ଓଡ଼ିଶାରେ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଉପରେ ବ୍ରେକ୍‌ ଲାଗିଛି, ହେଲେ ଆଗକୁ କ’ଣ ହେବ?

ଗଲା ଛଅ-ସାତ ଦିନ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖିପାଖି ୬,୦୦୦ରୁ ୬,୫୦୦ ମଧ୍ୟରେ ରହୁଛି । ଏହି ‘ସମତଳ ସ୍ଥିତି’କୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶା ଓ ଚେତାବନୀ ଶୁଣାଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଉପରେ ବ୍ରେକ୍‌ ଲାଗିଛି, ହେଲେ ଆଗକୁ କ’ଣ ହେବ?
ରାଜ୍ୟରେ କରୋନା ଟିକାକରଣ ଚାଲିଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 26, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ (Coronavirus) ସଂକ୍ରମଣ ପାଖାପାଖି ସପ୍ତାହେ ହେଲା ସ୍ଥିର ଅଛି, ଯାହାକୁ ବିଶେଷଜ୍ଞମାନେ ‘ପ୍ଲାଟୋ ଷ୍ଟେଜ୍‌’ ବା ସମତଳ ସ୍ତର ବୋଲି କହୁଛନ୍ତି । ଏହାକୁ ଦେଖି ଆଶା ରାଯାଉଛି ଯେ ଆଗକୁ ପଜିଟିଭ୍ ଲୋକଙ୍କ ସଂଖ୍ୟା କମ୍‌ ହୋଇପାରେ । ହେଲେ ଯେହେତୁ କରୋନା ଭାଇରସକୁ ଭରସା ନାହିଁ, ଦୈନିକ ସଂକ୍ରମଣ ସଂଖ୍ୟା ବଢି଼ ବଢ଼ି ଅତି ବେଶୀରେ ୧୦,୦୦୦ ପର୍ଯ୍ୟନ୍ତ ଯାଇପାରେ ବୋଲି ବି ସେମାନେ ଚେତାବନୀ ଦେଇଛନ୍ତି ।

ଗଲା ଛଅ-ସାତ ଦିନ ହେଲା ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଉପରେ ବ୍ରେକ୍‌ ଲାଗିଥିବା ପରିଲକ୍ଷିତ ହେଉଥିବାରୁ ସରକାର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ଟିକେ ଆଶ୍ବସ୍ତି ମିଳିଛି । ଗୋଟିଏ ସ୍ତରରେ ରହୁଛି କରୋନା ସଂକ୍ରମଣ । ଏବେ ସଂକ୍ରମଣର ଗତି ପ୍ଲାଟୋ ଷ୍ଟେଜରେ ଥିବା କୁହାଯାଉଛି, ମାନେ ପ୍ରାୟତଃ ସମତଳ ଭାବେ ଚାଲିଛି ସଂକ୍ରମଣ । ପାଖିପାଖି ୬,୦୦୦ରୁ ୬,୫୦୦ ମଧ୍ୟରେ ରହୁଛି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ତେଣୁ ଆଗକୁ ସଂକ୍ରମଣ କମିପାରେ ବୋଲି କହିଛନ୍ତି କହିଛନ୍ତି ଡି.ଏମ୍‌.ଇ.ଟି. ଡଃ ସି.ବି.କେ. ମହାନ୍ତି ।

ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ

‘‘ଆମେ ଗୋଟେ ନିର୍ଦ୍ଦିଷ୍ଟ ସଂଖ୍ୟା କହିପାରିବା ନାହିଁ । ତେଣୁ ୬,୨୦୦ ବା ୬,୩୦୦ ବା ୬,୫୦୦ ଏଗୁଡ଼ିକ ପ୍ରାୟ ସମାନ । ତେଣୁ ଆମେ କହିପାରିବା ଯେ ସଂକ୍ରମଣ ଯେଉଁ ଦ୍ରୁତ ଗତିରେ ପ୍ରଥମେ ବଢ଼ୁଥିଲା ସେମିତି ଆଉ ବଢ଼ୁନି । ବର୍ତ୍ତମାନ ଆମେ ଗୋଟେ ପ୍ଲାଟୁ ଷ୍ଟେଜ୍‌ ବା ସମତଳରେ ପହଞ୍ଚିଯାଇଛୁ । ତା’ ପରବର୍ତ୍ତୀ ଫେଜରେ ଆମେ ଆଶା କରିବା ଯେ ସଂକ୍ରମଣ କମି କମି ଯିବ,’’ କହିଛନ୍ତି ଡଃ ମହାନ୍ତି ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଡି.ଏମ୍‌.ଇ.ଟି. ଡଃ ସି.ବି.କେ. ମହାନ୍ତି


ହେଲେ ସେ ଚେତାଇ ଦେଇଛନ୍ତି ଯେ ନିର୍ଦ୍ଦିଷ୍ଟ ଭାବେ ସଂକ୍ରମଣର ଭବିଷ୍ୟତ ସ୍ଥିତି ସମ୍ପର୍କରେ କିଛି କହିହେବନି । ‘‘ଗତ କିଛି ଦିନର ସ୍ଥିତି ଦେଖିଲେ ଆଗକୁ ବି ପଜିଟିଭ୍ ସଂଖ୍ୟା ଏଭଳି ସ୍ଥିର ରହିବ ବୋଲି ଆଶା କରାଯାଉଛି । ଆଉ ଯଦି ସଂକ୍ରମଣ ବଢ଼େ ତାହେଲେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦,୦୦୦ ଛୁଇଁବା ଆଶଙ୍କା ରହିଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ମେ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଶାର୍ଷରେ (ପିକ୍‌) ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା କମିଟିର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ଯେ ରାଜ୍ୟରେ କରୋନା ସ୍ଥିତି ଏବେ ଆଦୌ ଭୟାନକ ନାହିଁ ଓ କରୋନାର ମୁକାବିଲା ସଠିକ୍‌ ଢଙ୍ଗରେ ଚାଲିଛି । ଚିକିତ୍ସା ପାଇଁ ବେଡ୍, ଔଷଧ ଓ ଅକ୍ସିଜେନ୍ ପର୍ଯ୍ୟାପ୍ତ ପରିମାଣରେ ରହିଛି ବୋଲି ସେ ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା କମିଟିର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

‘‘ଓଡ଼ିଶାରେ ବିଲକୁଲ୍‌ ପ୍ୟାନିକ୍‌ ସିଚୁଏସନ୍‌ (ଭୟାନକ ସ୍ଥିତି) ନାହିଁ । ଖଟ ସଂଖ୍ୟାର ଭେଣ୍ଟିଲେଟର୍‌ ସଂଖ୍ୟାର, ଅକ୍ସିଜେନ୍‌ ସଂଖ୍ୟାର ଶତକଡ଼ା ୨୦ରୁ ୩୦ ଭାଗ ମଧ୍ୟ ଏ ଯାଏଁ ବ୍ୟବହାର ହୋଇନାହିଁ । ତେଣୁ ଲୋକେ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ । ଔଷଧ କିଣି ଗଚ୍ଛିତ କରିବା ଉଚିତ ନୁହେଁ । ଧୈର୍ଯ୍ୟ ଧରି ନିୟମ ମାନି ଚଳିଲେ ଜଲଦି ସମୟ ଆସିବ ଯେତେବେଳଏ ଆମେ ଏହି ମହାମାରୀରୁ ମୁକ୍ତ ହେବା । ନିହାତି ଭାବରେ ଭୂତାଣୁ ହାରିବ, ଆଉ ଆମେ ଜିତିବା,’’ କହିଛନ୍ତି ରାଜ୍ୟ କୋଭିଡ୍ ପରିଚାଳନା କମିଟିର ବୈଷୟିକ ମୁଖପାତ୍ର ଡଃ ଜୟନ୍ତ ପଣ୍ଡା ।



ରାଜ୍ୟରେ ସୋମବାର ଦିନ ୬,୫୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ନଅ ଜଣଙ୍କ ଜୀବନ । କରୋନାର ଅତି ଭୟଙ୍କର ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ଆସିନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ । ଏହି ନୂଆ ଷ୍ଟ୍ରେନ୍‌ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରି ସଂକ୍ରମଣ କରେ । ତେଣୁ ଏହି ଭାଇରସ୍ ପ୍ରତି ସାବଧାନ ରହିବାକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର । କରୋନା ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ବାସ୍ଥ୍ୟ ବିଭାଗ ।
Published by: Anand ST Das
First published: April 26, 2021, 11:59 PM IST