ମେ ୧ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ୍
ରାଜ୍ୟ ସରକାରମାନେ ସିଧାସଳଖ କମ୍ପାନିମାନଙ୍କଠାରୁ କରୋନା ଟିକା କିଣିପାରିବେ ଓ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦେବାପାଇଁ ନିଷ୍ପତ୍ତି ନେଇପାରିବେ । ଅଗ୍ରାଧିକାର ବର୍ଗର ଲୋକମାନଙ୍କୁ ପୂର୍ବ ପରି ମାଗଣାରେ ଟିକା ଦିଆଯିବ ।
ହିମାଚଳ ପ୍ରଦେଶରେ କରୋନା ଟିକାକରଣ ଚାଲିଛି । (ଫଟୋ: ଇ.ପି.ଏ.-ଇ.ଏଫ୍.ଇ.)
- News18 Odia
- Last Updated: April 19, 2021, 9:20 PM IST
ନୂଆ ଦିଲ୍ଲୀ: କରୋନା ଟିକା ନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ମେ ୧ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ (Corona Vaccine)। ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସରକାର ଏହି ଘୋଷଣା କରିଛନ୍ତି ।
ଟିକା ଉତ୍ପାଦନକାରୀ କମ୍ପାନୀମାନେ ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କୁ ବିକିବେ । ଟିକା ଉତ୍ପାଦନକାରୀ କମ୍ପାନୀମାନେ ରାଜ୍ୟ ସରକାରଙ୍କୁ ପୂର୍ବ ନିର୍ଦ୍ଧାରିତ ଦରରେ ବିକିପାରିବେ ୫୦ ପ୍ରତିଶତ ଟିକା । ସୋମବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Narendra Modi) ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏହା ବି ପଢ଼ନ୍ତୁ | ୨୪ ତାରିଖରୁ ସାରା ଓଡ଼ିଶାରେ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ୍, କାରଣ କରୋନା ଅଣାୟତ୍ତ ହେଉଛି
ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା
ଟିକା ଉତ୍ପାଦନକାରୀ କମ୍ପାନୀମାନେ ନିଜ ଉତ୍ପାଦନର ୫୦ ପ୍ରତିଶତ ସିଧାସଳଖ ରାଜ୍ୟମାନଙ୍କୁ ଓ ଖୋଲା ବଜାରରେ ବିକ୍ରି କରିପାରିବେ । ରାଜ୍ୟ ସରକାରମାନେ ସିଧାସଳଖ କମ୍ପାନିମାନଙ୍କଠାରୁ ଟିକା କିଣିପାରିବେ ଓ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ (Corona Vaccine for 18 year old age) ଟିକା ଦେବାପାଇଁ ନିଷ୍ପତ୍ତି ନେଇପାରିବେ । ଅଗ୍ରାଧିକାର ବର୍ଗର ଲୋକମାନଙ୍କୁ ପୂର୍ବ ପରି ମାଗଣାରେ ଟିକା ଦିଆଯିବ ।
ଏହା ବି ପଢ଼ନ୍ତୁ | ପିପିଲି Bypoll: ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ
ଭାତରରେ କରୋନା ମହାମାରୀ ଦିନକୁ ଦିନ ବେକାବୁ ହୋଇଚାଲିଛି । ଦିନକରେ ୨,୭୩,୦୦୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୬୧୯ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ଦେଶରେ ଦୈନିକ ସଂକ୍ରମିତ ଓ ମୃତକ ସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ପାଞ୍ଚଟି ରାଜ୍ୟରୁ ବାହାରିଛନ୍ତି । ଏହି ବିସ୍ଫୋରକ ସ୍ଥିତିର ନିୟନ୍ତ୍ରଣ ପାଇଁ ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ଲାଗୁ ହେଉଛି ଛଅ-ଦିନିଆ ଲକ୍ଡାଉନ୍ । ସାରା ଦେଶରେ ଲକ୍ଡାଉନ୍ ହେବାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।
ଏହା ବି ପଢ଼ନ୍ତୁ | କରୋନା ପଜିଟିଭ୍ ହେଲା ଗ୍ୟାଙ୍ଗଷ୍ଟର୍ ହାଇଦର୍; ତାକୁ ଏବେ ରିମାଣ୍ଡରେ ନେବ ନାହିଁ ପୋଲିସ
ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୭୮,୭୬୯କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୧୯,୨୯,୦୦୦ ଟପିଛି । ଏଥିରୁ ସପ୍ତାହକରେ ୧୨ ଲକ୍ଷରୁ ଅଧିକ ନୂଆ ପଜିଟିଭ ବାହାରିଥିବା ବେଳେ ୮,୦୦୦ରୁ ଅଧିକ ଆକ୍ରାନ୍ତ ଆଖି ବୁଜିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ
ମହାରାଷ୍ଟ୍ରରେ ସର୍ବାଧିକ ୬୮,୬୩୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ଉତ୍ତପ୍ର ଦେଶରେ ୩୦,୫୬୬ ନୂଆ କେସ୍ ବାହାରିଥିବା ୧୨୭ ଜଣ ପ୍ରାଣ ହରାଇଛନ୍ତି । ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୨୫,୦୦୦ ଟପିଥିବା ବେଳେ ୧୬୧ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ ।
କର୍ଣ୍ଣାଟକରେ ୧୯,୦୬୭ ଓ କେରଳରୁ ୧୮,୨୫୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଛଡ଼ା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଥିବା ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ୧୨,୦୦୦ରୁ ଅଧିକ ଓ ଗୁଜରାଟ, ରାଜସ୍ଥାନ ଓ ତାମିଲ ନାଡୁରେ ୧୦,୦୦୦ରୁ ଅଧିକ ନୂଆ କରୋନା ସଂକ୍ରମଣ ମାମଲା ଯୋଡି଼ ହୋଇଛି ।






