News18 Odia Digital
ନୂଆ ଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ କରୋନା ଟୀକାକରଣ (Vaccination) ମେ' ୧ ତାରିଖରୁ ଆରମ୍ଭ ହେଉଛି । ୧୮ ବର୍ଷରୁ ଅଧିକ ବୟସର ଲୋକମାନେ ମେ' ୧ ରୁ ନିଜର ଟୀକାକରଣ କରିପାରିବେ । ଏଥିସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited) ନିଜର କରୋନା ଟୀକାକରଣ କାର୍ଯ୍ୟକ୍ରମ ଆର-ସୁରକ୍ଷା (R-Surakshaa) ଘୋଷଣା କରିଛି । ଏହା ଅଧୀନରେ ୧୮ ବର୍ଷରୁ ଅଧିକ ସମସ୍ତ କର୍ମଚାରୀ ଓ ଯୋଗ୍ୟ ପରିବାର ସଦସ୍ୟଙ୍କୁ ମେ' ୧ ରୁ ମାଗଣା ଟିକା ଦିଆଯିବ ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର (RIL) ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀ (Mukesh Ambani) ଓ ନିର୍ଦ୍ଦେଶକ ନୀତା ଅମ୍ବାନୀ (Nita Ambani) ରିଲାଏନ୍ସ ପରିବାରର ସମସ୍ତ କର୍ମଚାରୀଙ୍କୁ ଚିଠି ମାଧ୍ୟମରେ ଲେଖିଛନ୍ତି ଯେ ବିନା ବିଳମ୍ବରେ ଏହି ଟୀକାକରଣ ଲାଭ ଉଠାନ୍ତୁ ।
କରୋନା ଟୀକାକରଣର ପ୍ରଥମ ପର୍ଯ୍ୟାୟ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିଲା୧୬ ଜାନୁଆରୀରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ୧୬ ଜାନୁୟାରୀରୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଓ ୨ ଫେବୃଆରୀରୁ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଥିଲା । ୧ ଏପ୍ରିଲରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ କରୋନା ଟୀକାକରଣ ଆରମ୍ଭ କରାଯାଇଥିଲା ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୨,୭୩୦ ନୂତନ ମାମଲା ରେକର୍ଡ ହୋଇଛିଶୁକ୍ରବାର ଦିନ ଗୋଟିଏ ଦିନରେ ଦେଶରେ ୩,୩୨,୭୩୦ ନୂଆ ମାମଲା ରୁଜୁ ହୋଇଥିଲା । ଏହା ସହିତ ଦେଶରେ ସମୁଦାୟ ସଂକ୍ରମଣ ମାମଲା ୧,୬୨,୬୩,୬୯୫ କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁଯାୟୀ ୨୪୬୩ ଜଣ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୧,୮୬,୯୨୦ ରେ ପହଞ୍ଚିଛି । ଏହି ସଂକ୍ରମଣର ଆକଳନ ଶୁକ୍ରବାର ସକାଳ ୮ ଟାରେ ରେକର୍ଡ କରାଯାଇଛି ।
(ପ୍ରତ୍ୟାଖାନ- ନେଟୱାର୍କ ୧୮ ଓ ଟିଭି୧୮ କମ୍ପାନୀଗୁଡିକ ଚ୍ୟାନେଲ / ୱେବସାଇଟ୍ ପରିଚାଳନା କରନ୍ତି । ଯାହା ସ୍ୱାଧୀନ ମିଡିଆ ଟ୍ରଷ୍ଟ ଦ୍ୱାରା ନିୟନ୍ତ୍ରିତ । ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକମାତ୍ର ଲାଭାର୍ଥି ଅଟେ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।