News18 Odia Digital
ନୂଆ ଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇ.ସି.ଏମ୍.ଆର୍., ICMR) ବୁଧବାର ଦିନ କୋଭିଡ-୧୯ ସଂକ୍ରମଣ ଚିହ୍ନଟ କରିବା ପାଇଁ ଏକ ଘରୋଇ ପରୀକ୍ଷା କିଟ୍ (self test kit) ଅନୁମୋଦନ କରିଛି । ଏହାର ବ୍ୟବହାର ପାଇଁ ଲୋକଙ୍କୁ ପରାମର୍ଶ ବି ଦେଇଛି ଭାରତର ଚିକିତ୍ସା ଗବେଷଣାର ଏହି ସର୍ବୋଚ୍ଚ ସଂସ୍ଥା ।
ଆଇ.ସି.ଏମ୍.ଆର୍.ର ମୁଖ୍ୟ ଡଃ ବଳରାମ ଭାର୍ଗଭ ନିକଟରେ କହିଥିଲେ ଯେ ସରକାର କରୋନା ଭାଇରସର ଦ୍ୱିତୀୟ ଲହରର ଶିକାର ହୋଇଥିବା ଦେଶରେ ପରୀକ୍ଷା କ୍ଷମତା ବୃଦ୍ଧି କରିବାକୁ ଘରେ ଟେଷ୍ଟିଂ ସୁବିଧା କରାଇବା ଉପରେ ଚିନ୍ତା କରୁଛନ୍ତି । ଫଳ ସ୍ୱରୂପ ଏହି ପରୀକ୍ଷା କିଟ୍ ଏବେ ସାମନାକୁ ଆସିଛି । ଏହି କିଟ୍ ଆସନ୍ତା ସପ୍ତାହ ସୁଦ୍ଧା ବଜାରରେ ଉପଲବ୍ଧ ହେବ ଓ ଏହାର ଦାମ୍ ମାତ୍ର ୨୫୦ ଟଙ୍କା ରହିବ ।
ଏହା ବି ପଢ଼ନ୍ତୁ | ଜାଣନ୍ତୁ ଓଡ଼ିଶାରେ ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବାର କାରଣକୋଭିଡ-୧୯ରେ ଦ୍ରୁତ ଆଣ୍ଟିଜେନ ପରୀକ୍ଷା (rapid antigen test, RAT) କରିବା ପାଇଁ ଆଇ.ସି.ଏମ୍.ଆର୍. ପରୀକ୍ଷଣ କିଟ୍ କୋଭିସେଲ୍ଫ ଟିଏମ୍ (ପାଥୋକେଚ୍)କୁ (Coviself) ଅନୁମୋଦନ କରିଛି । ଏହା ପୁଣେର ମାଇଲାବ୍ ଡିସକଭରି ସଲ୍ୟୁସନ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ଆଇ.ସି.ଏମ୍.ଆର୍. ଲୋକଙ୍କୁ ବିନା କାରଣରେ ପରୀକ୍ଷଣ ନ କରିବାକୁ ପରାମର୍ଶ ଦେଇଛି ଓ କହିଛି ଯେ କେବଳ ଲକ୍ଷଣ ଥିବା ଲୋକେ ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ଲୋକେ ଏହାର ବ୍ୟବହାର କରିବା ଉଚିତ । ଯେଉଁମାନେ ଏହି ପରୀକ୍ଷାରେ ପଜିଟିଭ୍ ହୋଇଥିବା ଜଣାପଡ଼ିଛନ୍ତି ସେମାନଙ୍କୁ ସଂକ୍ରମିତ ବୋଲି ଧରାଯିବ ଓ ସେମାନେ ଅନ୍ୟ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।
ଏହା ବି ପଢ଼ନ୍ତୁ | ଓଡ଼ିଆ କ୍ରିକେଟର୍ ପ୍ରଶାନ୍ତ ମହାପାତ୍ରଙ୍କୁ ଛଡ଼େଇ ନେଲା କରୋନା; ୧୦ ଦିନ ତଳେ ବାପାଙ୍କ ଜୀବନ ନେଇଥିଲା; ସଚିନ ତେନ୍ଦୁଲକର ଦୁଃଖିତଆଇ.ସି.ଏମ୍.ଆର୍. ପରାମର୍ଶ ଦେଇଛି ଯେ ଏହି ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷଣରେ ନେଗେଟିଭ୍ ହେଉଥିବା ଲୋକେ ଶୀଘ୍ର ଆର୍.ଟି.ପି.ସି.ଆର୍. ପରୀକ୍ଷା (RTPCR test) କରାଇନେବା ଉଚିତ । ଏହା ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ (RAT) କମ୍ ଭାଇରାଲ୍ ଲୋଡ୍ ଥିବା କିଛି ପଜିଟିଭ୍ ମାମଲା ସାମନାକୁ ଆସେ ନାହିଁ ।
ଏହା ବି ପଢ଼ନ୍ତୁ | ଏ ଥର ଲକ୍ଡାଉନ୍ରେ ବିବାହ ଓ ବ୍ରତ ସମାରୋହରେ ଭୋଜିଭାତ ମନା; ପ୍ୟାକେଟରେ ଦେଇପାରିବେ ଖାଦ୍ୟକୋଭିସେଲ୍ଫ (Coviself) ନାମରେ ଆସିଥିବା ଏହି ପରୀକ୍ଷା କିଟ୍ କେମିତି କାମ କରିବ ଓ ଏହା ଆପଣ କିପରି ବ୍ୟବହାର କରିବେ ଜାଣିନ୍ତୁ ।
ପାହାଚ ୧ – ସ୍ୱାବ୍ ପ୍ୟାକେଟକୁ ତଳୁ ଖୋଲନ୍ତୁ ଓ ସ୍ୱାବକୁ ବାହାର କରନ୍ତୁ । ସ୍ୱାବର ସାମ୍ନା ପଟ ଅଂଶକୁ ସ୍ପର୍ଶ କରନ୍ତୁ ନାହିଁ ।
ପାହାଚ ୨ – ନାକରୁ ନମୁନା ନେବା ପରେ ତାକୁ ପୂର୍ବରୁ ଭର୍ତ୍ତି ହୋଇଥିବା ଏକ ଟ୍ୟୁବରେ ବୁଡ଼ାଇବାକୁ ପଡି଼ବ । ଟ୍ୟୁବକୁ ତଳ ପଟୁ ଦବାନ୍ତୁ ଓ ନାଜାଲ୍ ସ୍ୱାବକୁ ୧୦ ଥର ଘୂରାନ୍ତୁ ଯାହା ଦ୍ୱାରା ଏହା ସୁନିଶ୍ଚିତ ହେବ ଯେ ସ୍ୱାବ୍ ଭରାହୋଇଥିବା ଟ୍ୟୁବର ବଫରରେ ଭଲ ଭାବରେ ବୁଡ଼ିଛି ।
ପାହାଚ ୩ – ପରୀକ୍ଷା ଉପକରଣକୁ ପ୍ୟାକେଟରୁ ଖୋଲିବା ପରେ ତାକୁ ପାଞ୍ଚ ମିନିଟ୍ ମଧ୍ୟରେ ବ୍ୟବହାର କରନ୍ତୁ । ତା’ ପରେ ଟ୍ୟୁବରେ ରଖାଯାଇଥିବା ନମୁନାର ମିଶ୍ରଣକୁ ଦବାଇ ତାକୁ ପରୀକ୍ଷା ଉପକରଣ ଉପରେ ଢାଳନ୍ତୁ ଓ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଫଳାଫଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ୨୦ ମିନିଟ୍ ମଧ୍ୟରେ ଫଳାଫଳ ଦେଖନ୍ତୁ । ଅଧିକ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଫଳାଫଳ ୧୦ରୁ ୧୫ ମିନିଟ୍ ମଧ୍ୟରେ ଉପକରଣରେ ଦେଖାଯିବା ଆରମ୍ଭ କରିବ । ତଥାପି ନେଗେଟିଭ୍ ପରୀକ୍ଷା ଫଳ ଦେଖିବାକୁ ୨୦ ମିନିଟ୍ ଅପେକ୍ଷା କରନ୍ତୁ । ୨୦ ମିନିଟ୍ ପରେ ଦେଖାଯାଉଥିବା ଫଳାଫଳ ସଠିକ୍ ହେବ ନାହିଁ ।
ପାହାଚ ୪ – ଆପଣଙ୍କ ଫୋନରେ ପରୀକ୍ଷା ଫଳାଫଳର ଫଟୋ ନିଅନ୍ତୁ । ଏହା ପରେ Mylab CoveSelfTM ମୋବାଇଲ୍ ଆପରେ ଫଳାଫଳକୁ ବିଶ୍ଳେଷଣ ହେବା ଦେଖିବା ପାଇଁ ଅପେକ୍ଷା କରନ୍ତୁ ।
ଏମିତି ଦେଖନ୍ତୁ ଫଳ:
ଯଦି ଉଭୟ ଗୁଣବତ୍ତା ନିୟନ୍ତ୍ରଣ ରେଖା C (Quality Control Line C) ଓ ଚିହ୍ନଟ ରେଖା (detection line) ଦେଖାଯାଏ, ତାହେଲେ କରୋନା ଭାଇରସ୍ ଆଣ୍ଟିଜେନ୍ ମିଳିବ ଓ ଫଳାଫଳ ପଜିଟିଭ୍ ହେବ । ଯଦି କେବଳ ଗୁଣବତ୍ତା ନିୟନ୍ତ୍ରଣ ରେଖା C ଦେଖାଯାଏ ଓ ପରୀକ୍ଷା ରେଖା ୪୧ ଦେଖାଯାଉନି, ତେବେ ଫଳାଫଳ ନେଗେଟିଭ୍ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।