କରୋନା ଟିକା ଆସୁଛି: ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲରେ ସମ୍ପନ୍ନ ହେଲା ଡ୍ରାଏ ରନ୍

କରୋନା ଟିକା ଆସିଯିବା ପରେ ସତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଏକ ସାର୍ଟିଫିକେଟ ଦିଆଯିବ ଓ ତାଙ୍କ ମୋବାଇଲ ଫୋନ୍ ନମ୍ବରକୁ ଏକ ମେସେଜ୍ ଆସିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨୭ ହଜାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ ।

କରୋନା ଟିକା ଆସୁଛି: ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲରେ ସମ୍ପନ୍ନ ହେଲା ଡ୍ରାଏ ରନ୍
ରାଜ୍ୟରେ ୨୯ ହଜାର ୨୭୬ଟି ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି ।
  • News18 Odia
  • Last Updated: January 2, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଥିବା କ୍ୟାପିଟାଲ ହସ୍ପିଟାଲରେ ଶନିବାର ଦିନ ସଫଳତାର ସହ ସମ୍ପନ୍ନ ହୋଇଛି କରୋନା ଭାଇରସ୍‌ ଟିକାକରଣର ଡ୍ରାଏ ରନ୍ । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦିନ ୧୦ଟାରୁ ୧୨ଟା ମଧ୍ୟରେ କୋଭିଡ ଭ୍ୟାକ୍ସିନର ଏମିତି ଡ୍ରାଇ ରନ୍‌ କରାଯାଇଛି ।

କ୍ୟାପିଟାଲ ହସପିଟାଲରେ ୨୫ ଜଣଙ୍କୁ ନେଇ ହୋଇଥିବା ଏହି ଡ୍ରାଇ ରନ ସଫଳ ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ଯ ବିଭାଗର ଅଧିକାରୀମାନେ । ଏହି ଡ୍ରାଇ ରନ୍‌ କ୍ୟାପିଟାଲ ହସ୍ପଟାଲର କର୍ମଚାରୀମାନଙ୍କୁ ନେଇ କରାଯାଇଥିଲା । ଜଣେ ଭାକ୍ସିନେଟର, ଜଣେ ଭାକ୍ସିନେସନ ଅଧିକାରୀ, ଜଣେ ଭେରିଫାୟର ଓ ଦୁଇ ଜଣ ସୁପର ଭାଇଜରଙ୍କ ଉପସ୍ଥିତିରେ ଏହା କରଯାଇଥିଲା ।

ଦେଖନ୍ତୁ ଫଟୋ | ଗର୍ଭବତୀ ଅନୁଷ୍କା ଶର୍ମା ବୋଲ୍ଡ ଫଟୋଶୁଟ୍ କଲେ; ପତି ବିରାଟ ପ୍ରଶଂସକମାନେ ପସନ୍ଦ କଲେ

ଡ୍ରାଇ ରନରେ ବ୍ୟବହୃତ ପଦ୍ଧତି ଅନୁସାରେ ଟିକାକରଣ ସ୍ଥଳରେ ଗୋଟିଏ ପ୍ରତୀକ୍ଷାଳୟ, ଗୋଟିଏ ଟିକାକରଣ କକ୍ଷ ଓ ଗୋଟିଏ ନିରୀକ୍ଷଣ କେନ୍ଦ୍ର ରହିବ । ଡ୍ରାଇ ରନ୍‌ ବେଳେ ଡମି ଭ୍ୟାକ୍ସିନ୍ ଦିଆଯାଇଥିଲା । ଟିକା ଦେବା ପରେ ଭାକ୍ସିନେଟର ସେହି ବ୍ୟକ୍ତିଙ୍କୁ କିଛି ଉପଦେଶ ଦେଇ ନିରୀକ୍ଷଣ କକ୍ଷକୁ ପଠାଇଥିଲେ । ଟିକା ନେବା ପରେ ୩୦ ମିନିଟ୍ ସେ ନିରୀକ୍ଷଣରେ ରହିଥିଲେ । ଆଜି ଏ ସବୁର ରିହର୍ଶଲ୍ ହୋଇଥିଲା ।

ରାଜ୍ୟର ବିଭନ୍ନ ସ୍ଥାନକୁ ଟିକା ପଠାଇବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି ।


‘‘କରୋନା ଟିକା ଆସିଯିବା ପରେ ସତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଏକ ସାର୍ଟିଫିକେଟ ଦିଆଯିବ ଓ ତାଙ୍କ ମୋବାଇଲ ଫୋନ୍‌ ନମ୍ବରକୁ ଏକ ମେସେଜ୍‌ ଆସିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨୭ ହଜାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ସେଥି ପାଇଁ ରାଜ୍ୟରେ ୨୯ ହଜାର ୨୭୬ଟି ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି । ୮ ହଜାର ୨୭୬ ଜଣ ଟିକା କର୍ମୀ ଏଥି ପାଇଁ ନିୟୋଜିତ ହୋଇଛନ୍ତି,’’ କହିଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ଦେଖନ୍ତୁ ଫଟୋ | ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ଅଭିନେତ୍ରୀମାନେ କେମିତି ଛୁଟି ବିତାଉଛନ୍ତି Viral Photos

ଯେଉଁମାନେ ଟିକା ନେବେ ସେମାନଙ୍କ ଡାଟା କୋ-ଉଇନ୍ ପ୍ଲାଟଫର୍ମରେ ଅପଲୋଡ୍ ସରିଛି । ପ୍ରତ୍ୟେକ ବ୍ୟକ୍ତି ଦୁଇଟି ଡୋଜ୍ ଟିକା ନେବେ । ଟିକାର ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ ଆଉ ଗୋଟିଏ ଡୋଜ୍ ନେବେ । ପ୍ରଥମ ଦଫାରେ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଏହା ଦିଆଯିବ । ସେମାନେ ହାଇ ରିସ୍କ୍‌ ଜୋନକୁ ଯାଇ ସେବା ଯୋଗାଉଛନ୍ତି । ତେଣୁ ତାଙ୍କୁ ପ୍ରଥମେ ଦିଆଯିବ । ପରେ ସମସ୍ତଙ୍କୁ ଟିକା ମିଳିବ । ଟିକା କେମିତି ରଖାଯିବ ଓ ରାଜ୍ୟର ବିଭନ୍ନ ସେଣ୍ଟରକୁ କିପରି ପଠାଯିବ ତାର ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ ହୋଇସାରିଛି ।

ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା

ଅକ୍ସଫୋଡ ୟୁନିଭର୍ସିଟି ଓ ବ୍ରିଟିଶ ଔଷଧ କମ୍ପାନୀ ଆଷ୍ଟ୍ରାଜେନିକାର କୋଭିଶିଲ୍ଡ ଟିକାକୁ ଅନୁମତି ମିଳିଛି । ଏହି କମ୍ପାନୀ ପାଖରେ ପାଞ୍ଚ କୋଟି ଟିକା ମହଜୁଦ ଅଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ ଏହି ଟିକାକୁ ଅନୁମତି ଦେଇଛି । ଏଥି ପାଇଁ ଟିକା ବିଶେଷଜ୍ଞ କମିଟି ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆକୁ (ଡିସିଜିଆଇ) ସୁପାରିସ କରିଛି । ଏଥି ପାଇଁ କିଛି ସର୍ତ୍ତ ରହିଛି । ଡିସିଜିଆଇର ଅନୁମତି ମିଳିଲେ ୭ରୁ ୧୦ ଦିନ ଭିତରେ ଦେଶରେ ଟିକାକରଣ ଆରମ୍ଭ ହେବ ।



ବ୍ରିଟେନ ଓ ଆର୍ଜେଣ୍ଟିନା ପରେ ଭାରତ କରୋନା ଟିକାକରଣ ଆରମ୍ଭ କରୁଥିବା ତୃତୀୟ ଦେଶ ହେବ । ଭାରତର ଅନୁମତି ମିଳିଲେ ୩୦ କୋଟି ଟିକା ପ୍ରସ୍ତୁତ କରିବ ଅକ୍ସଫୋର୍ଡ଼-ଆଷ୍ଟ୍ରାଜେନେକା । ଡିସେମ୍ବର ୨୮ ଓ ୨୯ରେ ଗୁଜରାଟ, ରାଜସ୍ଥାନ, ଆସାମ ଓ ପଞ୍ଜାବରେ ଡ୍ରାଏ ରନ୍ ସରିଥିଲା ।
Published by: Anand Shankar Thankur Das
First published: January 2, 2021, 11:59 PM IST
corona virus btn
corona virus btn
Loading