ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଓଡ଼ିଶାରେ ଭୟଙ୍କର ହେଉଛି Coronaର ପ୍ରକୋପ, କିନ୍ତୁ ଏ ଯାଏଁ ମିଳିନି ଟ୍ରିପଲ୍‌ ମ୍ୟୁଟାଣ୍ଟ୍‌ ଭ୍ୟାରିଆଣ୍ଟ୍‌

ଓଡ଼ିଶାରେ ଭୟଙ୍କର ହେଉଛି Coronaର ପ୍ରକୋପ, କିନ୍ତୁ ଏ ଯାଏଁ ମିଳିନି ଟ୍ରିପଲ୍‌ ମ୍ୟୁଟାଣ୍ଟ୍‌ ଭ୍ୟାରିଆଣ୍ଟ୍‌

ପଶ୍ଚିମ ବଙ୍ଗ, ଦିଲ୍ଲୀ ଓ ଛତିଶଗଡ଼ରେ କରୋନା ଭୂତାଣୁର ଏହି ଭୟାନକ ରୂପ ଚିହ୍ନଟ ହୋଇଛି ଓ ଅତି ତୀବ୍ର ଗତିରେ ବ୍ୟାପୁଥିବା ଦେଖିବାକୁ ମିଳୁଛି । ଓଡ଼ିଶାକୁ ଏହା ଏ ପର୍ଯ୍ୟନ୍ତ ଆସି ନ ଥିଲେ ବି ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି ।

ଓଡ଼ିଶାରେ ଭୟଙ୍କର ହେଉଛି Coronaର ପ୍ରକୋପ, କିନ୍ତୁ ଏ ଯାଏଁ ମିଳିନି ଟ୍ରିପଲ୍‌ ମ୍ୟୁଟାଣ୍ଟ୍‌ ଭ୍ୟାରିଆଣ୍ଟ୍‌
ଏ ପର୍ଯ୍ୟନ୍ତ ଦେଶରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆସରିଲାଣି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 24, 2021, 8:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଦିନକୁ ଦିନ ଆହୁରି ଭୟଙ୍କର ହେଉଛି । ଲଗାତର ବଢ଼ି ଚାଲିଛି ରାଜ୍ୟରେ ଦୈନିକ ସଂକ୍ରମଣ ।  ହଟସ୍ପଟ୍‌ ପାଲଟିଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲା । ହେଲେ ଏ ପର୍ଯ୍ୟନ୍ତ ଏକ ବଡ଼ ଆଶ୍ୱସ୍ତିର କଥା ଏହା ଯେ ରାଜ୍ୟରେ ଚିହ୍ନଟ ହୋଇନାହିଁ କରୋନା ଭାଇରସର ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ (Corona Virus triple mutant variant) ।

ପଶ୍ଚିମ ବଙ୍ଗ, ଦିଲ୍ଲୀ ଓ ଛତିଶଗଡ଼ରେ କରୋନା ଭୂତାଣୁର ଏହି ଭୟାନକ ରୂପ ଚିହ୍ନଟ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହା ଏ ପର୍ଯ୍ୟନ୍ତ ଆସିନାହିଁ ବୋଲି କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଅନ୍ୟ କେତେକ ରାଜ୍ୟରେ କରୋନା ଭୂତାଣୁର ଏହି ନୂଆ ରୂପ ଅତି ତୀବ୍ର ଗତିରେ ବ୍ୟାପୁଥିବା ଦେଖିବାକୁ ମିଳୁଛି । ଏହାକୁ କୋଭିଡ୍‌ ଟିକା ରୋକି ପାରିବ କି ନାହିଁ ତା’ର ଅନୁଧ୍ୟାନ ଚାଲିଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

‘‘ଓଡ଼ିଶାରେ କରୋନା ଟିକାର ପ୍ରଥମ ଡୋଜ୍‌ ନେବା ପରେ ପାଖାପାଖି ୫୦ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଦ୍ବିତୀୟ ଡୋଜ୍ ଟିକା ନେବା ପରେ ସଂକ୍ରମଣ ଆଶଙ୍କା ଖୁବ୍ କମ୍ ଅଛି । ଓଡ଼ିଶାରେ ଏ ପର୍ଯ୍ୟନ୍ତ ୫୪ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆସରିଲାଣି,’’ କହିଛନ୍ତି ଡଃ ପାଣିଗ୍ରାହୀ ।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ


ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ଭୟାବହ ହେଉଥିଲେ ବି ନିୟନ୍ତ୍ରଣରେ ରହିଛି । ପଶ୍ଚିମ ବଙ୍ଗରୁ ଯେଉଁମାନେ ଫେରୁଛନ୍ତି ସେମାନେ କ୍ୱାରେଣ୍ଟାଇନରେ ରହିବେ । ଏବେ କୋଭିଡ ପାଇଁ ରାଜ୍ୟରେ ୧୧ ହଜାରରୁ ଅଧିକ ବେଡ଼ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଜାରି ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ୍ ମେ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ

‘‘ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୨,୭୦୦ ରୋଗୀ ବେଡରେ ରହି ଚିକିତ୍ସିତ ହେଉଛନ୍ତି । ଆବଶ୍ୟକତା ଅନୁସାରେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ।  ହସ୍ପିଟାଲ ପାଇଁ ଘର ଚିହ୍ନଟ ହୋଇ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ରୋଗୀ ଅନୁସାରେ ଆଇସିୟୁ ବେଡ଼ ଅଧିକ ରହିଛି,’’ କହିଛନ୍ତି ମିଶ୍ର ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

ରାଜ୍ୟରେ ଅକ୍ସିଜେନର ବି ଅଭାବ ନାହିଁ ବୋଲି ସେ କହିଛନ୍ତି । ଓଡି଼ଶା ଏବେ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ସମେତ ଦିଲ୍ଲୀ ଆଦି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଦେଉଛି । ଆଗକୁ ୫୦ ହଜାର ଟେଷ୍ଟ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ମିଶ୍ର ।

ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର


ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଏ ପର୍ଯ୍ୟନ୍ତ ଦେଶରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆସରିଲାଣି । ଏପ୍ରିଲ ୩୦ ତାରିଖ ପରଠାରୁ ଆଉ ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଟିକା ଦେବେ ନାହିଁ । ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ଘରୋଇ ହସ୍ପିଟାଲଗୁଡ଼ିକ ଟିକା କିଣିବେ । କୋଭିସିଲ୍‌ଡ ଟିକାର ଦାମ ୬୦୦ ଟଙ୍କା ସ୍ଥିର କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ

ସପ୍ତାହାନ୍ତ ସଟଡାଉନ୍ ଯୋଗୁଁ ଶନିବାର ଓ ରବିବାର ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ପୁଣି ସୋମବାରଠାରୁ ଚାଲୁ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ଟିକା ଅଭାବ ଯୋଗୁଁ ଏବେ ରାଜ୍ୟରେ ୮୦୦ ସେଣ୍ଟର୍‌ ବନ୍ଦ ରହିଛି । ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ଏଥି ପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ ସ୍ଥିର କରିବେ, ତାହା ପାଳନ କରାଯିବ ବୋଲି ସେ କହିଛନ୍ତି ।

ଶୁକ୍ରବାର ଦିନ ଓଡ଼ିଶାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ପୁଣି ୬,୦୦୦ ଟପିଛି । ଏଥି ସହ ଆଠ ଜଣଙ୍କ ଜୀବନ ନେଇଛି ଏହି କିଲର୍‌ ଭାଇରସ । ରାଜ୍ୟରେ ଶୁକ୍ରବାର ଦିନ ୬,୨୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୩,୫୭୫ ଜଣ ଓ ବାହାରୁ ୨,୫୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ଅଭିନେତା ଶାହିଦ କପୁର୍ଙ୍କ ମାନୀଳିମା ଅଜିମ୍କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?

ଖୋର୍ଦ୍ଧା ଜିଲ୍ଲାକୁ ନେଇ ବଢ଼ିଛି ଚିନ୍ତା । ଖୋର୍ଦ୍ଧାରୁ ଶୁକ୍ରବାର ଦିନ ସର୍ବାଧିକ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତର ଭାବେ ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଶୁକ୍ରବାର ଦିନ ସୁନ୍ଦରଗଡ଼ରୁ ୬୮୪ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୬୮୨ ଜଣ ଓ ଛତିଶଗଡ଼ ସୀମାକୁ ଲାଗିଥିବା ନୂଆପଡ଼ାରୁ ୪୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

ଶୁକ୍ରବାର ଦିନ କଟକରୁ ୩୮୩ ଜଣ, ପୁରୀରୁ ୩୦୬ ଜଣ, ବରଗଡ଼ରୁ ୨୬୮ ଜଣ, ଝାରସୁଗୁଡ଼ାରୁ ୨୬୧ ଜଣ, ସମ୍ବଲପୁରରୁ ୨୬୩ ଜଣ, ନବରଙ୍ଗପୁରରୁ ୨୫୭ ଜଣ ଓ ବଲାଙ୍ଗିରରୁ ୨୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୭୩ ଜଣ, କେନ୍ଦୁଝରରୁ ୧୫୭ଜଣ ଓ ମୟୂରଭଞ୍ଜରୁ ୧୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।



ରାଜ୍ୟର ଅଧା ଜିଲ୍ଲାରେ ଶୁକ୍ରବାର ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହିଛି । ଭଦ୍ରକରେ ୮୬, ଯାଜପୁରରେ ୮୫, ନୟାଗଡ଼ରେ ୮୨, ବାଲେଶ୍ବରରେ ୭୯, ରାୟଗଡ଼ାରେ ୭୦, ଗଞ୍ଜାମରେ ୬୭, ସୋନପୁରରେ ୬୫, ଜଗତସିଂହପୁରରେ ୬୨ ଓ କୋରାପୁଟରେ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Published by: Anand ST Das
First published: April 23, 2021, 4:41 PM IST