କଟକରେ କରୋନା: ରେଭେନ୍ସାର ୨ ଛାତ୍ରୀ ଆକ୍ରାନ୍ତ; ଆଜିର ସବୁ UG ଓ PG ପରୀକ୍ଷା ବାତିଲ୍ ହେଲା
ପାଖାପାଖି ୧,୫୦୦ ଛାତ୍ରଛାତ୍ରୀ ରେଭେନ୍ସା ବିଶ୍ବବିଦ୍ୟାଳୟର ପିଜି ଓ ୟୁଜି ପରୀକ୍ଷା ଦେଇଥା’ନ୍ତେ । କଟକରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଏହି ବିଶ୍ବବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଦୁଇ ଜଣ ଛାତ୍ରୀ ।

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମଧ୍ୟ ସଂକ୍ରମଣ ବ୍ୟାପିଛି ।
- News18 Odia
- Last Updated: March 24, 2021, 11:43 PM IST
କଟକ: ପୁଣି ଥରେ କଟକରେ କାୟା ମେଲାଇଚାଲିଛି କରୋନା ଭାଇରସ୍ । ଲଗାତର ଗୋଟିଏ ସପ୍ତାହ ଧରି କରୋନା ସଂକ୍ରମଣ ଦୁଇ ଅଙ୍କ ଛୁଇଁଥିବା ବେଳେ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ଏବେ ପ୍ରଶାସନକୁ ଚିନ୍ତାରେ ପକାଇଛି । ବୁଧବାର ରାତି ସୁଦ୍ଧା ମିଳିଥିବା ସୂଚନା ମୁତାବକ ଜିଲ୍ଲାରେ ପୁଣି ୧୭ ଜଣ ନୁଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ କଟକ ସହରରୁ ୧୦ ଜଣ ଅଛନ୍ତି ।
ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମଧ୍ୟ ସଂକ୍ରମଣ ବ୍ୟାପିଛି । ସହରରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ରହିଛନ୍ତି । ଦୁଇ ଜଣ ଯାକ ଛାତ୍ରୀ ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଛନ୍ତି । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।
ଏହା ବି ପଢ଼ନ୍ତୁ | West Bengal ବିଜେପି ସଭାପତି ମର୍ଯ୍ୟାଦା ଭୁଲିଗଲେ, ମମତାଙ୍କୁ ବରମୁଣ୍ଡା ପିନ୍ଧିବାକୁ କହିଦେଲେ…

ସି.ଏମ୍.ସି. କମିଶନର୍ ଅନନ୍ୟା ଦାସ (ଫାଇଲ୍ ଫଟୋ)
"ପରୀକ୍ଷା ପାଇଁ ଆମର ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିଲା । କିନ୍ତୁ ହଷ୍ଟେଲରେ ଦୁଇ ଜଣ ଛାତ୍ରୀ କୋଭିଡ ପଜିଟିଭ ହେବା ପରେ ଏହି ଭଳି ପରିସ୍ଥିତିରେ ପରୀକ୍ଷା କରାଇବା ଉଚିତ ମନେ ହେଲା ନାହିଁ । ସେଇଥି ପାଇଁ ୨୫ ତାରିଖ ଦିନ ହେବାକୁ ଥିବା ସମସ୍ତ ୟୁଜି ଓ ପିଜି ପରୀକ୍ଷାକୁ ବାତିଲ୍ କରାଯାଇଛି । ପାଖାପାଖି ୧,୫୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥା’ନ୍ତେ,’’ ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପିକା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଟାଇଗର୍ ଶ୍ରଫ୍ଙ୍କୁ କାନ୍ଧରେ ଉଠାଇ ପୋଜ୍ ଦେଉଥିଲେ କୃଷ୍ଣା ଶ୍ରଫ୍, ବ୍ୟାଲେନ୍ସ ବିଗିଡ଼ିଲା… VIDEO
ସହରରେ କୋଭିଡ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି । ବୁଧବାର ରାତିରେ ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଜଣେ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ତିନି ଜଣ ଲୋକଙ୍କ ଠାରେ କୋଭିଡ ଭୂତାଣୁ ଚିହ୍ନଟ ହୋଇଛି । ବାକି ପାଞ୍ଚ ଜଣ ସ୍ଥାନୀୟ ବାସିନ୍ଦା । ସହରରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି ।
‘‘କଟକ ସହରରେ ସ୍ଥାନୀୟ ସଂକ୍ରମଣ ବଢି଼ବା ନିହାତି ଭାବେ ଚିନ୍ତାଜନକ । କିନ୍ତୁ ସହରରେ ଦେଖା ଦେଇଥିବା କୋଭିଡ ସ୍ଥିତିର ମୁକାବିଲା ପାଇଁ ସି.ଏମ୍.ସି. ଉଦ୍ୟମ ଆରମ୍ଭ କରି ସାରିଛି । ଲୋକାଲ୍ କେସ୍ ବଢୁଥିବାରୁ ଏଥି ପାଇଁ ସହରବାସୀଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ଆମେ ସହରରେ କୋଭିଡ ନିୟମ ପାଳନ ଯାଞ୍ଚକୁ କଡ଼ାକଡ଼ି କରିଛୁ,’’ କହିଛନ୍ତି ସି.ଏମ୍.ସି. କମିଶନର୍ ଅନନ୍ୟା ଦାସ ।