ଶିଶୁ ଓ କିଶୋରମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢୁଛି; ସେମାନେ କାନ୍ଦିଲେ ବି ବ୍ୟାପୁଛି ସଂକ୍ରମଣ

ଶିଶୁମାନେ ଅଧିକ ସଂଖ୍ୟାରେ ପଜିଟିଭ୍ ହେଉଥିଲେ ବି ସେମାନଙ୍କ ଗୁରୁତର ହେବା ଓ ମୃତ୍ୟୁ ବରଣ କରିବା ଉଦାହରଣ କମ୍ ରହିଛି । କିନ୍ତୁ ପିଲାଙ୍କଠାରେ କରୋନା ଭାଇରସ୍ ରହିଲେ ତାହା ବୟସ୍କ ଲୋକଙ୍କୁ ସଂକ୍ରମିତ କରିବାର ସମ୍ଭାବନା ଅଧିକ ରହିଥାଏ ।

ଶିଶୁ ଓ କିଶୋରମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢୁଛି; ସେମାନେ କାନ୍ଦିଲେ ବି ବ୍ୟାପୁଛି ସଂକ୍ରମଣ
ରାଜ୍ୟରେ ଶୂନ୍ୟରୁ ୧୪ ବର୍ଷ ବୟସର ମୋଟ ୨୪,୬୮୪ ଜଣ କରୋନା ପଜିଟିଭ ହେଲେଣି । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଏବେ ସାରା ଦେଶକୁ କବଳିତ କରିଥିବା ବେଳେ ଏହା ଶିଶୁମାନଙ୍କ ପାଇଁ ବିଶେଷ ଭାବେ ବିପଦଜନକ ହେଉଥିବା ଦେଖାଯାଉଛି । ନିଜେ ଶିଶୁ ଓ କିଶୋରମାନେ ସଂକ୍ରମିତ ହେବା ସହ ଅନ୍ୟକୁ ସଂକ୍ରମଣ କରିବାର ସମ୍ଭାବନା ଅଧିକ ରହୁଛି । ପ୍ରଥମ ଲହରରେ ଅଳ୍ପ ସଂଖ୍ୟକ ଶିଶୁ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ଶିଶୁ ଓ କିଶୋର ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋ’ଟ ୫ ଲକ୍ଷ ୧୬୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୦ରୁ ୧୪ ବର୍ଷ ବୟସର ସଂକ୍ରମିତଙ୍କ ସଂଖ୍ୟା ୨୪,୬୮୪ ରହିଛି । ୧୫ରୁ ୪୦ ବର୍ଷ ବୟସର ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୫ ହଜାର ୧୦୩ ରହିଛି ଓ ୪୧ରୁ ୬୦ ବର୍ଷ ବୟସର ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୦୯ ରହିଛି । ୬୦ ବର୍ଷରୁ ଅଧିକ ବୟସର ୫୧,୨୪୫ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ପ୍ରଭାବ: ମେ ୯ରୁ ରାଜଧାନୀ, ଶତାବ୍ଦୀ ଦୂରନ୍ତୋ ଏକ୍ସପ୍ରେସ ସମେତ ୨୮ଟି ଟ୍ରେନ୍ ଚଳାଚଳ ବନ୍ଦ ହେବ

ଶୂନ୍ୟରୁ ୧୪ ବର୍ଷ ବୟସର ମୋଟ ୨୪,୬୮୪ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଅଧିକାଂଶ ଦ୍ୱିତୀୟ ଲହରରେ ହିଁ ସଂକ୍ରମିତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ତଥ୍ୟରୁ ଜଣା ପଡ଼ିଛି । ଅନେକ ସଂକ୍ରମିତ ଶିଶୁଙ୍କଠାରେ ନିୟମିତ ଲକ୍ଷଣ ପ୍ରକାଶ ପାଉନି । ଅନେକ ସଂକ୍ରମିତ ଶିଶୁଙ୍କଠାରେ କେତେକ ଅସ୍ୱାଭାବିକ ଲକ୍ଷଣ ବି ଦେଖିବାକୁ ମିଳୁଛି । ଶିଶୁମାନେ ଅଧିକ ସଂଖ୍ୟାରେ ପଜିଟିଭ୍‌ ହେଉଥିଲେ ବି ସେମାନଙ୍କ ଗୁରୁତର ହେବା ଓ ମୃତ୍ୟୁ ବରଣ କରିବା ଦୃଷ୍ଟାନ୍ତ କମ୍‌ ରହିଛି । କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ପିଲାଙ୍କଠାରେ କରୋନା ଭାଇରସ୍‌ ରହିଲେ ତାହା ବୟସ୍କ ଲୋକଙ୍କୁ ସଂକ୍ରମଣ କରିବାର ସମ୍ଭାବନା ଅଧିକ ରହିଥାଏ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କଂଗ୍ରେସ୍ ସୋସିଆଲ୍ ମିଡି଼ଆ ଟିମ୍ ମୁଖ୍ୟ ତଥା ଅଭିନେତ୍ରୀ ରମ୍ୟା ରାଜନୀତି ଫିଲ୍ମରୁ ବିଦାୟ ନେଲେ

ରାଜ୍ୟରେ କରୋନା ସଂକ୍ରମିତଙ୍କ ଲିଙ୍ଗ ଓ ବୟସ


‘‘କରୋନା ସଂକ୍ରମିତ ବ୍ୟକ୍ତି ସାଧାରଣତଃ କାଶିବା ଓ ଛିଙ୍କିବା ଦ୍ୱାରା ସଂକ୍ରମଣ ବ୍ୟାପିବା ସ୍ୱାଭାବିକ, କିନ୍ତୁ ପିଲାମାନେ କାନ୍ଦିଲେ ବି ବ୍ୟାପୁଛି ସଂକ୍ରମଣ । ଏପରି ସ୍ଥିତିରେ କିଛି ବି ଅସ୍ୱାଭାବିକ ଲକ୍ଷଣ ପରିଲକ୍ଷିତ ହେଲେ ଟେଷ୍ଟ୍‌ କରାଇବା ସହ ପରିବାର ଲୋକ ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ ଓ ସମସ୍ତେ ମାସ୍କ ପରିଧାନ କରିବା ଉପରେ ଗୁରୁତ୍ବ ଦେବା ଉଚିତ,’’ କହିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଆଶୁତୋଷ ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ଦିନ ବାକି ଅଛି’’

ଯଦି ନିୟମିତ ଭାବେ ଜ୍ୱର କମୁନି, ଡାଇରିଆ ଲାଗିରହିଛି କିମ୍ବା ଟେଷ୍ଟରେ ଅନ୍ୟ କିଛି ଲକ୍ଷଣ ଦେଖାଯାଉନି, ତାହେଲେ ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ କରାଇବା ଜରୁରୀ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର । ‘‘ପିଲାଙ୍କ ଟିକା ପାଇଁ ରିସର୍ଚ୍ଚ ଚାଲିଛି । ଟିକା ଆସିବା ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱତନ୍ତ୍ର ଯତ୍ନ ନେବା ଜରୁରୀ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମେଟ୍ରୋ ଟ୍ରେନ୍ ଯାଉଥିବା ବେଳେ ପୋଲ ଭୁଶୁଡ଼ିଲା; ୨ଟି ଡବା ରାସ୍ତା ଉପରେ ଝୁଲି ରହିଲେ; ୨୩ ମୃତ

ମେ ମାସର ପ୍ରଥମ ପାଞ୍ଚ ଦିନରେ ରାଜ୍ୟରେ ୪୫,୫୫୫ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି ଓ ୭୧ ଜଣ ଆକ୍ରାନ୍ତଙ୍କ ଜୀବନ ଗଲାଣି । ଗୁରୁବାର ଦିନ ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୧୦,୫୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମେ ୧୫ ତାରିଖ ଆଡ଼କୁ ଦେଶରେ ସଂକ୍ରମଣ ଶୀର୍ଷରେ (ପିକ୍‌) ପହଞ୍ଚିପାରେ ବୋଲି ପୂର୍ବରୁ ଆକଳନ କରାଯାଉଥିବା ବେଳେ ମହାରଷ୍ଟ୍ର ଓ ଦିଲ୍ଲୀର ସ୍ଥିତିକୁ ଦେଖିଲେ ଓଡ଼ିଶାରେ ପିକ୍‌ ହେବା ବିଳମ୍ବ ହୋଇପାରେ ବୋଲି ଆକଳନ କରାଯାଉଛି ।



‘‘ସଂକ୍ରମଣ ଏକାଧକ ରାଜ୍ୟରେ ପିକ୍‌ ହେଲେ ଓଡି଼ଶାରେ ପିକ୍‌ ଆସିବ । ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ କୋଭିଡ୍‌ ନିୟମ ଅନୁପାଳନ ଓ ଟିକାକରଣ ଉପରେ ଗୁରୁତ୍ବ ଦିଆଯିବା ଉଚିତ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ।
Published by: Anand ST Das
First published: May 6, 2021, 11:53 PM IST