କରୋନା ସଂକ୍ରମଣର ତୃତୀୟ ଲହର ବିଶ୍ବର କେତେକ ଦେଶରେ ଆରମ୍ଭ ହୋଇଗଲାଣି: ଡଃ ପଲ୍‌

Corona third wave may have hit some countries, says Dr VK Paul | ସ୍ଥିତି ସାଙ୍ଘାତିକ ହେବା ଦେଖି ହିମାଚଳ ପ୍ରଦେଶର ସରକାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ କଡ଼ା କଟକଣା ଜାରି କରିଛନ୍ତି । ଦିଲ୍ଲୀରେ ମାର୍କେଟ୍ ଖୋଲାଯିବାରୁ ଲୋକେ ଏତେ ଭିଡ଼ ଲଗାଇଲେ ଯେ ଦିଲ୍ଲୀ ସରକାର କିଛି ମାର୍କେଟ୍ ବନ୍ଦ କରିଦେଲେ ।

କରୋନା ସଂକ୍ରମଣର ତୃତୀୟ ଲହର ବିଶ୍ବର କେତେକ ଦେଶରେ ଆରମ୍ଭ ହୋଇଗଲାଣି: ଡଃ ପଲ୍‌
ଭି.କେ. ପଲ୍ ଓ (ବାମ) ଲଭ୍ ଅଗ୍ରୱାଲ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣର ତୃତୀୟ ଲହର ବିଶ୍ବର କେତେକ ଦେଶରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡକ୍ଟର ଭି. କେ. ପଲ୍ । ସେ କହିଛନ୍ତି ଯେ ବିଗତ କିଛି ଦିନରେ ସମଗ୍ର ବିଶ୍ବରେ ଦୈନିକ ସଂକ୍ରମଣ ପ୍ରାୟ ତିନି ଗୁଣା ବଢ଼ିଯାଇଛି ।

ପୂର୍ବରୁ ଯେଉଁ ସଂକ୍ରମଣ ସଂଖ୍ୟା ସାଢ଼େ ୩ ଲକ୍ଷ ଥିଲା, ଏବେ ତାହା ୯ ଲକ୍ଷ ଉପରେ ରହୁଛି । ଏଥିରୁ ଅନୁମାନ କରାଯାଉଛି ଯେ ବହୁ-ଆଶଙ୍କିତ ତୃତୀୟ ଲହର ଆସି ସାରିଛି । ଆମ ଦେଶରେ କେବେ ତୃତୀୟ ଲହର ଆସିବ ତା ଉପରେ ଚର୍ଚ୍ଚା ନ କରି, ତାକୁ କେମିତି ମୁକାବିଲା କରାଯିବ, ସେ ନେଇ ସତର୍କତା ଅବଲମ୍ବନ କରାଯିବା ଦରକାର ବୋଲି କହିଛନ୍ତି ଡଃ ପଲ୍‌ ।

ଏହା ବି ପଢ଼ନ୍ତୁ | ରଥ ଯାତ୍ରା ଥର ବି ଇତିହାସ ଗଢ଼ିଲା; ବିନା ଭକ୍ତରେ ରଥ ଗଡ଼ିଲେ; ପରମ୍ପରା ଅତୁଟ ରହିଲା

‘‘ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆପେ ଆପେ ଆସିବ ନାହିଁ । ଲୋକେ ତାକୁ ଡାକି ଡାକି ଆଣିବେ । ବହୁ ରାଜ୍ୟ ଲକଡାଉନ୍‌ କଡ଼ାକଡ଼ି କରିଥିଲେ, ହେଲେ ଏବେ କୋହଳ କରିବା ଆରମ୍ଭ କରିଛନ୍ତି । ହଜାର ହଜାର ପର୍ଯ୍ୟଟକ ହିଲ୍ ଷ୍ଟେସନ୍‌ ଯାଉଛନ୍ତି ।  ଏମିତି ସ୍ଥିତି ସଂକ୍ରମଣର ପରିବେଶକୁ ଅଧିକ ସଙ୍ଗୀନ କରୁଛି,’’ କହିଛନ୍ତି ଡଃ ପଲ୍‌ ।

ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀ

ସ୍ଥିତି ସାଙ୍ଘାତିକ ହେବା ଦେଖି ହିମାଚଳ ପ୍ରଦେଶର ସରକାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ କଡ଼ା କଟକଣା ଜାରି କରିଛନ୍ତି । ବଡ଼ ବଡ଼ ସହରରେ ଅଧିକ ଜନବସତି ଥିବା ଅଞ୍ଚଳରେ ଥିବା ମାର୍କେଟ୍ ଖୋଲାଯିବାରୁ ଲୋକେ ଅସମ୍ଭବ ଭିଡ଼ କରୁଛନ୍ତି । ଏହାକୁ ଦେଖି ଦିଲ୍ଲୀ ସରକାର କିଛି ମାର୍କେଟ୍ ବନ୍ଦ କରି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କଟକ: ଛାଡ଼ପତ୍ର ପାଇଁ ବର୍ଷ କୋର୍ଟରେ ଲଢ଼ିବା ପରେ ହାତ ଧରି ଏକାଠି ଘରକୁ ଫେରିଲେ ପତି-ପତ୍ନୀ

‘‘ଜୁଲାଇ ସୁଦ୍ଧା ସଂକ୍ରମଣ ସ୍ଥିତିକୁ ଦେଖିଲେ ପ୍ରଥମ ପାଞ୍ଚଟି ରାଜ୍ୟ ଭିତରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା । କୋଭିଡ୍ ନିୟମ ନ ମାନିବାର ପରିଣତି ପୁଣି ଭୟଙ୍କର ହେବା ଆଶଙ୍କା ଘନେଇଛି । ଲୋକଙ୍କ ବେପରୁଆ ହାବଭାବ ତୃତୀୟ ଲହରକୁ ଆମନ୍ତ୍ରଣ କରିପାରେ,’’ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ଦୁର୍ଘଟଣା ମୃତ୍ୟୁରଭାଇରାଲ୍ ମିଛଉପରେ ବର୍ଷିଲେ

ସେ ଆହୁରି କହିଛନ୍ତି, ‘‘ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଭିଡ଼ ଦେଖିଲେ ଲାଗୁଛି ଯେମିତି ଲୋକେ ଦୁଇ ବର୍ଷର ଜେଲ୍ ସଜା କାଟି ଫେରିଛନ୍ତି । ତୃତୀୟ ଲହରକୁ ନେଇ ପାଣିପାଗ ଭଳି ଆକଳନ କରାଯାଉଛି । ତାହା ନ କରି ଦେଶବାସୀ କୋଭିଡ୍ ଗାଇଡଲାଇନ ପାଳନ କରିବା ଉଚିତ । ତୃତୀୟ ଲହର ପ୍ରକୃତିଠାରୁ ବେଶୀ ଆମ ପ୍ରବୃତ୍ତି ଉପରେ ନିର୍ଭର କରିବ ।’’
Published by: Anand ST Das
First published: July 13, 2021, 8:15 PM IST