ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ସରକାର; କାରଣ ବେକାବୁ କରୋନା

ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ସରକାର; କାରଣ ବେକାବୁ କରୋନା

ରାଜ୍ୟରେ ଦୁଇ ମାସ ପରେ ଲଗାତର ଦ୍ବିତୀୟ ଦିନ ପାଇଁ ୨୦୦ ଟପିଛି କରୋନା ପଜିଟିଭ୍‌ ଲୋକଙ୍କ ସଂଖ୍ୟା । ସେଇଥି ପାଇଁ ଧାର୍ମିକ ଓ ସାଂସ୍କୃତିକ ସମାବେଶ ନିଷେଧ କରାଯାଇଛି । ହୋଲି ପାଳନ ଉପରେ ବି ଲାଗିଛି କଟକଣା ।

ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ସରକାର; କାରଣ ବେକାବୁ କରୋନା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 26, 2021, 4:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଧୀରେ ଧୀରେ ପୁଣି ବେକାବୁ ହେବା ଆରମ୍ଭ କରୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସରେ ରାଜ୍ୟରେ ପଡ଼ୁଥିବା ସର୍ବସାଧାରଣ ପର୍ବପର୍ବାଣିର ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ପର୍ବ ପାଳନ ଉପରେ ସ୍ପେସାଲ୍‌ ରିଲିଫ୍‌ କମିଶନର (SRC) ପ୍ରଦୀପ ଜେନା କଟକଣା ଘୋଷଣା କରିଛନ୍ତି ।

ଗୁଡ୍‌ ଫ୍ରାଇଡେ, ଇଷ୍ଟର୍‌, ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା ଆଦି ପର୍ବ ସର୍ବସାଧାରଣରେ ପାଳିତ ହୋଇପାରିବ ନାହିଁ (Odisha festivals ban) । ଦଣ୍ଡଯାତ୍ରା ଓ ରାମନବମୀ ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । କୋଭିଡ ଦୃଷ୍ଟିରୁ ଧାର୍ମିକ ଓ ସାଂସ୍କୃତିକ ସମାବେଶ ନିଷେଧ କରାଯାଇଛି । କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ ନିୟମ ମାନି ଧାର୍ମିକ ସ୍ଥଳରେ ପୂଜା କରିହେବ । ହୋଲି କଟକଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ବିନ୍‌ ସିଟି ଭୁବନେଶ୍ୱର-କଟକର ପୋଲିସ  କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ (Police Commissioner Soumendra Priyadarshi)।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗ ଆସାମ ନିର୍ବାଚନ ପାଇଁ ସରିଲା ପ୍ରଚାର; ଅନେକ ଆସନରେ ସିଧାସଳଖ ଲଢ଼େଇ ହେବ

‘‘ସରକାରଙ୍କ କୋଭିଡ଼ ଗାଇଡଲାଇନ ଅନୁସାରେ ହୋଲି ଉତ୍ସବ ପାଳନ କରାଯିବ । ଘରେ ରହି ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏ ନେଇ ସଜାଗ ରହିଛି କମିସନରେଟ ପୋଲିସ । ନିୟମ ଭାଙ୍ଗି ରାସ୍ତାରେ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ପ୍ରକାର ଶୋଭାଯାତ୍ରା କରିବାକୁ ଅନୁମତି ନାହିଁ । ଏ ନେଇ ଟ୍ବିନ୍‌ ସିଟିର ଲୋକଙ୍କ ସହଯୋଗ ନିବେଦନ କରୁଛୁଁ,’’ କହିଛନ୍ତି ପ୍ରିୟଦର୍ଶୀ ।

ସରକାରଙ୍କ କୋଭିଡ଼ ଗାଇଡଲାଇନ ଅନୁସାରେ ହୋଲି ଉତ୍ସବ ପାଳନ କରାଯିବ ।


ଶୁକ୍ରବାର ଦିନ ବି ରାଜ୍ୟରେ ୨୦୦ ଟପିଛି ନୂଆ କରୋନା ଭାଇରସ୍‌ ସଂକ୍ରମଣ (Odisha Corona situation)। ରାଜ୍ୟରେ ଆଉ ୨୩୪ ଜଣ କୋଭିଡ୍‌ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛି । ଦୁଇ ମାସ ପରେ ଲଗାତର ଦ୍ବିତୀୟ ଦିନ ପାଇଁ ୨୦୦ ଟପିଛି ପଜିଟିଭ ସଂଖ୍ୟା । ଏହା ପୂର୍ବରୁ ଜାନୁଆରି ୧୪ରେ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଶୁକ୍ରବାର (ମାର୍ଚ୍ଚ ୨୬) ଦିନ ୨୩୪ ଜଣ ନୂଆ ସଂକ୍ରମିତ ସାମ୍ନାକୁ ଆସିଛନ୍ତି ।

ଏହା ବି ପଢ଼ନ୍ତୁ | ଶାହାରୁଖ୍ ଖାନ୍ ଏବେ ଦେଶର ସବୁଠୁ ମହଙ୍ଗା ଅଭିନେତା; ଫିଲ୍ମପଠାନପାଇଁ କେତେ ନେଉଛନ୍ତି ଜାଣନ୍ତି?

ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୩୨ ଓ କଟକରୁ ୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୨୪ ଓ କଳାହାଣ୍ଡିରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଓ ବଲାଙ୍ଗିରରୁ ୧୫ଟି ଲେଖାଏଁ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଟାଇଗର୍ ଶ୍ରଫ୍ଙ୍କୁ କାନ୍ଧରେ ଉଠାଇ ପୋଜ୍ ଦେଉଥିଲେ କୃଷ୍ଣା ଶ୍ରଫ୍, ବ୍ୟାଲେନ୍ସ ବିଗିଡ଼ିଲା… VIDEO

କରୋନା ସଂକ୍ରମଣର ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ଦିନ ହେବାକୁ ଥିବା ଓକିଲ ସଙ୍ଘର ନିର୍ବାଚନ ଉପରେ କଟକଣା ଲାଗୁ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟର ବିଭିନ୍ନ ବାର୍ ଆସୋସିଏସନ ପାଇଁ ନିର୍ବାଚନ ପ୍ରଚାର ଓ ନିର୍ବାଚନ ବେଳେ ଗହଳି ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏ ନେଇ ସବୁ ଜିଲ୍ଲାପାଳ, ଏସ୍‌.ପି. ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ ନିୟମ କଡ଼ାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିଂ ବୁଥ୍‌ରେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର୍‌ ରହିବା ବାଧ୍ୟତାମୂଳକ କରାଯାଇଛି ।

ଏହା ବି ପଢ଼ନ୍ତୁ | West Bengal ବିଜେପି ସଭାପତି ମର୍ଯ୍ୟାଦା ଭୁଲିଗଲେ, ମମତାଙ୍କୁ ବରମୁଣ୍ଡା ପିନ୍ଧିବାକୁ କହିଦେଲେ

ଦେଶରେ ବି ଉପରମୁହାଁ ହେଉଛି କରୋନା ସଂକ୍ରମଣ । ଦିନକରେ ୫୯,୦୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ କରୋନା ନେଇଛି ୨୫୭ ଜଣ ଆକ୍ରାନ୍ତଙ୍କ ଜୀବନ । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୪୯କୁ ବୃଦ୍ଧି ପାଇଛି । ଦେଶରେ ଦିନକରେ ୫୯,୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨କୁ ବୃଦ୍ଧି ପାଇଛି ।



ଦେଶରେ ଏ ଯାଏଁ ସୁସ୍ଥ ହେଲେଣି ୧ କୋଟି ୧୨ ଲକ୍ଷ ୬୪ ହଜାର ୬୩୭ ଜଣ କରୋନା ଆକ୍ରାନ୍ତ । ୪ ଲକ୍ଷ ୨୧ ହଜାର ୬୬ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଗୁରୁବାର ସୁଦ୍ଧା ୫ କୋଟି ୫୫ ଲକ୍ଷ ୪ ହଜାର ୪୪୦ ଜଣ ବ୍ୟକ୍ତି କରୋନା ଟିକା ନେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Published by: Anand Shankar Thankur Das
First published: March 26, 2021, 4:12 PM IST