ଅନେକ ଅପେକ୍ଷାର ଅନ୍ତ: ଆଜି ରାଜ୍ୟର ସବୁ ଜିଲ୍ଲାରେ କରୋନା ଭ୍ୟାକ୍ସିନର ଡ୍ରାଇ ରନ୍ ହେବ
କରୋନା ଟିକାକରଣର ଏହି ଡ୍ରାଇ ରନ୍ ରାଜଧାନୀ ଭୁବନେଶ୍ୱରରେ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତାବ ଦେଇଥିଲା, ହେଲେ ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳୟରେ ଏହାକୁ କରିବାକୁ ରାଜ୍ଯ ସରକାର ଆଗ୍ରହ ପ୍ରକାଶ କରିଥିଲେ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ । (ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 2, 2021, 12:54 AM IST
ଭୁବନେଶ୍ୱର: କୋଭିଡ ଟିକାକରଣ ଆରମ୍ଭ ହେବା ପୁର୍ବରୁ ରାଜ୍ୟରେ ଏହାର ଡ୍ରାଇ ରନ୍ ହେବାକୁ ଯାଉଛି । ଟିକାକରଣ କିଭଳି ସୁରୁଖୁରୁରେ ହେବ ସେ ନେଇ ଜାନୁଆରୀ ୨ ଶନିବାର ଦିନ ରାଜ୍ୟରେ ଏହି ଡ୍ରାଇ ରନ୍ ଆୟୋଜିତ ହେଉଛି । ଏହି ପ୍ରକ୍ରିୟା ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ହେଉଛି ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ । ଏ ନେଇ ବ୍ୟାପକ ପ୍ରସ୍ତୁତି ସରିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଦମ୍ଭୋକ୍ତି ପ୍ରକାଶ କରିଛି । ପୂରା ଦମରେ ପ୍ରସ୍ତୁତି ପ୍ରକ୍ରିୟା ସରିଥିବା ଜଣାପଡ଼ିଛି । ନିର୍ବାଚନ ପ୍ରକ୍ରିୟା ଭଳି ହେବ ଏହି ଟିକାକରଣ ।
ଦେଖନ୍ତୁ ଫଟୋ | ପୂରା ବଚ୍ଚନ ପରିବାର ଏମିତି ସ୍ୱାଗତ କଲେ ନୂଆ ବର୍ଷ ୨୦୨୧କୁ; ବାହାରକୁ ଆସିଲା ଫଟୋ ସବୁ

ଡ୍ରାଇ ରନ୍ ବିଷୟରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହୁଛନ୍ତି ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ‘‘ସମସ୍ତ ଭଲ୍ୟୁଣ୍ଟରଙ୍କ ନାଁ ୱେବସାଇଟରେ ଅପଲୋଡ଼ କରାଯାଇଛି । ଡ୍ରାଏ ରନ ନେଇ ଗତ କାଲି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଛି । ରାଜ୍ଯ ରାଜଧାନୀରେ ଟେଷ୍ଟ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତାବ ଦେଇଥିଲେ, ହେଲେ ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳୟରେ ଡ୍ରାଏ ରନ କରିବାକୁ ରାଜ୍ଯ ସରକାର ଆଗ୍ରହ ପ୍ରକାଶ କରିଥିଲେ । ସ୍ବେଚ୍ଛାସେବୀଙ୍କ ଆଧାର ନମ୍ବର ଦେଖି ଡ୍ରାଏ ରନ କରାଯିବ ।’’
ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: SSC CGLରେ ୬,୦୦୦ରୁ ଅଧିକ ଖାଲି ପଦ ପାଇଁ ବିଜ୍ଞପ୍ତି ବାହାରିଛି; ଆବେଦନ କରନ୍ତୁ
ଶନିବାର ଦିନ ୩୧ଟି ସ୍ଥାନରେ ଡ୍ରାଏ ରନ ହେବ । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟାଳୟ ଓ କ୍ୟାପିଟାଲ ହସ୍ପିଟାଲରେ ଏଥି ପାଇଁ ପ୍ରସ୍ତୁତି ହୋଇଛି । ଗୋଟିଏ କେନ୍ଦ୍ରରେ ୨୫ ଜଣଙ୍କୁ ଏହି ଡ୍ରାଏ ରନରେ ସାମିଲ୍ କରାଯିବ ।
‘‘କରୋନା ଟିକା ରାଜ୍ୟରେ ଆସି ପହଞ୍ଚିଲେ ପ୍ରଥମେ ଏହା ରାଜ୍ୟ ଟିକା ଷ୍ଟୋରରେ ରହିବ । ତା’ ପରେ ସେଠାରୁ ନଅଟି ଆଞ୍ଚଳିକ ଟିକା ଷ୍ଟୋରକୁ ପଠାଯିବ । ଆଞ୍ଚଳିକ ଷ୍ଟୋରରୁ ୩୨ଟି ଜିଲ୍ଳା ଟିକା ଷ୍ଟୋରକୁ ପଠାଯିବ । ସେଠାରୁ ୧,୨୨୨ଟି କୋଲଡ଼ ଚେନ ପଏଣ୍ଟକୁ ପଠାଯିବ ଓ ସେଠାରୁ ୨୯,୨୭୨ଟି ଟିକାକରଣ ସ୍ଥଳକୁ ପଠାଯିବ ବୋଲି ବ୍ୟବସ୍ଥା ହୋଇଛି । ସେଠାରେ ଟିକା ଦିଆଯିବ,’’ କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ଭ୍ୟାକ୍ସିନ ଇନଚାର୍ଜ ଡାକ୍ତର ବିଜୟ ପାଣିଗ୍ରାହୀ ।
ଦେଖନ୍ତୁ ଫଟୋ | Viral PHOTOS: ବର୍ଷର ଅନ୍ତରେ ଶମା ସିକନ୍ଦର୍ ନିଜ ହଟ୍ ଅବତାର ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି
ଡି.ଏମ.ଇ.ଟି. ସିବିକେ ମହାନ୍ତି କହିଛନ୍ତି ଯେ ଶନିବାର ଦିନ ଭ୍ୟାକ୍ସିନର ଡ୍ରାଏ ରନର ସୁପରିଚାଳନା ପାଇଁ ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି । ଟିକାକରଣ ପାଇଁ ରାଜ୍ୟରେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ତିନି ଲକ୍ଷ ୨୬ ହଜାରରୁ ବୃଦ୍ଧି ପାଇ ୩ ଲକ୍ଷ ୩୦ ହଜାରରେ ପହଞ୍ଚିଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା’ ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା
ଡ୍ରାଏ ରନରେ ୮,୨୭୬ ଜଣ ଟିକା କର୍ମୀ ନିୟୋଜିତ ହେବେ । ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି । ୧,୨୨୨ଟି କୋଲଡ ଚେନ ପ୍ରସ୍ତୁତ ହୋଇ ରହିଛି । ଟିକା ନେବା ଆଣିବା ପାଇଁ ୧,୭୯୬ଟି ଆଇଏଲଆର ଓ ୧,୭୭୧ଟି ଡିଫ୍ରିଜର ରହିଛି । ଗୋଟିଏ ରାଜ୍ୟସ୍ତରୀୟ ଟିକାକରଣ ଷ୍ଟୋର ଥିବା ବେଳେ ନଅଟି ଆଞ୍ଚଳିକ ଓ ୩୨ଟି ଜିଲ୍ଲାସ୍ତରୀୟ ଟିକାକରଣ ଷ୍ଟୋର ରହିଛି ।
ପ୍ରତି ଟିକାକରଣ କେନ୍ଦ୍ରରେ ପାଞ୍ଚ ଜଣଙ୍କୁ ନିୟୋଜିତ କରାଯିବ । ସେଠାରେ ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀଙ୍କ ସହ ଜଣେ ଭେରିଫାୟର ଓ ଦୁଇ ଜଣ ସୁପରଭାଇଜର ରହିବେ । ଟିକାକରଣ ସ୍ଥାନରେ ତିନୋଟି ରୁମ୍ ରହିବ – ପ୍ରେକ୍ଷାଳୟ, ନିରୀକ୍ଷଣ ଓ ଟିକାକରଣ ରୁମ୍ । ଟିକାକରଣ ସରିବା ପରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ୩୦ ମିନିଟ ନିରୀକ୍ଷଣରେ ରଖାଯିବ । ଟିକାକରଣ ପରେ ତାଙ୍କୁ ଏକ ସାର୍ଟିଫିକେଟ ଦିଆଯିବ ବୋଲି କହିଛନ୍ତି ଅଧିକାରୀମାନେ ।