ରାଜ୍ୟରେ ବ୍ୟାପୁଛି କରୋନା; ଗଞ୍ଜାମ ଢ଼ାଞ୍ଚାରେ ନିୟନ୍ତ୍ରଣକୁ କରିବାକୁ ବିଶେଷଜ୍ଞ ମତ ଦେଲେ

ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୯୦୦ ପାର କରିଛି। କୋଭିଡ଼ ବଢୁଥିବା ଅଞ୍ଚଳରେ ଗଞ୍ଜାମ ଢାଞ୍ଚାରେ କୋଭିଡ଼ ନିୟନ୍ତ୍ରଣ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।

ରାଜ୍ୟରେ ବ୍ୟାପୁଛି କରୋନା; ଗଞ୍ଜାମ ଢ଼ାଞ୍ଚାରେ ନିୟନ୍ତ୍ରଣକୁ କରିବାକୁ ବିଶେଷଜ୍ଞ ମତ ଦେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 14, 2020, 2:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଅସ୍ଥିର ହେବାରେ ଲାଗିଛି କରୋନାର ସ୍ଥିତି । ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ସହିତ ଏକାଧିକ ଜିଲ୍ଲାରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଛି । ଯେଉଁ ହାରରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି, ଖୁବ ଶୀଘ୍ର ରାଜ୍ୟର ସଂଖ୍ୟାଧିକ ଜିଲ୍ଲାରେ କୋଭିଡ଼ ରୋଗୀଙ୍କ ସଂଖ୍ୟା ଆଶାତୀତ ଠାରୁ ଅଧିକ ଭାବେ ବୃଦ୍ଧି ପାଇବ ବୋଲି ଏକ୍ସପର୍ଟ ମାନେ ଆକଳନ କରିଛନ୍ତି । ରାଜ୍ୟରେ ଏକାଧିକ ଜିଲ୍ଲାରେ ଏବେ କୋଭିଡ଼ ସଂକ୍ରମଣ ଦ୍ରୁତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସେ ସବୁ ଅଞ୍ଚଳରେ ଗଞ୍ଜାମ ନିୟନ୍ତ୍ରଣ ଢାଞ୍ଚା ଆପଣାଯିବା ଉଚିତ ବୋଲି ମତ ରଖିଛନ୍ତି ବିଶେଷଜ୍ଞ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଅଗଷ୍ଟମାସରେ ରାଜ୍ୟରେ ଦ୍ରୁତ ହେବାରେ ଲାଗିଛି କୋଭିଡ଼ ସଂକ୍ରମଣ। ଗତ କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୯୦୦ ପାର କରିଛି । ସବୁଠାରୁ ବଡ଼ କଥା ହେଲା ରାଜ୍ୟର ବିଭିନ୍ନ ହଟସ୍ପଟ ଅଞ୍ଚଳକୁ ବାଦ ଦେଲେ ଏକାଧିକ ଜିଲ୍ଲାରେ କୋଭିଡ଼ ପଜିଟିଭ ସଂଖ୍ୟା ୧୦୦ ଉପରେ ରହୁଛି।

"ଯେତେବେଳ ପର୍ଯ୍ୟନ୍ତ କୋଭିଡ ଟିକା ନବାହାରିଛି ସେ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗି ରହିବ। ତେବେ ଏ ସ୍ଥିତି ନେଇ ସାଧାରଣ ଲୋକଙ୍କ ଭୟ ବଢ଼ି ଯାଇଛି, ଯାହା ସ୍ୱାଭାବିକ କଥା। କିନ୍ତୁ ଗୋଟିଏ କଥା ମନେ ରଖିବା ଉଚିତ ଯେ, ଏ ରୋଗ ଲମ୍ବା ସମୟ ଧରି ଲୋକଙ୍କ ସହିତ ରହିବ। ତେଣୁ ଲୋକମାନେ ନିଜ ଆଡୁ ସାବଧାନତା ପ୍ରତି ଗୁରୁତ୍ୱ ଦେବା ଉଚିତ," କହିଛନ୍ତି ସ୍ବାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞ ଭରତ କୁମାର।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


"ସମୟ ବଦଳିବା ସହିତ କୋଭିଡ଼କୁ ନେଇ ଭୟ ମଧ୍ୟ ବଢୁଛି। କାରଣ ମାର୍ଚ୍ଚରେ ପ୍ରଥମ କୋଭିଡ଼ ରୋଗୀ ବାହାରିବା ସମୟରେ ଖୁବ ଭୟ ଲାଗୁଥିଲା। ପରେ ଧିରେ ଧିରେ କିଛି ହାତଗଣତି ଅଞ୍ଚଳକୁ ଛାଡି ଦେଲେ ଏହା ନିୟନ୍ତ୍ରଣଭିତରେ ଥିଲା। ଏବେ ସଂଖ୍ୟା ବଢ଼ୁଥିବାରୁ ପୁଣି ଡ଼ର ଲାଗୁଛି," କହିଛନ୍ତି ଭୁବନେଶ୍ୱର ବାସିନ୍ଦା ପ୍ରଭାସ ଚୌଧୁରୀ।

ମୋଟ ଉପରେ ଗଞ୍ଜାମ ଜିଲ୍ଲା ଭଳି ଏବେ ରାଜ୍ୟର ଏକାଧିକ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍ଥାନୀୟ ସଂକ୍ରମଣ ସଂଖ୍ୟା। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲା

''ଏହାର ଦୁଇଟି କାରଣ ଅଛି। ପ୍ରଥମ କାରଣ ହେଲା ଲୋକଙ୍କ ମାନସିକତା । ସରକାରୀ ନୀତି ନିୟମକୁ ଅନେକ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାମାନେ ଅଣଦେଖା କରୁଛନ୍ତି । ଦ୍ୱିତୀୟରେ କୋଭିଡ଼ ପ୍ରତି ଲୋକଙ୍କ ମନରେ ଭୟ ଥିବାରୁ ସେମାନେ ଟେଷ୍ଟ ପାଇଁ ଆଗ୍ରହୀ ହେଉନାହାନ୍ତି । ଏହାର ସମାଧାନ ହେବା ଦରକାର," କହିଛନ୍ତି ଡାକ୍ତର ମଧୁସୂଦନ ମିଶ୍ର।



''କୋଭିଡ଼ ବଢୁଥିବା ଅଞ୍ଚଳରେ ଗଞ୍ଜାମ ଢାଞ୍ଚାରେ କୋଭିଡ଼ ନିୟନ୍ତ୍ରଣ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ। ଏହା ଅଧିକ ଫଳପ୍ରଦ ହେବ। ଅର୍ଥାତ ସେରୋ ସର୍ଭିଲାନ୍ସକୁ ସବୁଠି ଗୁରୁତ୍ୱ ଦିଆଯିବା ସହିତ ସ୍ଵତନ୍ତ୍ର ଅଧିକାରୀଙ୍କୁ କୋଭିଡ଼ ପରିଚାଳନା ଦାୟିତ୍ୱ ଦିଆଯିବା ଉଚିତ," କହିଛନ୍ତି ବୈଜ୍ଞାନିକ ଡ଼ଃ ସନ୍ଦୀପ ମିଶ୍ର ।
Published by: Jagdish Barik
First published: August 14, 2020, 1:39 PM IST
corona virus btn
corona virus btn
Loading