ଏବେ ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ମିଳିଯିବ COVID ପରୀକ୍ଷା ରିପୋର୍ଟ; ନୂଆ ସୁବିଧା ଆରମ୍ଭ ହେଲା

ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏହି ରିପୋର୍ଟରେ ଥିବା କ୍ୟୁଆର୍ କୋଡ୍ ଯୋଗେ ପ୍ରାଧିକୃତ ସଂସ୍ଥା ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରୁଛନ୍ତି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରୁଛନ୍ତି ।

  • Share this:
News18 Odia Digital

ଭୁବନେଶ୍ୱର: କୋଭିଡ଼ ଟେଷ୍ଟିଂ ପରେ ଏହାର ରିପୋର୍ଟ ପାଇବା ପାଇଁ ଆଉ ଲୋକଙ୍କୁ ହଇରାଣ ହେବାକୁ ପଡି଼ବନି । ଲୋକଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର ଶନିବାର ଦିନ କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି । ଆଉ ଲୋକଙ୍କୁ ବାରମ୍ବାର ଟେଷ୍ଟିଂ ଲାବରୋଟେରିକୁ ଧାଇଁବାକୁ ପଡ଼ିବନି ।

ବିଭିନ୍ନ କୋଭିଡ-୧୯ ପରୀକ୍ଷା ଯଥା ଆର୍‌.ଟି.ପି.ସି.ଆର୍‌. କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ନିଜ ପଞ୍ଜୀକୃତ ମୋବାଇଲ୍ ଫୋନ୍‌ ନମ୍ବର କିମ୍ବା ଏସ୍‌.ଆର୍‌.ଏଫ୍‌. ଆଇଡି ଦାଖଲ କରି ନିଜ ନମୁନା ପରୀକ୍ଷା ଫଳାଫଳ ଜାଣିପାରିବେ ଓ ଆବଶ୍ୟକ ସ୍ଥଳେ ଏହାକୁ ଡାଉନଲୋଡ୍ ବି କରିପାରିବେ । ସ୍ୱାସ୍ଥ୍ୟ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ରିପୋର୍ଟ ସଂଗ୍ରହ କରିବା ପାଇଁ ଆଉ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏଥି ସହ ଏହି ରିପୋର୍ଟରେ ଥିବା କ୍ୟୁଆର୍‌ କୋଡ୍ ଯୋଗେ ପ୍ରାଧିକୃତ ସଂସ୍ଥା ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ ।

ଏହା ବି ପଢ଼ନ୍ତୁ |ତେହେଲ୍କାସମ୍ପାଦକ ତରୁଣ ତେଜପାଲ ବର୍ଷ ତଳର ରେପ୍ ମାମଲାରେ ଦୋଷମୁକ୍ତ ହେଲେ

“ମହାମାରୀ ବିରୋଧରେ ଲଢ଼େଇରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି । ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ,’’ ଏହି ବ୍ୟବସ୍ଥା ଲୋକାର୍ପିତ କରିବା ଅବସରରେ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାସ୍ତା କଡ଼ରେ ଥିବା ଏହି ଚାଦୋକାନରେ ମିଳୁଛି ,୦୦୦ ଟଙ୍କାରେ ଗୋଟେ କପ୍ ଚା’!

ରାଜ୍ୟବାସୀଙ୍କ ମୂଲ୍ୟବାନ ଜୀବନ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସବୁ ସେବା ମାଗଣାରେ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ । ସେ କହିଛନ୍ତି ଯେ ସରକାର କୋଭିଡ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆର୍‌.ଟି.ପି.ସି.ଆର୍‌. ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ‘‘ସେଠାରେ ଲୋକଙ୍କୁ ପ୍ରତି ଦିନ ସେବା ଯୋଗାଇ ଦିଆଯିବ। ଏହା ଆମର କୋଭିଡ ମହାମାରୀ ବିରୋଧୀ ଲଢେଇରେ ଆହୁରି ଦୃଢତା ଭରିବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

କରୋନା ପରୀକ୍ଷା ରିପୋର୍ଟ ଅତି ସୁବିଧାଜନକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ '5T' ଅଧୀନରେ ଆର୍‌.ଟି.ପି.ସି.ଆର୍‌. ରିପୋର୍ଟ ୱେବସାଇଟ୍ ଆରମ୍ଭ କରାଯାଇଛି । ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଓଟିପି ଦ୍ୱାରା ପଞ୍ଜୀକୃତ ହୋଇଥିବା ମୋବାଇଲ ଫୋନ୍‌ ନମ୍ବରକୁ ରିପୋର୍ଟ ପଠାଯିବାର ବ୍ୟବସ୍ଥା ହୋଇଛି । ଜନସାଧାରଣଙ୍କ ସୁବିଧା ପାଇଁ https://covid19regd.odisha.gov.in/SamplCollectionDetails.aspx ୱେବସାଇଟକୁ https://statedashboard.odisha.gov.in ସହିତ ସଂଯୋଗ କରାଯାଇଛି ।



‘‘ଅନେକ ସମୟରେ ଲୋକେ କୋଭିଡ ରିପୋର୍ଟ ପାଇବା ପାଇଁ ପରୀକ୍ଷା କେନ୍ଦ୍ରରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନର କଠିନ ସମୟରେ ନିଜ ନମୁନା ପରୀକ୍ଷା ରିପୋର୍ଟ ଜାଣିବା ନେଇ ଉତ୍କଣ୍ଠା ରହିବା ସ୍ୱାଭାବିକ ଏବଂ ଲୋକେ ନମୁନା ପରୀକ୍ଷା ପାଇଁ ଦେଇ ସଙ୍ଗେସଙ୍ଗେ ରିପୋର୍ଟ ଆଶା କରୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ଆମେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିଧାସଳଖ ଲୋକଙ୍କୁ ନମୁନା ପରୀକ୍ଷା ରିପୋର୍ଟ ପ୍ରଦାନର ବ୍ୟବସ୍ଥା କରିଛୁ । ଏହି ସୁବିଧା ଗ୍ରାମ ପଞ୍ଚାୟତ ସ୍ତରରେ 'ମୋ ସେବା କେନ୍ଦ୍ର'ରେ ମଧ୍ୟ ଉପଲବ୍ଧ କରାଯାଇଛି,’’ କହିଛନ୍ତି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ର ।
Published by:Anand ST Das
First published:
)}