ମେ ମାସରେ କରୋନା କନ୍ଦାଇଛି ରାଜ୍ୟକୁ, ହେଲେ ଜୁନ୍ ମାସରେ ସ୍ଥିତି ସୁଧୁରିବା ଆଶା ବଢୁଛି

ରାଜ୍ୟରେ କରୋନା ସଂକ୍ରମଣ ତଳ ମୁହାଁ ହେବାର ମୁଖ୍ୟ ଶ୍ରେୟ ଲକଡାଉନକୁ ଦିଆଯାଉଛି । ଲକଡାଉନ୍ ପୂର୍ବରୁ ପଜିଟିଭିଟି ହାର ୨୬% ଥିବା ବେଳେ ଗଲା ଦୁଇ ଦିନ ହେବ ତାହା ୧୪%କୁ ଖସିଛି । ଆଗାମୀ ଦିନରେ ଏହି ଧାରା ଜାରି ରହିବ ବୋଲି ଆଶା କରାଯାଉଛି ।

ମେ ମାସରେ କରୋନା କନ୍ଦାଇଛି ରାଜ୍ୟକୁ, ହେଲେ ଜୁନ୍ ମାସରେ ସ୍ଥିତି ସୁଧୁରିବା ଆଶା ବଢୁଛି
ମେ ମାସରେ କୋଭିଡ ସଂକ୍ରମଣରେ ସର୍ବକାଳୀନ ରେକର୍ଡ଼ କରିଥିଲା ଓଡ଼ିଶା । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ମେ ମାସରେ କୋଭିଡ ସଂକ୍ରମଣ ସ୍ଥିତି ସାଙ୍ଘାତିକ ରହିବା ପରେ ଏବେ ତଳ ମୁହାଁ ହେଉଛି । ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ଲକଡାଉନ୍‌ ଆହୁରି ୧୬ ଦିନ ବୃଦ୍ଧି କରାଯାଇଛି, ହେଲେ ତିନିଟି ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତକୁ ଖସିବା ଆଶ୍ୱସ୍ତି ଆଣିଛି । ଜୁନ୍‌ ମାସ ଆହୁରି ଆଶ୍ୱସ୍ତି ଆଣିବ ଓ ବର୍ତ୍ତମାନର ତଳ ମୁହାଁ ଟ୍ରେଣ୍ଡ୍‌ ଜାରି ରହିଲେ ଜୁଲାଇରେ ପଜିଟିଭିଟି ହାର ୩ ଅଙ୍କକୁ ଖସିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞମାନେ ।

ମେ ମାସରେ କୋଭିଡ ସଂକ୍ରମଣରେ ସର୍ବକାଳୀନ ରେକର୍ଡ଼ କରିଥିଲା ଓଡ଼ିଶା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାଠୁ ଆରମ୍ଭ କରି ମାସକର ମୋ’ଟ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଓ ଆକ୍ଟିଭ୍‌ କେସ୍‌ ସବୁରେ ରେକର୍ଡ଼ ଅତିକ୍ରମ କରିଥିଲା । କେବଳ ମେ ମାସରେ ୩ ଲକ୍ଷ ୨୦ ହଜାର ୮୦୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୧୧ ଜଣଙ୍କ ଜୀବନ ଯାଇଛି । ମା ମାସ ସାରା ଆତଙ୍କ ଖେଳାଇବା ପରେ ସମାନ୍ତରାଳ ସ୍ଥିତିକୁ ଆସି ଦୁଇ ଦିନ ହେବ ତଳ ମୁହାଁ ହୋଇଛି ସଂକ୍ରମଣ । ରାଜ୍ୟରେ ଏବେ ହାରାହାରି ପଜିଟିଭିଟି ହାର ୧୪ ପ୍ରତିଶତକୁ ଖସିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପା

ଦିତୀୟ ଲହରରେ ଆରମ୍ଭରୁ ମୁଣ୍ଡ ବିନ୍ଧା ବଢାଇଥିବା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ରେ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ଖସିବା ପରେ କିଛି କଟକଣା କୋହଳ କରିଛନ୍ତି ସରକାର । ଏବେ ବି ଖୋର୍ଦ୍ଧା, କଟକ ଓ ଅନୁଗୁଳ ପରି ଜିଲ୍ଲାର ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି ।

ମେ ୩୧ ତାରିଖରେ ଓଡ଼ିଶାରେ ସଂକ୍ରମଣର ସ୍ଥିତିର ମ୍ୟାପ୍


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’

‘‘ମେ ମାସ ରାଜ୍ୟ ପାଇଁ ଘାତକ ଥିଲେ ବି ଏବେ ସଂକ୍ରମଣର ଟ୍ରେଣ୍ଡ୍‌ କମୁଛି । ଜୁନ୍‌ ମାସରେ ସେପରି ସ୍ଥିତି ହେବନି ବୋଲି ଆଶା କରାଯାଉଛି । ଯେଉଁଠି ସ୍ଥିତି ସୁଧୁରିଛି କଟକଣା ସାମାନ୍ୟ କୋହଳ କରାଯାଇଛି । କିନ୍ତୁ ପୁନର୍ବାର ସଂଖ୍ୟା ବଢି଼ଲେ ପୁଣି ଲକଡାଉନକୁ କଡ଼ା କରାଯିବ । ମେ ମାସରେ ସ୍ଥିତି ଅସମ୍ଭାଳ ଥିବା ବେଳେ ଜୁନରେ ନିୟନ୍ତ୍ରଣକୁ ଆସିବ । କିନ୍ତୁ ଜୁଲାଇ ବେଳକୁ ୩ ଅଙ୍କକୁ ଦୈନିକ ସଂକ୍ରମଣ ଖସିବ ବୋଲି ଆକଳନ କରାଯାଉଛି,’’ କହିଛନ୍ତି ଜନ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାସ୍ତା କଡ଼ରେ ଥିବା ଏହି ଚାଦୋକାନରେ ମିଳୁଛି ,୦୦୦ ଟଙ୍କାରେ ଗୋଟେ କପ୍ ଚା’!

ସଂକ୍ରମଣ ତଳ ମୁହାଁ ହେବାର ମୁଖ୍ୟ ଶ୍ରେୟ ଲକଡାଉନକୁ ଦିଆଯାଉଛି । ଲକଡାଉନ୍‌ ପୂର୍ବରୁ ରାଜ୍ୟରେ ପଜିଟିଭିଟି ହାର ପ୍ରାୟ ୨୬ ପ୍ରତିଶତ ଥିବା ବେଳେ ଏବେ ଦୁଇ ଦିନ ହେବ ୧୪ ପ୍ରତିଶତକୁ ଖସିଛି । ଆଗାମୀ ଦିନରେ ଏହି ଧାରା ଜାରି ରହିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଆଶା କରୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

‘‘ଗାଁରେ ସଂକ୍ରମଣ ପହଁଞ୍ଚିଥିବାରୁ ତାହା ହଠାତ୍‌ ନ ଖସି ଧୀରେ ଧୀରେ କମିବ। ଏଭଳି ସ୍ଥଳେ ଲୋକେ ସତର୍କ ରହିବା ଜରପରୀ । ଟିକାକରଣକୁ ବି ବ୍ୟାପକ କରିବା ଉପରେ ପ୍ରାଥମିକତା ଦିଆଯିବା ଉଚିତ । ବର୍ତ୍ତମାନ ୭୬.୨୫ ଲକ୍ଷ ଡୋଜ୍‌ ଟିକାକରଣ ହୋଇଥିବା ବେଳେ ବ୍ୟାପକ ଟିକାକରଣ ନ ହେବା ପର୍ଯ୍ୟନ୍ତ କଟକଣା ଢିଲା କରିବା ଉଚିତ ନୁହେଁ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ନିରୋଜ ମିଶ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ ହେଲା

ଦ୍ୱିତୀୟ ଲହରରେ ଲକଡାଉନ ଆରମ୍ଭରୁ ପଜିଟିଭିଟି ହାର ୨୬ ପ୍ରତିଶତ ଥିଲା ବେଳେ ମେ ୩୦ ତାରିଖରେ ଏହା ୧୪ ପ୍ରତିଶତକୁ ଖସିଛି । ବନ୍ୟା ଅଞ୍ଚଳରୁ ଲୋକେ ଫେରିଲେ ଏହି ହାର ପୁଣି ବଢ଼ିପାରେ ବୋଲି ବି ଆଶଙ୍କା ଅଛି । ‘‘କିନ୍ତୁ ଆଗାମୀ ଦୁଇ ସପ୍ତାହ ପରେ ଏହା ପ୍ରାୟ ୫ ପ୍ରତିଶତକୁ ଖସିଆସିବା ସମ୍ଭାବନା ରହିଛି । ୫ ପ୍ରତିଶତ ତଳକୁ ଖସିବା ପରେ କଟକଣା କୋହଳ କରିହେବ । ତିନିଟି ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ଖସିଥିବାରୁ ସେଠାରେ କଟକଣା କୋହଳ କରିଛନ୍ତି ସରକାର, ଯାହା ଏକ ଭଲ ନିଷ୍ପତ୍ତି। ଗାଁମାନଙ୍କରେ ବାହାଘରରେ ଯେଭଳି ଅଧିକ ସଂଖ୍ୟାରେ ଲୋକ ଗହଳି ନ ହୁଏ ସେଥପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ,’’ କହିଛନ୍ତି ଡଃ ମିଶ୍ର ।



ଗତ କିଛି ଦିନ ଧରି ମୃତ୍ୟୁ ସଂଖ୍ୟା ବଢିବାର କାରଣ ସେଗୁଡ଼ିକ ଦୁଇ ସପ୍ତାହ ପୂର୍ବର କେସ୍‌ ବୋଲି ସେ କହିଛନ୍ତି । ‘‘ସେହି ସମୟରେ କେସ ଲୋଡ଼ ଅଧିକ ଥିଲା । ଆଜିର ଦିନକୁ ଦେଖିଲେ ଜୁନ୍‌ ୧୫ ଆଡ଼କୁ ମୃତ୍ୟୁ ସଂଖ୍ୟା କମିଯିବ । ବିଶେଷଜ୍ଞଙ୍କୁ ନେଇ ସରକାର ଗଠିତ କରିଥିବା ପ୍ୟାନେଲ୍‌ ବହୁତ ଫଳପ୍ରଦ ହେବ । ଟିକାକରଣ ବ୍ୟାପକ ହେଲେ ମୃତ୍ୟ ସଂଖ୍ୟା ଓ ଗୁରୁତର ରୋଗୀଙ୍କ ସଂଖ୍ୟା ନିଶ୍ଚୟ କମିବ । ନୂଆ ଭ୍ୟାରିଆଣ୍ଟ୍‌ ବିଷୟରେ ଜାଣିବା ପାଇଁ ଜିନମ ସିକ୍ୟୁଏନ୍ସ କରିବାକୁ ପଡି଼ବ । ତାହା ଦ୍ୱାରା ଯେଉଁଠି ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିବ ସେଠି କଟକଣା କଡ଼ା କରାଯାଇବାପରିବ,’’ କହିଛନ୍ତି ଡଃ ମିଶ୍ର ।
Published by: Anand ST Das
First published: May 31, 2021, 11:54 PM IST