News18 Odia Digital
ଭୁବନେଶ୍ୱର: କୋଭିଡ଼ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା ନାଜାଲ ଭ୍ୟାକ୍ସିନର ପ୍ରାରମ୍ଭିକ ଟ୍ରାଏଲ ସମ୍ କୋଭିଡ କୋଭାକ୍ସିନ୍ ସେଣ୍ଟରରେ ସଫଳତାର ସହ ସମ୍ପନ୍ନ ହୋଇଛି । ଭିନ୍ନ ଭିନ୍ନ ବର୍ଗର ୫୦ ଜଣ ସ୍ୱେଚ୍ଛାସେବୀଙ୍କ ଦେହରେ ଏହି ଟ୍ରାଏଲ କରାଯାଇଥିଲା । ଗତ କିଛି ଦିନ ଧରି ଚାଲିଥିବା ଏହି ପୂରା ପ୍ରକ୍ରିୟା ଫଳପ୍ରଦ ହୋଇଛି ବୋଲି ଟ୍ରାଏଲ୍ ଟିମ୍ ପକ୍ଷରୁ କୁହାଯାଇଛି ।
ବିଶେଷକରି କୋଭିଡ଼ ସଂକ୍ରମଣରେ ଆଗକୁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ତାହାକୁ ଦୃଷ୍ଟିରେ ରଖି ଏହି ନାଜାଲ୍ ଭ୍ୟାକ୍ସିନର ଟ୍ରାଏଲ୍ ସହିତ ଅନ୍ୟ ଟ୍ରାଏଲକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି । ଆଗକୁ ଡବଲ୍ ଭ୍ୟାକ୍ସିନ୍ ବ୍ୟବହାର ଧାରାରେ ଏହା ସହାୟକ ବୋଲି ଟ୍ରାଏଲ୍ ଟିମ୍ ପକ୍ଷରୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ ଓ କୋର୍ଟର ନିଷ୍ପତ୍ତି‘‘ଓଡ଼ିଶାରେ ଏହି ଭ୍ୟାକ୍ସିନର ଟ୍ରାଏଲ୍ ଏକ ମାତ୍ର ଘରୋଇ ହସ୍ପିଟାଲ୍ ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଣ୍ଟରରେ ହେଉଥିଲା, ଓ ଏହା ସଫଳତାର ସହ ସରିଛି । କୋଭିଡ୍ ମୁକାବିଲା ପାଇଁ ଚାଲିଥିବା ବିଭିନ୍ନ ପ୍ରୟାସ ଭିତରେ ଏହି ନାଜାଲ୍ ଭ୍ୟାକ୍ସିନର ପ୍ରାରମ୍ଭିକ ଟ୍ରାଏଲକୁ ପ୍ରାଥମିକତା ଦିଆଯାଇଥିଲା । ଗତ କିଛି ଦିନ ଧରି ଚାଲିଥିବା ଏହି ହ୍ୟୁମାନ୍ ନାଜାଲ୍ ଭ୍ୟାକ୍ସିନ ଟ୍ରାଏଲରେ ପ୍ରାୟ ୫୦ ଜଣ ଭିନ୍ନ ଭିନ୍ନ ବର୍ଗର ସ୍ୱେଚ୍ଛାସେବୀ ଭାଗ ନେଇଥିଲେ। ସେମାନଙ୍କ ବୟସ ୧୮ ବର୍ଷରୁ ଅଧିକ ଥିଲା । ସେମାନଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତିକୁ ପରୀକ୍ଷା କରି ଏହି ଟ୍ରାଏଲ୍ ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା,’’ କହିଛନ୍ତି ସମ୍ କୋଭିଡ଼ କୋଭାକ୍ସିନ ସେଣ୍ଟରର ପ୍ରିନ୍ସିପାଲ ଇନ୍ଭେଷ୍ଟିଗେଟର୍ ଡଃ ଇପାରୀ ଭେଙ୍କଟ ରାଓ ।

ସମ୍ କୋଭିଡ଼ କୋଭାକ୍ସିନ ସେଣ୍ଟରର ପ୍ରିନ୍ସିପାଲ ଇନ୍ଭେଷ୍ଟିଗେଟର୍ ଡଃ ଇପାରୀ ଭେଙ୍କଟ ରାଓ
ଏହା ବି ପଢ଼ନ୍ତୁ | ‘ଦେଶର ତଦନ୍ତକାରୀ ସଂସ୍ଥାମାନେ କୋର୍ଟକୁ ସହଯୋଗ କରୁନାହାନ୍ତି’: ଖପ୍ପା ହୋଇ କହିଲେ ସୁପ୍ରିମ କୋର୍ଟ୍ସେ ଆହୁରି କହିଛନ୍ତି, ‘‘ଆଗକୁ ବିଭିନ୍ନ ଭ୍ୟାକ୍ସିନରେ ସୃଷ୍ଟି ହେବାକୁ ଯାଉଥିବା ଚ୍ୟାଲେଞ୍ଜକୁ ଆକଳନ କରି ଏହି ନାଜାଲ୍ ଭ୍ୟାକ୍ସିନ ଟ୍ରାଏଲକୁ ଗୁରୁତ୍ୱ ଦିଆଯାଉଛି । ଦେଶରେ ସାଧାରଣତଃ ଇଞ୍ଜେକ୍ସନ ଆକାରରେ ଏ ପର୍ଯ୍ୟନ୍ତ କୋଭିଡ୍ ଭ୍ୟାକ୍ସିନର ସଫଳ ପରୀକ୍ଷଣ ଓ ବ୍ୟବହାର ହୋଇଥିବା ବେଳେ ଇଞ୍ଜେକ୍ସନ୍ ସହିତ ନାଜାଲ ଡୋଜରେ ଭ୍ୟାକ୍ସିନର ମିଶ୍ରଣ କେତେ ଫଳପ୍ରଦ ହେଉଛି ତାହା ଜାଣିବା ଏହି ଟ୍ରାଏଲରେ ପ୍ରାଥମିକତା ରହିଛି । ଏହି ପୂରା ପକ୍ରିୟା ଗୋପନୀୟ ଭାବେ ପରିଚାଳିତ ହୋଇଥିଲା । ଭାଗ ନେଇଥିବା ସ୍ବେଚ୍ଛାସେବୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଅବଲମ୍ବନ କରାଯାଇଥିଲା।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟଡଃ ରାଓ କହିଛନ୍ତି ଯେ ଆଗକୁ କୋଭିଡ୍ ଭଳି ଏକାଧିକ ଭୂତାଣୁବାହିତ ରୋଗର ନିୟନ୍ତ୍ରଣ ସମୟରେ ଟିକାକୁ ନେଇ ଅନେକ ଚ୍ୟାଲେଞ୍ଜ ଆସିପାରେ । ‘‘ବିଶେଷକରି ସବୁ ଲୋକଙ୍କ ଟିକାକରଣ, ଆବଶ୍ୟକ ସ୍ଥଳେ ବୁଷ୍ଟର୍ ଡୋଜର ଆବଶ୍ୟକତା ତଥା ଇଞ୍ଜେକ୍ସନ୍ ସହିତ ଓରାଲ୍ ଓ ନାଜାଲ୍ ଡୋଜର ମିଶ୍ରଣ କେତେ ଫଳପ୍ରଦ ହେଉଛି ତାହା ଉପରେ ଅନେକ ଚାଲେଞ୍ଜ ଆସିବାର ସମ୍ଭାବନା ରହିଛି । ତେଣୁ ଏ ସବୁକୁ ଗୁରୁତ୍ୱ ଦେଇ ଏଭଳି ଟ୍ରାଏଲର ଆବଶ୍ୟକତା ରହିଛି । ସମ୍ କୋଭିଡ୍ କୋଭାକ୍ସିନ ସେଣ୍ଟରରେ ଏହା ଉପରେ ପ୍ରାଥମିକତା ଦିଆଯାଉଥିଲା,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’ସମ୍ କୋଭିଡ କୋଭାକ୍ସିନ ସେଣ୍ଟରର ଏହି ଉଦ୍ୟମକୁ ପ୍ରଶଂସା ମିଳିଛି । ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞ ଡାକ୍ତର ଶୋଭନ ରଥ କହିଛନ୍ତି, ‘‘ଭାରତ ସରକାରଙ୍କ ଏହା ଏକ ଉଦ୍ୟମ । ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସରକାରଙ୍କ ପ୍ରାଥମିକତା ଥିବାରୁ ଏଭଳି ଉଦ୍ୟମ ପ୍ରଶଂସନୀୟ । ଗତ କିଛି ମାସ ଭିତରେ ସାରା ଦେଶରେ କୋଭିଡ୍ ଭ୍ୟାକ୍ସିନ ଟ୍ରାଏଲରେ ଓଡ଼ିଶାର ଏକ ମାତ୍ର ଟ୍ରାଏଲ ସେଣ୍ଟର୍ ସମରେ ବିଭିନ୍ନ କୋଭିଡ଼ ଭ୍ୟାକ୍ସିନର ପରୀକ୍ଷଣ ସଫଳତାର ସହ ହୋଇଛି । ପୂରା ଟିମର ଆଶା ଯେ ଏଭଳି ଉଦ୍ୟମ ଆଗକୁ ସାରା ଦେଶରେ ବିଭିନ୍ନ ଭ୍ୟାକ୍ସିନର ସଫଳ ହ୍ୟୁମାନ ଟ୍ରାଏଲରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।’’
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।