News18 Odia Digital
ନୂଆ ଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍ (Coronavirus) ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି । ଦୈନିକ ସଂକ୍ରମଣ ୪ ଲକ୍ଷ ମୁହାଁ ହେଉଛି । ଗତ ୨୪ ଘଣ୍ଟାରେ ଦେଶରୁ ୩,୮୬,୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋ’ଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ ହଜାର ୯୭୬କୁ ବୃଦ୍ଧି ପାଇଛି । ଦିନକରେ ଆଉ ୩,୪୯୮ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ ।
ଓଡ଼ିଶାରେ ପୁଣି ୮,୦୦୦ ଉପରେ ରହିଛି ଦୈନିକ ସଂକ୍ରମଣ (Odia Corona Situation) । ଦିନକରେ ୮,୬୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । କୋରାପୁଟ ଓ ସୁନ୍ଦରଗଡ଼ରୁ ତିନି ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ରାୟଗଡ଼ା ଓ ଖୋର୍ଦ୍ଧାରୁ ଦୁଇ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି କରୋନା ସଂକ୍ରମଣରେ । ଏଥି ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨,୦୪୩କୁ ବୃଦ୍ଧି ପାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅନ୍ଧୁଣୀ ମା’ ସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁଆମେରିକା ପଠାଇଥିବା ପ୍ରଥମ କୋଭିଡ୍ ଜରୁରୀକାଳୀନ ରିଲଫ୍ ସାମଗ୍ରୀ (US corona relief material) ଭାରତରେ ପହଞ୍ଚିଛି । ୨୦୦ରୁ ଅଧିକ ଅକ୍ସିଜେନ୍ ସିଲିଣ୍ଡର (Oxygen cylinder), ୨୨୩ ସାଇଜର ଏଚ୍. ଅକ୍ସିଜେନ ସିଲିଣ୍ଡର, ୨୧୦ଟି ଅକ୍ସିମିଟର, ୧ ଲକ୍ଷ ୮୪ ହଜାର ରାପିଡ୍ ଡାଇଗ୍ନୋଷ୍ଟିକ ଟେଷ୍ଟ କିଟ୍, ୮୪ ହଜାର ଏନ୍-୯୫ ମାସ୍କ୍ ଧରି ଆସିଥିବା 'ସୁପର ଗାଲାକ୍ସି' ସାମରିକ ପରିବହନ ବିମାନ ନୂଆ ଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି ।

ଦିଲ୍ଲୀରେ କରୋନା ସଂକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକେ କାନ୍ଦୁଛନ୍ତି ।
କୋଭିଡ୍ ବିରୋଧୀ ସଂଗ୍ରାମରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସହାୟତା ଯୋଗାଇ ଚାଲିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ (Joe Biden) କହିଥିଲେ । ଆଗାମୀ ଦିନରେ ଆମେରିକା, ଭାରତକୁ ୧୦୦ ନିୟୁତ ଡଲାର୍ରୁ ଊର୍ଦ୍ଧ୍ବ ମୂଲ୍ୟର କୋଭିଡ୍ ରିଲିଫ୍ ସାମଗ୍ରୀ ପଠାଇବ ବୋଲି ଗୁରୁବାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ୍ କହିଥିଲେ। ରୋମାନିଆରୁ ଆସିଥିବା କରୋନା ସାମଗ୍ରୀ ମଧ୍ୟ ଭାରତରେ ପହଞ୍ଚିଛି । ପୂର୍ବରୁ ବ୍ରିଟେନ୍ ଓ ରୁଷିଆ ସରକାର ପଠାଇଥିବା ଜରୁରୀ ସାମଗ୍ରୀ ଭାରତରେ ପହଞ୍ଚି ସାରିଛି ।
ଏହା ବି ପଢ଼ନ୍ତୁ | Reliance କମ୍ପାନୀ ଅକ୍ସିଜେନ୍ ଉତ୍ପାଦନ ବଢ଼ାଇଲା; କରୋନା ପ୍ରଭାବିତ ରାଜ୍ୟମାନଙ୍କୁ ମାଗଣାରେ ଯୋଗାଉଛିଦେଶରେ ମୋ’ଟ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ରହିଛି । ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୬୬,୧୫୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୭୧ଟି ଜୀବନ ନେଇଛି ମହାମାରୀ (Maharashtra corona situation)। ରାଜଧାନୀ ଦିଲ୍ଲୀରେ ୨୪,୨୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଆଉ ୩୯୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦିଲ୍ଲୀରେ ମୋ’ଟ ଆକ୍ଟିଭ କେସ୍ ୩୧,୭୦,୨୨୮ ରହିଛି । ସୁସ୍ଥ ହେଲେଣି ୧.୫୩ରୁ ଅଧିକ ଆକ୍ରାନ୍ତ ।
ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲାକେରଳରେ ବି କରୋନା ସ୍ଥିତି ଗମ୍ଭୀର ରହିଛି । ସେଠାରେ ଗତ ୨୪ ଗଣ୍ଟା ମଧ୍ୟରେ ୩୮,୬୦୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୮ ଜଣ ମୃତ୍ୟୁ ବରଣ କରିଛନ୍ତି । କର୍ଣ୍ଣାଟକରେ ୩୫,୦୨୪ ଜଣ ନୂଆ ସଂକ୍ରମିତ ସାମନାକୁ ଆସିବା ସହ ୨୭୦ ଜଣଙ୍କ ଜୀବନ ଯାଇଛି । ଉତ୍ତର ପ୍ରଦେଶରେ ୩୫,୧୦୪ ଜଣ ନୂଆ ପଜିଟିଭ ସାମନାକୁ ଆସିଛନ୍ତି ଓ ମୃତ୍ୟୁ ସଂଖ୍ୟା ୨୯୫ ରହିଛି । ପଶ୍ଚିମ ବଙ୍ଗରେ ୧୭,୪୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୮୯ ଜଣଙ୍କ ମୃତ୍ୟୁ ଘଟିଛି ।
ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲାତାମିଲ ନାଡୁରେ ୧୭,୮୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୦୭ ଜଣ ମୃତ୍ୟୁ ବରଣ କରିଛନ୍ତି । ଛତିଶଗଡ଼ରେ ୧୫,୮୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୨୫୧ ଜଣ ମୃତ୍ୟୁ ବରଣ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ୧୪,୭୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୭ ଜଣ ମୃତ୍ୟୁ ବରଣ କରିଛନ୍ତି । ରାଜସ୍ଥାନରେ ୧୭,୨୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୫୮ ଜଣ ମୃତ୍ୟୁ ବରଣ କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୮,୬୮୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪,୯୪୮ ଜଣ ଓ ବାହାରୁ ୩,୭୩୩ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧,୪୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୪୫ ଜଣ, ପୁରୀରୁ ୫୧୪ ଜଣ ଓ କଟକରୁ ୫୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିରରୁ ୪୫୯ ଜଣ, ବରଗଡ଼ରୁ ୪୨୩ ଜଣ, ଅନୁଗୁଳରୁ ୪୧୯ ଜଣ ଚିହ୍ନଟ ହୋଇଛନ୍ତି ।
ଝାରସୁଗୁଡ଼ାରୁ ୪୧୧ ଜଣ, ସମ୍ବଲପୁରରୁ ୪୧୦ ଜଣ ଓ ନବରଙ୍ଗପୁରରୁ ୩୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୩୨୧ ଜଣ, ନୂଆପଡ଼ାରୁ ୩୦୪ ଜଣ, ମୟୂରଭଞ୍ଜରୁ ୨୨୦ ଜଣ, ଗଞ୍ଜାମରୁ ୧୯୮ ଜଣ, କଳାହାଣ୍ଡିରୁ ୧୯୫ ଜଣ, ବାଲେଶ୍ବରରୁ ୧୫୫ ଜଣ, ନୟାଗଡ଼ରୁ ୧୬୦ ଜଣ, ରାୟଗଡ଼ାରୁ ୧୫୧ ଜଣ ଓ କୋରାପୁଟରୁ ୧୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୧୨୫ ଜଣ, ଭଦ୍ରକରୁ ୧୦୩ ଜଣ ଓ ଦେବଗଡ଼ରୁ ୧୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।