News18 Odia Digita
ଭୁବନେଶ୍ୱର: ସୋମବାରଠାରୁ ଭୁବନେଶ୍ୱରରେ କରୋନା ଟିକା ନେବା ପେଇଁ ସ୍ଲଟ୍ ବୁକିଂ ନ କରି ବି ଲୋକେ ଟିକା ନେଇପାରିବେ। କେବଳ ଆଧାର କାର୍ଡ଼ ଦେଖାଇ ହିତାଧିକାରୀମାନେ ଟିକା ନେବାର ସୁଯୋଗ ପାଇବେ ବୋଲି ଭୁବନେଶ୍ଵର ମହାନଗର ନିଗମ (ବି.ଏମ୍.ସି.) କହିଛି । ଜୁଲାଇ ୩୧ ତାରିଖ ସୁଦ୍ଧା ସବୁ ରାଜଧାନୀ ବାସିନ୍ଦାଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଚି ବି.ଏମ୍.ସି. ।
ଟିକା ନେବା ପାଇଁ ଭୁବନେଶ୍ୱରରେ ଲୋକେ ଅନଲାଇନରେ ସ୍ଲଟ୍ ବୁକିଂ କରୁଥିଲେ ଓ ଇଣ୍ଟରନେଟ୍ ସ୍ଲୋ ଥିଲେ ବାରମ୍ବାର ଚେଷ୍ଟା କରୁଥିଲେ । ପୁଣି ଅନେକ ଥର ସେମାନଙ୍କୁ ସ୍ଲଟ୍ ମିଳୁ ବି ନ ଥିଲା । ହେଲେ ଏବେ ଆଉ କୌଣସି ସ୍ଥାନ ଚୟନ କରି ପଞ୍ଜିକରଣ କରିବା ସହ ଚେକିଂ ବି କରିବା ଦରକାର ନାହିଁ । ଭୁବନେଶ୍ୱରରେ ଟିକାକରଣକୁ ବ୍ୟାପକ ଓ ତ୍ୱରିତ କରିବାକୁ ଓ ଜୁଲାଇ ୩୧ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଥିବା ବି.ଏମ୍.ସି. ଜୁଲାଇ ୫ ତାରିଖଠୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବିନା ସ୍ଲଟ୍ ବୁକିଂରେ ଟିକାକରଣ କରିବ ।
ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛିକ୍ୟାପିଟାଲ୍ ହସପିଟାଲ ସହ ସବୁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭଳି ୧୫ଟି କେନ୍ଦ୍ରରେ କରୋନା ଟିକା ଦିଆଯିବ । ଆବଶ୍ୟକତା ଦୃଷ୍ଟିରୁ ପୂର୍ବରୁ ଯେମିତି ୧୫ଟି ସ୍ଥାନରେ ମୋବାଇଲ୍ କେନ୍ଦ୍ର କରି ଟିକା ଦିଆଯାଉଥିଲା ତାହା ବି ଜାରି ରହିବ । ଏମିତି ମୋଟ ୩୦ଟି କେନ୍ଦ୍ରରେ ଦିଆଯିବ ଟିକା ।

ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଟିକାକରଣର ସ୍ଥିତି
ଏ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷ ବୟସର ୪,୯୬,୪୬୫ ଜଣ ଲୋକ ଟିକାର ପ୍ରଥମ ଡୋଜ୍ ନେଇଥିବା ବେଳେ ଦିତୀୟ ଡୋଜ୍ ନେଇଛନ୍ତି ୧,୬୧,୪୨୧ ଜଣ । ପ୍ରଥମ ଡୋଜ୍ ନେଇଥିବା ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୩,୭୯,୬୪୯ । ଏହି ବୟସ ସୀମାରେ ଦିତୀୟ ଡୋଜ୍ ନେଇଛନ୍ତି ୨,୮୫,୬୬୯ ଜଣ ଲୋକ । ଏ ପର୍ଯ୍ୟନ୍ତ ୩୫,୪୫୩ ଜଣ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ଦିତୀୟ ଡୋଜ୍ ନେଇଛନ୍ତି ୨୭,୬୩୪ ଜଣ ।
ଏହା ବି ପଢ଼ନ୍ତୁ | Petrol ଦର ବୃଦ୍ଧି: ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କୋର୍ଟରେ କେସ୍ ରୁଜୁ ହେଲା୫୫,୫୩୨ ଜଣ ଆଗ ଧାଡି଼ର କର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ଦିତୀୟ ଡୋଜ୍ ନେଇଛନ୍ତି ୪୧,୨୩୮ ଜଣ । ବି.ଏମ୍.ସି.ର ସୂଚନା ଅନୁଯାୟୀ ରାଜଧାନୀରେ ଏବେ ଜନସଂଖ୍ୟା ୧୦.୯୭ ଲକ୍ଷ ଥିବା ବେଳେ ସେଥିରୁ ୯,୯୭,୧୯୪ ଜଣଙ୍କୁ କରୋନା ଟିକା ଦେବାର ଯୋଜନା ହୋଇଥିଲା । ରବିବାର ସୁଦ୍ଧା ୯,୬୭,୦୯୯ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି । ଏଥିରୁ ୫,୧୫,୯୭୧ ଜଣ ଦିତୀୟ ଡୋଜ୍ ଟିକା ବି ନେଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୪,୮୩,୦୭୦ ଡୋଜ୍ ଟିକା ଡିଆସରିଛି ।

ଏହି ସବୁ ସ୍ଥାନରେ ମିଳିବ ଟିକା ।
ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ତ ଗର୍ଭବତୀ ନ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କରଯଦିଓ ବିନା ସ୍ଲଟ୍ ବୁକିଂରେ ଟିକା ଦେବାର ଯୋଜନାକୁ ରାଜଧାନୀ ବାସିନ୍ଦାମାନେ ସ୍ଵାଗତ କରିଛନ୍ତି, ଏହାର ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ସେମାନେ । ‘‘ଗହଳି ଯେମିତି ହେବନି ଓ ସାମାଜିକ ଦୂରତା ରହିବ, ଆଉ ଅବୁଝା ଲୋକେ କେମିତି ବୁଝି ଶୁଝି ଆସି ଟିକା ନେବେ ତା’ର ପୂରା ବ୍ୟବସ୍ଥା ହେବା ଉଚିତ । ଏ ସବୁ ଉପରେ ଭୁବନେଶ୍ଵର ମହାନଗର ନିଗମ ଗୁରୁତ୍ୱ ଦେବା ଉଚିତ,’’ କହିଛନ୍ତି ଭୁବନେଶ୍ୱର ବାସିନ୍ଦା ମୈତ୍ରୀ ମୋନାଲି ।
ସବୁ ଟିକାକରଣ କେନ୍ଦ୍ରରେ ପ୍ରଥମ ଓଳିରେ କନିଷ୍ଠ ଓ ଦିତୀୟ ଓଳିରେ ବରିଷ୍ଠମାନଙ୍କୁ ଟିକା ଦିଆଯିବ । ୫୦-୫୦ ଆଧାରରେ ଟୋକନ୍ ଦିଆଯିବ ଓ ଲାଇନରେ ଠିଆ ହୋଇ ଟିକା ନେବେ ଲୋକେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।