ଭୁବନେଶ୍ୱର ଉପକଣ୍ଠରେ ଖୋଲିଲା ଟି.ଏମ୍.ସି.; ଗଲା ବର୍ଷ ଥିଲା ୫୦ଟି ବେଡ୍, ଏ ଥର କିନ୍ତୁ ୩୦ଟି

କୋଭିଡର ପ୍ରଥମ ଲହରୀରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ସଙ୍ଗରୋଧ କେନ୍ଦ୍ର ତିଆରି ହୋଇଥିବା ବେଳେ ଏ ଥର କିନ୍ତୁ ଏକାଧିକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଟି.ଏମ୍.ସି. ଖୋଲାଯିବାର ବ୍ୟବସ୍ଥା ଅଛି ।

ଭୁବନେଶ୍ୱର ଉପକଣ୍ଠରେ ଖୋଲିଲା ଟି.ଏମ୍.ସି.; ଗଲା ବର୍ଷ ଥିଲା ୫୦ଟି ବେଡ୍, ଏ ଥର କିନ୍ତୁ ୩୦ଟି
ଲିଙ୍ଗିପୁର ଗ୍ରାମ ପଞ୍ଚାୟତରେ ଖୋଲିଥିବା ଟି.ଏମ୍.ସି.ର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାରମ୍ବାର ଲକଡାଉନ୍‌ ଓ ସଟଡାଉନ୍‌ ସତ୍ତ୍ୱେ ରାଜ୍ୟରେ କରୋନା ସଂକ୍ରମଣ କମୁ ନ ଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏବେ ବିଭିନ୍ନ ସ୍ଥାନରେ ଟି.ଏମ୍‌.ସି. ଖୋଲାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଳମ୍ବରେ ହେଲେ ବି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଗ୍ରାମ ପଞ୍ଚାୟତର ଜେମା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଏକ ଟି.ଏମ୍‌.ସି. କ୍ଲଷ୍ଟର୍‌ । ଆଖପାଖ ପାଞ୍ଚଟି ଗ୍ରାମ ପଞ୍ଚାୟତରେ କୋଭିଡ଼ ରୋଗୀଙ୍କୁ ସଙ୍ଗରୋଧରେ ରଖିବା ପାଇଁ ଏଠି ବ୍ୟବସ୍ଥା କରାଯାଇଛି ।

କୋଭିଡର ପ୍ରଥମ ଲହରୀରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ସଙ୍ଗରୋଧ କେନ୍ଦ୍ର ବା ଆଇସୋଲେସନ ୱାର୍ଡ଼ ତିଆରି ହୋଇଥିବା ବେଳେ ଏ ଥର କିନ୍ତୁ ଏକାଧିକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଟି.ଏମ୍‌.ସି. ଖୋଲାଯିବାର ବ୍ୟବସ୍ଥା ଅଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

‘‘ଗତ ବର୍ଷ ତୁଳନାରେ ଏ ଥର ବିଳମ୍ବରେ ଆରମ୍ଭ ହୋଇଛି ଏହି କେନ୍ଦ୍ର । କୋଭିଡ଼ ବିଷୟରେ ଲୋକେ ସଚେତନ ଥିବାରୁ ଏଥର ଏଭଳି ଟି.ଏମ୍‌.ସି. ଖୋଲାଯିବାକୁ ବିଳମ୍ବରେ ନିଷ୍ପତ୍ତି ହୋଇଛି । ଗତ ବର୍ଷ ଏଠି ୫୦ରୁ ଅଧିକ ଆଇସୋଲେସନ୍‌ ବେଡର ବ୍ୟବସ୍ଥା ଥିଲା । ଏ ଥର ଏହାକୁ ୩୦କୁ କମାଇ ଦିଆଯାଇଛି,’’ କହିଛନ୍ତି ଏହି କେନ୍ଦ୍ରର ତ୍ୱତାବଧାରକ ଅଜୟ ରାଉତ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’

ସ୍ବାସ୍ଥ୍ୟ କର୍ମୀ ସୁଶାନ୍ତ ଦାସ କହିଛନ୍ତି ଯେ ସରକାରୀ ତତ୍ପରତା କାରଣରୁ ବିଳମ୍ବରେ ହେଲେ ବି ଏହି ଟି.ଏମ୍‌.ସି. ଖୋଲିବା ପାଇଁ ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟକାରୀ କରାଯାଇଛି । ‘‘ଅନେକଙ୍କ ଯୁକ୍ତି ଯେ ଏ ଥର ବିଳମ୍ବରେ ଟି.ଏମ୍‌.ସି. ଖୋଲିବାର କାରଣ ହେଲା କରୋନାକୁ ନେଇ ଜନସଚେତନତା ବୃଦ୍ଧି । କରୋନାର ଲକ୍ଷଣ ପ୍ରକାଶ ପାଇଲେ ପ୍ରାଥମିକ ଭାବେ କେଉଁ ଔଷଧ ସେବନ କରିବା ଉଚିତ୍‌ ଓ ଖାଦ୍ୟପେୟରେ କିପରି ସନ୍ତୁଳନ ରଖିବା ଦରକାର ସେ ନେଇ ଲୋକେ ଅବଗତ ଅଛନ୍ତି । ତେଣୁ ଟି.ଏମ୍‌.ସି.ର ଆବଶ୍ୟକତା କମ୍‌ ହୋଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଏହି ଟି.ଏମ୍‌.ସି. କେନ୍ଦ୍ରରେ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ |ତେହେଲ୍କାସମ୍ପାଦକ ତରୁଣ ତେଜପାଲ ବର୍ଷ ତଳର ରେପ୍ ମାମଲାରେ ଦୋଷମୁକ୍ତ ହେଲେ

ବାରମ୍ବାର ଲକଡାଉନ୍‌ ଓ ସଟଡାଉନ୍‌ ସହ ବିଭିନ୍ନ ସ୍ଥାନରେ ଟି.ଏମ୍‌.ସି. ଆରମ୍ଭ ହୋଇଥିଲେ ମଧ୍ୟ ଏବେ ବି ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିଁ । ବଢୁଥିବା ଟେଷ୍ଟିଂ ସଂଖ୍ୟା ସହ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି ।

ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତା

‘‘ସମୟର ଆବଶ୍ୟକତା ଅନୁସାରେ କରୋନା ଉପରେ ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦି ଯୋଜନା ଉପରେ ସରକାର କାର୍ଯ୍ୟ କରିବା ଉଚିତ । ଅର୍ଥାତ୍ ଜୀବନ ଓ ଜିବୀକାକୁ ଗୁରୁତ୍ୱ ଦେଇ କରୋନା ଉପରେ ନିୟନ୍ତ୍ରଣ ପାଇଁ ଉଦ୍ୟମ ହେବାର ଆବଶ୍ୟକତା ଅଛି,’’ କହିଛନ୍ତି ସାମାଜିକକର୍ମୀ କୃଷ୍ଣଚନ୍ଦ୍ର ନାୟକ ।

ଏହା ବି ପଢ଼ନ୍ତୁ | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ ହେଲା

ଓମସାର ପୂର୍ବତନ ସଭାପତି ଡାକ୍ତର ମଧୁସୂଦନ ମିଶ୍ର କହିଛନ୍ତି, ‘‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଲମ୍ବା ସମୟ ଧରି ମଣିଷ ସହିତ କୋଭିଡ-୧୯ ଭୂତାଣୁ ରହିବ । ସେହି କାରଣରୁ ଏବେ ଠାରୁ ଦୀର୍ଘମିଆଦି ଯୋଜନା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି । ତାହେଲେ ଯାଇ ଯାହା ଉଭୟ ଜୀବନ ଓ ଜୀବିକାର ସୁରକ୍ଷା କରିହେବ ।’’

ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞମାନେ

ରାଜ୍ୟରେ ଏବେ ବି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦,୦୦୦ ଉପରେ ରହୁଛି । ଟେଷ୍ଟିଂ ବଢୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଲୋକମାନଙ୍କର କୋଭିଡ୍‌ ଏସ୍‌.ଓ.ପି. ଅନୁପାଳନରେ ଅନାଗ୍ରହୀ ମନୋଭାବ ହିଁ ଦାୟୀ ବୋଲି ମତ ଉଠୁଛି ।



କୋଭିଡ଼ର ପ୍ରଥମ ସଂକ୍ରମଣର କିଛି ମାସ ଭିତରେ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା କମ୍‌ ହେବା କାରଣରୁ ପୁଣି କୋଭିଡ୍‌ ସଂକ୍ରମଣ ଆସିବ ନାହିଁ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଦ୍ୱିତୀୟ ସଂକ୍ରମଣ ଲହରୀ ଆସିବା ପରେ ଏହା ଘାତକ ସାଜିଥିବାରୁ ଏବେ ତୃତୀୟ ସଂକ୍ରମଣ ଲହରୀର ପ୍ରଭାବକୁ ନେଇ ଆଶଙ୍କା ବଢୁଛି । ଏପରି ସ୍ଥଳେ ଗୋଷ୍ଠୀ ସଂକ୍ରମଣ କିମ୍ବା ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ମିଆଦି ଯୋଜନା ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ଅନେକ ମତ ଦେଇଛନ୍ତି ।
Published by: Anand ST Das
First published: May 23, 2021, 11:36 PM IST