ପଜିଟିଭ୍ ବାହାରିଥିବା ବେଳେ ମାର୍ଚ୍ଚ ୨୬ରେ ୨୩୪ ଜଣ, ମାର୍ଚ୍ଚ ୨୭ରେ ୨୧୦ ଜଣ, ମାର୍ଚ୍ଚ ୨୮ରେ ୨୯୦ ଜଣ, ମାର୍ଚ୍ଚ ୨୯ରେ ୨୦୮ ଜଣ, ମାର୍ଚ୍ଚ ୩୦ରେ ୨୧୮ ଜଣ ଓ ମାର୍ଚ୍ଚ ୩୧ରେ ୨୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଦୀର୍ଘ ଦିନର ରେକର୍ଡ଼ ଭାଙ୍ଗିଛି । ଦିନକୁ ଦିନ ସ୍ଥିତି ଘାତକ ହେଉଥିବା ବେଳେ ଶିକ୍ଷାନୁଷ୍ଠାନ ହଟସ୍ପଟ୍ ପାଲଟିଛି । ସ୍ଥିତି ସୁଧାରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଅଧିକାରୀମାନେ ।
ପ୍ରାୟ ତିନି ମାସ ଧରି ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁଣି ଘାତକ ହେଉଛି ଏହି ମହାମାରୀ । ଏଭଳି ସ୍ଥିତିରେ ଟିକାକରଣ ସହ କୋଭିଡ ନିୟମ ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି ସରକାର ।