ମକର ସଂକ୍ରାନ୍ତି ଆଗରୁ ଆରମ୍ଭ ହୋଇପାରେ କରୋନା ଟିକାକରଣ; ଏହି ସବୁ ଡକ୍ୟୁମେଣ୍ଟ୍ ଦରକାର ହେବ
କରୋନା ଟିକା ନେବା ପାଇଁ ଲୋକଙ୍କୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବ । ଲୋକେ ଏହି ପଞ୍ଜୀକରଣ ନିଜ ଜିଲ୍ଲା ମୁଖ୍ୟାଳୟରେ କରିପାରିବେ । ପଞ୍ଜୀକରଣ କରିବା ସମୟରେ କିଛି ଡକ୍ୟୁମେଣ୍ଟ୍ ବି ଦାଖଲ କରିବାକୁ ପଡ଼ିବ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 5, 2021, 7:10 PM IST
ନୂଆ ଦିଲ୍ଲୀ: ଦେଶରେ କରୋନା ଟିକା (Corona Vaccine) ଦିଆଯିବା କାର୍ଯ୍ୟ ଜାନୁଆରୀ ୧୩ ବା ୧୪ରୁ ଆରମ୍ଭ ହୋଇପାରେ । ଏହା ବିଷୟରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ସଚିବ କହିଛନ୍ତି ଯେ ଡିସିଜିଆଇ (DCGI) ଜାନୁଆରୀ ୩ ତାରିଖରେ କରୋନା ଟିକାକୁ ଅନୁମୋଦନ କରିଛନ୍ତି । ସେହି ସମୟରେ ବି ଆସା ବ୍ୟକ୍ତ କରାଯାଇଥିଲା ଯେ ଦେଶରେ ଟିକାକରଣ ଜଲଦି ଆରମ୍ଭ କରିଦିଆଯିବ । ଯଦି ଏହା ହୁଏ, ତେବେ ଦେଶରେ ମକର ସଂକ୍ରାନ୍ତି ପର୍ବରୁ ହିଁ କରୋନା ଟିକା ପ୍ରୟୋଗ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି ।
ଏହା ବି ପଢ଼ନ୍ତୁ | ସିଟ୍ରେ ବସିବାକୁ ନେଇ ଝଗଡ଼ା ପରେ ହାଇ ସ୍କୁଲ୍ ଛାତ୍ର ନିଜ ସାଥିକୁ କ୍ଲାସ୍ରେ ଗୁଳି ମାରି ହତ୍ୟା କଲା
ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ । ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପଞ୍ଜୀକରଣର ଆବଶ୍ୟକତା ନାହିଁ । ସେମାନଙ୍କର ତଥ୍ୟ ପୂର୍ବରୁ ରେକର୍ଡ଼ ହୋଇସାରିଛି ।
ଏହା ବି ପଢ଼ନ୍ତୁ | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରି ନିଆଁ ଲଗାଇଲେ; ୨୬ ଜଣ ଗିରଫ ହେଲେ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସୋମବାର ସୂଚନା ଦେଇଥିଲେ ଯେ କରୋନା ଟିକା ନେବା ପାଇଁ ଲୋକଙ୍କୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ । ଲୋକେ ଏହି ପଞ୍ଜୀକରଣ ନିଜ ଜିଲ୍ଲା ମୁଖ୍ୟାଳୟରେ କରିପାରିବେ । ପଞ୍ଜୀକରଣ କରିବା ସମୟରେ କିଛି ଡକ୍ୟୁମେଣ୍ଟ୍ ବି ଦାଖଲ କରିବାକୁ ପଡ଼ିବ । ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ହିଁ ଲୋକଙ୍କୁ କରୋନା ଟିକା ଦିଆଯିବ ।
ଏହି ସବୁ ଡକ୍ୟୁମେଣ୍ଟ୍ ଆବଶ୍ୟକ ହେବ:
ଆଧାର କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ / ଭୋଟର ID /
ପାନ୍ କାର୍ଡ଼ / ପାସପୋର୍ଟ / ଜବ୍ କାର୍ଡ଼ / ପେନସନ୍ ଡକ୍ୟୁମେଣ୍ଟ୍ (ଯେକୌଣସି)
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ଼ କିମ୍ବା MNREGA କାର୍ଡ଼
ବ୍ୟାଙ୍କ / ପୋଷ୍ଟ ଅଫିସ୍ ପାସ୍ ବୁକ୍ |
କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପରିଚୟ ପତ୍ର
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ସେଲିବ୍ରିଟିମାନେ କେମିତି ଛୁଟି ବିତାଉଛନ୍ତି – Viral Photos
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କୋ-ୱିନ୍ ନାମକ ଆପ୍ କରୋନା ଟିକା ସହ ଜଡ଼ିତ ପ୍ରତ୍ୟେକ ପ୍ରକ୍ରିୟା ଉପରେ ନଜର ରଖିବ । ଏହା ବ୍ୟତୀତ ଟିକାକରଣ କରିବାକୁ ଥିବା ଲୋକଙ୍କ ତଥ୍ୟକୁ ବି ଏହି ଆପରେ ପଞ୍ଜିକରଣ କରିବାକୁ ପଡ଼ିବ ।
‘‘ଆମେ ଭାରତରେ କୋୱିନ୍ ପ୍ଲାଟଫର୍ମ (CoWin Platform) ନିର୍ମାଣ କରିଛୁ, କିନ୍ତୁ ଏହା ବିଶ୍ୱ ପାଇଁ । ଯେଉଁ ଦେଶ ଏହାକୁ ବ୍ୟବହାର କରିବାକୁ ଚାହିଁବ ଭାରତ ସରକାର ସେମାନଙ୍କୁ ଏଥିରେ ସାହାଯ୍ୟ କରିବେ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ସଚିବ ରାଜେଶ ଭୂଷଣ ।