News18 Odia Digital
ନୂଆ ଦିଲ୍ଲୀ: କରୋନା କବଚ ସ୍ବାସ୍ଥ୍ୟ ବୀମା ପଲିସି (Corona Kavach Insurance Policy) ବଜାରକୁ ଆସିବା ପରେ ଅତ୍ୟନ୍ତ ଲୋକପ୍ରିୟ ହୋଇଛି । COVID-19 ମହାମାରୀର (COVID-19 Pandemic) ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାୟ ସମସ୍ତ ସାଧାରଣ ତଥା ସ୍ୱାସ୍ଥ୍ୟ ବୀମା କମ୍ପାନୀ (Insurance Companies) ଜୁଲାଇ ୧୦ରୁ କରୋନା ଭୂତାଣୁ ସଂକ୍ରମଣ ପାଇଁ ଏହି ପଲିସି ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଏହି ମହାମାରୀର ଚିକିତ୍ସା ପାଇଁ ଲୋକଙ୍କୁ ଉପଯୁକ୍ତ ଦରରେ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ଯୋଗାଇବା।
ସର୍ବାଧିକ ୫ ଲକ୍ଷ ଟଙ୍କାର ଲାଭଏଥିରେ ସାଢ଼େ ତିନି ମାସରୁ ଆରମ୍ଭ କରି ସାଢେ ନଅ ମାସ ପର୍ଯ୍ୟନ୍ତ ପଲିସି ବିକ୍ରି କରାଯାଉଛି । ଏଥିରେ ବୀମାଭୁକ୍ତ ବ୍ୟକ୍ତିଙ୍କ ସର୍ବାଧିକ ଚିକିତ୍ସା ଖର୍ଚ୍ଚ ପାଞ୍ଚ ଲକ୍ଷ ଟଙ୍କା ରଖାଯାଇଛି। ବୀମା ନିୟାମକ (IRDAI) ଏଥି ପାଇଁ କମ୍ପାନୀଗୁଡିକୁ ଅନୁମୋଦନ କରିଛି । ପଲିସି ବାଜାରର ମୁଖ୍ୟ ଅମୃତ ଛାବ୍ରା କହିଛନ୍ତି, ‘‘ଏହି ପଲିସିକୁ ବହୁତ ଭଲ ସମର୍ଥନ ମିଳୁଛି କାରଣ ଲୋକେ ଏହି ପ୍ଲାନ୍ କିଣିବାକୁ ଇଚ୍ଛୁକ ଅଛନ୍ତି ।’’
କେତେ ପ୍ରିମିୟମ୍ ଦେବାକୁ ହୁଏ?ସେ ଆହୁରି ମଧ୍ୟ କହିଛନ୍ତି ଯେ ପଲିସି ବାଜାରର ୱେବସାଇଟରେ କମ୍ପାନୀମାନେ ପ୍ରତି ଦିନ ୩୦୦ରୁ ୫୦୦ ପର୍ଯ୍ୟନ୍ତ ଏହି ପଲିସି ବିକ୍ରି କରୁଛନ୍ତି । ଅଧିକାଂଶ ଯୁବକ ଏହି ପଲିସି ନେଉଛନ୍ତି। ଏହି ପଲିସି ଅତ୍ୟନ୍ତ ଯୁକ୍ତିଯୁକ୍ତ ଦରରେ ଅଛି । ଏହାକୁ ସର୍ବନିମ୍ନ ପ୍ରିମିୟମରେ ମାସିକ ୨୦୮ ଟଙ୍କାରେ ନିଆଯାଇପାରେ, ଯାହା ଅତ୍ୟନ୍ତ ଶସ୍ତା । ମହାରାଷ୍ଟ୍ର, ତାମିଲ ନାଡୁ, କର୍ଣ୍ଣାଟକ ଓ ଦିଲ୍ଲୀ ଏନସିଆରର ଲୋକମାନେ ଏଥିରେ ଅଧିକ ଆଗ୍ରହ ଦେଖାଉଛନ୍ତି।’’
ଏହି ସୁବିଧାଗୁଡ଼ିକର ଲାଭ କ’ଣ ଅଛି?ଏସବିଆଇ ଜେନେରାଲ ଇନସୁରାନ୍ସ କମ୍ପାନୀର ଅଣ୍ଡରରାଇଟିଂ ଓ ପୁନଃବୀମା ବ୍ୟବସାୟର ମୁଖ୍ୟ ସୁବ୍ରମଣ୍ୟମ ବ୍ରହ୍ମଜୋସିଆଲା କହିଛନ୍ତି ଯେ ଏଥିରେ ଫ୍ୟାମିଲି ଫ୍ଲୋଟର୍ ଓ ୫ ଲକ୍ଷ ଟଙ୍କାର ବୀମା ସହ ହସ୍ପିଟାଲର ଦୈନିକ ୨,୫୦୦ ଟଙ୍କା ନଗଦ ପାଇବା ଭଳି ବିକଳ୍ପ ରହିଛି ।

କରୋନା ରକ୍ଷକ ପଲିସିର ପ୍ରିମିୟମ ଥରକରେ ଦେବାକୁ ପଡ଼େ ।
IFFCO ଟୋକିଓ ଜେନେରାଲ ଇନସୁରାନ୍ସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ (ଅଣ୍ଡରରାଇଟିଂ) ସୁବ୍ରତ ମଣ୍ଡଳ କହିଛନ୍ତି ଯେ କୋଭିଡ -19 ପରେ ଏହି ପଲିସି ମାତ୍ର ଗୋଟିଏ ସପ୍ତାହ ହେବ ରିଲିଜ ହୋଇଛି ଆଉ ଲୋକେ ଏଥି ପ୍ରତି ବହୁ ସଂଖ୍ୟାରେ ଆକର୍ଷିତ ହୋଇଛନ୍ତି । ଯେ କୌଣସି ବ୍ୟକ୍ତି ନିଜ ପାଇଁ ଓ ନିଜ ଜୀବନସାଥୀ, ପିତାମାତା, ଶାଶୁ ଓ ୨୫ ବର୍ଷରୁ କମ୍ ନିର୍ଭରଶୀଳ ପିଲାମାନଙ୍କ ପାଇଁ କରୋନା କବଚ ପଲିସି କିଣି ପାରିବେ ।
୧୮ ରୁ ୬୫ ବର୍ଷ ବୟସ୍କ ଯେକୌଣସି ବ୍ୟକ୍ତି ଏହି ପଲିସି କିଣି ପାରିବେକରୋନା କବଚ ପଲିସିରେ କ୍ଷତିପୂରଣ ଉପରେ ଆଧାରିତ ଏକ ମୌଳିକ ବାଧ୍ୟତାମୂଳକ କଭର୍ (Basic Mandatory Cover) ରହିବ । ତା’ ସହିତ ଏକ ବୈକଳ୍ପିକ କଭର ରହିବ ଯାହା ଲାଭ-ଆଧାରିତ ହେବ । ମୌଳିକି କଭରରେ ଥିବା ବୀମା ରାଶି ୫୦ ହଜାରରୁ ୫ ଲକ୍ଷ ଟଙ୍କା ହେବ । ଏହି କଭର ସାଢେ ତିନି ମାସ, ସାଢେ ଛଅ ମାସ ଓ ସାଢେ ନଅ ମାସ ପର୍ଯ୍ୟନ୍ତ ହେବ । ଏଥିରେ ଅପେକ୍ଷା ସମୟ (Waiting Period) ମଧ୍ୟ ଅନ୍ତର୍ଭୂକ୍ତ ହେବ । ଏହି ଯୋଜନା ଅନୁଯାୟୀ ୧୮ରୁ ୬୫ ବର୍ଷ ବୟସର ଯେକୌଣସି ବ୍ୟକ୍ତି ଏହି ବୀମା ପଲିସି କିଣି ପାରିବେ ।
ଏହି ସବୁ ଆଶ୍ରିତଙ୍କୁ ପଲିସିରେ ଅନ୍ତର୍ଭୁକ୍ତ କରାଯାଇପାରିବଯଦି ଆପଣ ଚାହାଁନ୍ତି ଏହି ପଲିସିରେ ନିଜ ଆପଣ ନିଜ ପିତାମାତା, ଶାଶୁ-ଶ୍ୱଶୁର ଓ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଆପଣଙ୍କର ନିର୍ଭରଶୀଳ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରିପାରିବେ । ଏହି ସୀମିତ ସମୟର ବୀମା ଯୋଜନା ପାଇଁ ପ୍ରିମିୟମ୍ ଗୋଟିଏ ସମୟରେ ଜମା କରିବାକୁ ପଡିବ । ବୀମା ପଲିସିରେ ୧୪ ଦିନିଆ ହୋମ କ୍ୟାରେଣ୍ଟିନ ସମୟରେ କରାଯାଇଥିବା ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ ହେବ । ତେବେ ଏଥି ପାଇଁ ଚିକିତ୍ସାରେ ଜଣେ ଡାକ୍ତର ସାମିଲ ହୋଇଥିବା ଆବଶ୍ୟକ। ଏଥିରେ ଅକ୍ସିମିଟର, ଅମ୍ଳଜାନ ସିଲିଣ୍ଡର ଓ ନେବୁଲାଇଜରର ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଡାକ୍ତରଖାନାରେ ଭର୍ତ୍ତି ହେଲେ ୧୫ ଦିନ ପର୍ଯ୍ୟନ୍ତ ବୀମା ରାଶିର ୦.୫% ଦୈନିକ ଦିଆଯିବ ।
ଏହା ବି ପଢ଼ନ୍ତୁ:
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେଏହା ବି ପଢ଼ନ୍ତୁ:
ଦିଲ୍ଲୀ AIIMSରେ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛିଅତି କମରେ ୩ ଦିନ ହସ୍ପିଟାଲରେ ଭର୍ତ୍ତି ହେବା ଜରୁରୀକରୋନା ରକ୍ଷକ ପଲିସିର ପ୍ରିମିୟମ ଥରକରେ (Single Premium) ଦେବାକୁ ପଡ଼ିବ । ଯଦି ପଲିସିଧାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ ତେବେ ନିଶ୍ଚିତ ହୋଇଥିବା ରାଶିର ୧୦୦ ପ୍ରତିଶତ ଆଗୁଆ ପ୍ରଦାନ କରାଯିବ। କୋଭିଡ -୧୯ ପଜିଟିଭ୍ ଆସିବା ପରେ ଅତି କମରେ ତିନି ଦିନ ହସ୍ପିଟାଲରେ ଭର୍ତ୍ତି ହେବା ବାଧ୍ୟତାମୂଳକ । ଏହି ବୀମାର ଅବଧି ୧୦୫ ଦିନ, ୧୯୫ ଦିନ ଓ ୨୮୫ ଦିନ ହେବ । ବୀମା ରାଶି ୫୦ ହଜାର ଟଙ୍କାରୁ ୨.୫ ଲକ୍ଷ ଟଙ୍କା ହେବ। ଥରେ ପଲିସିର ଲାଭ ଉଠାଇ ସାରିବା ପରେ (କ୍ଲେମ୍ କରିବା ପରେ) ଏହା ଆପେଆପେ ବନ୍ଦ ହୋଇଯିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।