Corona Vaccination: କାହିଁକି ମିଳିପାରୁନାହିଁ ଭ୍ୟାକ୍ସିନେସନ ପାଇଁ ଆପଏଣ୍ଟମେଣ୍ଟ; ଜାଣନ୍ତୁ ପ୍ରକୃତ କାରଣ
Coronavirus Vaccination: ୧ ମେ'ରୁ ଆରମ୍ଭ ହେଉଥିବା କରୋନା ଭ୍ୟାକ୍ସିନେସନ (Covid-19 Vaccination) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି କିନ୍ତୁ ଭ୍ୟାକ୍ସିନେସନ ପାଇଁ ଟାଇମ ସ୍ଲଟ୍ ମିଳୁନାହିଁ ।
(ପ୍ରତୀକାତ୍ମକ ଛବି)
- News18 Odia
- Last Updated: April 29, 2021, 5:00 PM IST
ନୂଆ ଦିଲ୍ଲୀ: ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାଙ୍କୁ ୧ ମେ' ରୁ କରୋନା ଟିକା (Covid-19 Vaccine) ଲଗାଯିବା ଆରମ୍ଭ କରିବେ । ଯେଉଁଥିପାଇଁ ଏପ୍ରିଲ ୨୮ ରୁ ଅନଲାଇନ୍ ପଞ୍ଜୀକରଣ (Registration) ପକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଲୋକଙ୍କ ସାମ୍ନାରେ ସମସ୍ୟା ହେଉଛି ଯେ ସେମାନେ ଭ୍ୟାକ୍ସିନେସନ ପାଇଁ ସମୟ ଓ ସ୍ଲଟ୍ ପାଉ ନାହାଁନ୍ତି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଘୋଷଣା କରିଛନ୍ତି ।
୪୫ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଅଲଗା ନିୟମ
ପ୍ରକୃତରେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଭିନ୍ନ ନିୟମ କରିଛନ୍ତି । ଏହି ବୟସ ବର୍ଗ ପାଇଁ ରାଜ୍ୟ ସରକାର ଓ ବେସରକାରୀ ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯିବ । ଯେଉଁଥିପାଇଁ ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲ ଗୁଡ଼ିକ ନିଜେ ଟିକା ଉତ୍ପାଦନକାରୀଙ୍କଠାରୁ କରୋନା ଟିକା କିଣିବାକୁ ପଡିବ । କିନ୍ତୁ କେଉଁ ହାରରେ ରାଜ୍ୟ ସରକାରଙ୍କ ଟୀକାକରଣ କେନ୍ଦ୍ର ଓ ବେସରକାରୀ ହସ୍ପିଟାଲ ୪୫ ବର୍ଷରୁ କମ୍ ଲୋକଙ୍କୁ ଟିକା ଦେବେ ଓ ଟିକା ଉପଲବ୍ଧତା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ବ୍ୟକ୍ତିଗତ ଟିକା ନେଇପାରିବେ ନାହିଁ
ଆଇସିଏମଆର ବରିଷ୍ଠ ବୈଜ୍ଞାନିକ ସମୀର ପଣ୍ଡା ନ୍ୟୁଜ ୧୮ ଇଣ୍ଡିଆକୁ କହିଛନ୍ତି ଯେ ଭାରତରେ ଦିଆଯାଉଥିବା ଉଭୟ ଟିକା କୋଭିଶିଲ୍ଡ ଓ କୋଭାକ୍ସିନଙ୍କର ଭିନ୍ନ ସମୟ ବ୍ୟବଧାନ ଅଛି କିନ୍ତୁ ଯଦି ଦ୍ୱିତୀୟ ଡୋଜ ନେବାରେ ୫ ରୁ ୭ ଦିନ ବିଳମ୍ବ ହୁଏ ତେବେ ଚିନ୍ତା କରିବାର କିଛି ନାହିଁ । ଆଇସିଏମଆର ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଡୋଜରେ ଭିନ୍ନ ଟିକା ନେବା ଠିକ୍ ନୁହେଁ । ପ୍ରଥମ ଡୋଜରେ ନିଆଯାଇଥିବା ଟିକା ଦ୍ୱିତୀୟ ଡୋଜରେ ମଧ୍ୟ ଗ୍ରହଣ କରାଯିବା ଉଚିତ୍ ।






