ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନାକୁ ହାତ ଠାରି ଡାକୁଛି ପୁରୀ ପ୍ରଶାସନ? ଖୋଲାରେ ଫିଙ୍ଗାଯାଉଛି COVID ହସ୍‌ପିଟାଲ୍‌ର ଆବର୍ଜନା

କରୋନାକୁ ହାତ ଠାରି ଡାକୁଛି ପୁରୀ ପ୍ରଶାସନ? ଖୋଲାରେ ଫିଙ୍ଗାଯାଉଛି COVID ହସ୍‌ପିଟାଲ୍‌ର ଆବର୍ଜନା

ପିପିଇ କିଟ୍, ଇଞ୍ଜେକସନ୍ ସିରିଞ୍ଜ୍ ଓ କୋଭିଡ୍ ହସପିଟାଲରେ କରୋନା ରୋଗୀ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ରାସ୍ତା କଡ଼ରେ ପଡ଼ି ରହି ପରିବେଶକୁ ପ୍ରଦୂଷିତ କରିବା ସହ କରୋନା ଭୂତାଣୁକୁ ବାୟୁରେ ଛାଡ଼ିବାର ଆଶଙ୍କା ସୃଷ୍ଟି କରିଛି ।

କରୋନାକୁ ହାତ ଠାରି ଡାକୁଛି ପୁରୀ ପ୍ରଶାସନ? ଖୋଲାରେ ଫିଙ୍ଗାଯାଉଛି COVID ହସ୍‌ପିଟାଲ୍‌ର ଆବର୍ଜନା
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା; (ଡାହାଣ) ରାସ୍ତା କଡ଼ରେ ଫିଙ୍ଗାଯାଇଥିବା କୋଭିଡ୍ ମେଡିକାଲ୍ ଆବର୍ଜନା
  • News18 Odia
  • Last Updated: June 11, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ସହର ପୁରୀର ତାଳବଣିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ବର୍ଜ୍ୟ ବସ୍ତୁ ହୋଇ ରାସ୍ତା କଡ଼ରେ ଫିଙ୍ଗାଯାଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୋଭିଡ୍ ହସପିଟାଲ୍‌ କର୍ତ୍ତୃପକ୍ଷ କେମିତି ଏ ସବୁ ବସ୍ତୁକୁ ସଠିକ୍ ସ୍ଥାନରେ ନ ପକାଇ ରାସ୍ତା କଡ଼ରେ ପକାଇଦେବାକୁ ଉଚିତ ମନେ କଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଏହା କୋଭିଡଜନିତ ମେଡିକାଲ୍‌ ଆବର୍ଜନାକୁ ପରିଚାଳନା ପାଇଁ ରହିଥିବା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ପିପିଇ କିଟ୍, ଇଞ୍ଜେକସନ ସିରିଞ୍ଜ୍‌ ଓ କୋଭିଡ୍ ହସପିଟାଲରେ କରୋନା ରୋଗୀ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ରାସ୍ତା କଡ଼ରେ ପଡ଼ି ରହି ପରିବେଶକୁ ପ୍ରଦୂଷିତ କରିବା ସହ କରୋନା ଭୂତାଣୁକୁ ବାୟୁରେ ଛାଡ଼ିବାର ଆଶଙ୍କା ସୃଷ୍ଟି କରିଛି । ବିଶେଷତଃ ପୁରୀ ସହରର ମଧୁର ଜଳ ଅଞ୍ଚଳ ଭାବେ ପରିଚିତ ତାଳବଣିଆରେ ଏହି ଘଟଣା ଘଟିଥିବାରୁ ଲୋକେ ଆକ୍ରୋଶ ବ୍ୟକ୍ତ କରିଛନ୍ତି ।

ଏହା ବି ପଢ଼ନ୍ତୁ | SBI ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବ

ତାଳବଣିଆ ଥାନାଠାରୁ ମାତ୍ର ୫୦ ମିଟର୍‌ ଦୂର ପୁରୀ ବାଇପାସ୍‌ ରୋଡ଼ ପାର୍ଶ୍ଵରେ କଳା ପଲିଥିନରେ ଭର୍ତ୍ତି ହୋଇ କୁଢ଼ କୁଢ଼ ମେଡିକାଲ୍‌ ଆବର୍ଜନା ପଡି଼ ରହିଛି । ସେହି ଆବର୍ଜନାକୁ କୁକୁର, କାଉ ଓ ଗାଇ ଆଦି ଖାଉଛନ୍ତି ଓ ଏଣେତେଣେ ପକାଉଛନ୍ତି । ରାସ୍ତା ସାରା ଏ ସବୁ ସାମଗ୍ରୀ ଏମିତି ବିକ୍ଷିପ୍ତ ଭାବେ ପଡି଼ଥିବାରୁ ଲୋକେ ଆତଙ୍କିତ ହୋଇପଡି଼ଛନ୍ତି ।

କଳା ପଲିଥିନରେ ଭର୍ତ୍ତି ହୋଇ କୁଢ଼ କୁଢ଼ ମେଡିକାଲ୍ ଆବର୍ଜନା ପଡି଼ ରହିଛି ।


ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍

‘‘କୋଭିଡ୍ ରୋଗୀଙ୍କ ଦ୍ୱାରା ବ୍ୟବହୃତ ଔଷଧ, ଇଞ୍ଜେକସନ, ସିରିଞ୍ଜ, ପିପିକିଟ୍, ମାସ୍କ, ଗ୍ଲୋବସ ଓ ଡିସ୍ପୋଜେବଲ ଖାଇବା ପ୍ଲେଟ୍‌ ଆଦି ଏଇଠି ଫୋପଡ଼ାଯାଇଛି । ସହରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆମେ ସଚେତନ ହୋଇ ମାସ୍କ୍‌ ପିନ୍ଧିବା ସହ ଅନ୍ୟ ସବୁ ନିୟମ ପାଳନ କରୁଛୁ । ହେଲେ ପ୍ରାଶାସନିକ ସ୍ତରରେ ଅବହେଳା କରି ପରିବେଶକୁ ଏମିତି ପ୍ରଦୂଷିତ କରାଯାଉଛି । ଏମିତି ହେଲେ ତ କରୋନା ସଂକ୍ରମଣ ଆହୁରି ବଢ଼ିବ,’’ କହିଛନ୍ତି ନିକଟସ୍ଥ ଶିବ ମନ୍ଦିରର ପୂଜକ ୪୫ ବର୍ଷୀୟ ତାପସ ଦୀକ୍ଷିତ ।

ଏହା ବି ପଢ଼ନ୍ତୁ | ଫୁଟବଲରେ ଆଗକୁ ବଢ଼ିଲା ଭାରତ, ହରାଇଲା ବାଂଲାଦେଶକୁ; ସୁନୀଲ୍ ଛେତ୍ରୀ ୨ଟି ଗୋଲ୍ କଲେ

କୋଭିଡଜନିତ ମେଡିକାଲ୍‌ ଆବର୍ଜନାକୁ ଖୋଲାରେ ଏମିତି ପଡ଼ିଥିବାରୁ ତାଳବଣିଆ ଓ ଆଖପାଖ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ସୃଷ୍ଟି ହେବା ଆଶଙ୍କା କରାଯାଉଛି । ସେହି ଆବର୍ଜନା ମଧ୍ୟରେ ସମ୍ ହସପିଟାଲ ଲେଖାଥିବା କେତେକ ବ୍ୟାଗ୍‌ ରହିଥିବାରୁ ସେସବୁ ନିକଟରେ ଥିବା ଶ୍ରୀଜଗନ୍ନାଥ କୋଭିଡ୍ ହସପିଟାଲରୁ ଆସିଥିବା ସ୍ପଷ୍ଟ ଜଣାପଡୁଛି ବୋଲି କହିଛନ୍ତି ସ୍ଥାନୀୟ ସାମାଜିକ କର୍ମୀ ତଥା ଆଇନଜୀବୀ ଚିନ୍ମୟ ଦାସ ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ମିନିଟରେ ମଲେ ୨୨ – VIDEO

‘‘ଖାଲି ମେଡିକାଲ୍‌ ଆବର୍ଜନା ନୁହେଁ, ଏହି ଅଞ୍ଚଳରେ ପାଥୋ ଲାବର ଆବର୍ଜନା, ମୃତ ଗାଇଗୋରୁ ଓ ଦୋକାନର ଭଙ୍ଗା କାଚ ଆଦି ବି ସବୁ ବେଳେ ପକାଯାଉଛି । ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି । ଏହି ଅଞ୍ଚଳ ବ୍ରିଟିଶ୍‌ ସମୟରୁ ମଧୁର ଜଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ସତ୍ତ୍ୱେ ପ୍ରଶାସନ ଏଠାରେ ବର୍ଜ୍ୟ ବସ୍ତୁ ପକାଇବା ଆମକୁ ଆଶ୍ଚର୍ଯ୍ୟ କରୁଛି । ଏହି ଅଞ୍ଚଳରେ ସବୁଜିମା ରହିଥିବାରୁ ସକାଳେ ଓ ସନ୍ଧ୍ୟାରେ ଲୋକେ ଚଲାବୁଲା କରିଥାନ୍ତି । ଏଭଳି କୋଭିଡ ହସ୍ପିଟାଲର ଆବର୍ଜନା ପକାଇବା ଦ୍ୱାରା ସଂକ୍ରମଣ ବୃଦ୍ଧି ହେବ ବୋଲି ଏହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି,’’ କହିଛନ୍ତି ଚିନ୍ମୟ ଦାସ ।



ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ କୋଭିଡ୍ ମେଡିକାଲ୍‌ ଆବର୍ଜନାକୁ ନଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ରହିଛି । ‘‘ସେହି ଗାଇଡଲାଇନ୍‌ ଉଲ୍ଲଙ୍ଘନ କରି ତାଳବଣିଆ ଅଞ୍ଚଳରେ ଏଭଳି ବାରମ୍ବାର ପକାଯାଉଥିବା ଅଭିଯୋଗ ଆମ ପାଖରେ ପହଞ୍ଚିଛି । ଖୋଲାରେ ଆବର୍ଜନା ପକାଇଲେ ଓ ପୋଡି଼ଲେ ପ୍ରଦୂଷଣ ବଢ଼ିବା ସହ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ପୌର ସଂସ୍ଥାକୁ ନର୍ଦ୍ଦେଶ ଦିଆଯାଇ ସବୁ ଆବର୍ଜନାକୁ ଉଠାଇ ନିଆଯାଇଛି ଓ ସି.ଡି.ଏମ୍‌.ଓ.ଙ୍କଠାରୁ ଏ ନେଇ ରିପୋର୍ଟ ମଗାଯାଇଛି । ଆବର୍ଜନା ପକାଇଥିବା ସଂସ୍ଥା ବା ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ ସେ କହିଛନ୍ତି ।
Published by: Anand ST Das
First published: June 11, 2021, 11:58 PM IST