ବିଏମସିର ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ
News18 Odia Digital
ଭୁବନେଶ୍ବର: ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଇତିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୩୦୦ ପାର କରିଛି ସଂକ୍ରମଣ ସଂଖ୍ୟା। ଯାହାକୁ ଦୃଷ୍ଟିରେ ରଖି ବିଏମସି ଅଞ୍ଚଳରେ କୋଭିଡ ନିୟନ୍ତ୍ରଣ ଲାଗି ଗତ କିଛି ଦିନ ହେବ ବିଭିନ୍ନ ପଦକ୍ଷେପ ନିଆଯାଉଛି।
ଗତକାଲି ବିଏମସି ଅଞ୍ଚଳରେ ଥିବା ୬୦ଟି ଘରୋଇ ଓ ସରକାରୀ ସ୍କୁଲ କର୍ତ୍ତୃପକ୍ଷ ଓ ବି.ଇ.ଓ. ଓ ଡ଼ି.ଇ.ଓ.ଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଯେଉଁଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଷ୍ଟାଫମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୧୨ ରୁ ୧୭ ବର୍ଷ ପିଲାଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଦେବାକୁ କୁହାଯାଇଛି।
ବର୍ତ୍ତମାନ ସୁଦ୍ଧା ସ୍କୁଲରେ ମାତ୍ର ୫୪% ଟିକା ଦିଆଯାଇପାରିଛି। ଆଗକୁ ପ୍ରତି ସ୍କୁଲରେ ବିଏମସି ପକ୍ଷରୁ ଟିକାକରଣ କରାଯିବ। ୧୫ ଦିନ ଭିତରେ ସମସ୍ତ ଟିକାକରଣ ସାରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ବିଏମସିର ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।