କୋଭିଡ୍ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେଉନି

ଦେବାଶିଷ ପାଣିଗ୍ରାହୀଙ୍କ ଫୁସଫୁସ୍ ସ୍ବାଭାବିକ ଢଙ୍ଗରେ କାର୍ଯ୍ୟ କରୁ ନ ଥିବାରୁ ତାଙ୍କୁ ECMO ମେସିନ୍ ସହାୟତାରେ ଚିକିତ୍ସା ପାଇଁ କୋଲକାତା ନେବାକୁ ଉଦ୍ୟମ ହେଉଛି । ହେଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେଉ ନ ଥିବାରୁ ତାହା କରିବା ସମ୍ଭବ ହେଉ ନାହିଁ ।

କୋଭିଡ୍ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେଉନି
ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡରେ ଆକ୍ରାନ୍ତ ଥିବା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେ କଟକର ଅଶ୍ବନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଏବେ ଭେଣ୍ଟିଲେଟରରେ ଅଛନ୍ତି । ଉତ୍ତମ ଚିକିତ୍ସା ପାଇଁ ଏଆର୍ ଆମ୍ବଲାନ୍ସ୍ ଯୋଗେ ତାଙ୍କୁ କୋଲକାତାରେ ଥିବା ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ସବୁ ପ୍ରସ୍ତୁତି ହୋଇ ସାରିଥିଲେ ବି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେଉ ନ ଥିବାରୁ ତାହା କରିବା ସମ୍ଭବ ହେଉନାହିଁ ବୋଲି ହସପିଟାଲ୍‌ ସୂତ୍ରରୁ ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଫୁଟବଲରେ ଆଗକୁ ବଢ଼ିଲା ଭାରତ, ହରାଇଲା ବାଂଲାଦେଶକୁ; ସୁନୀଲ୍ ଛେତ୍ରୀ ୨ଟି ଗୋଲ୍ କଲେ

କୋଭିଡ ସଂକ୍ରମଣ ଯୋଗୁଁ ଡକ୍ଟର ପାଣିଗ୍ରାହୀଙ୍କ ଫୁସଫୁସ୍‌ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଫୁସଫୁସ୍‌ ସ୍ବାଭାବିକ ଢଙ୍ଗରେ କାର୍ଯ୍ୟ କରୁ ନ ଥିବାରୁ ତାଙ୍କୁ ଏବେ ECMO ମେସିନ୍‌ ସପୋର୍ଟର ଆବଶ୍ୟକତା ରହିଛି । ECMO ମେସିନ୍‌ ଓଡ଼ିଶାର ଦୁଇଟି ବେସରକାରୀ ହସ୍ପିଟାଲରେ ଲାଗି ସାରିଥିଲେ ମଧ୍ୟ ତାକୁ ଚଳାଇବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ନ ଥିବାରୁ ତାହା ରୋଗୀ ସେବାରେ ଲାଗି ପାରୁ ନାହିଁ । ଫଳରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ କଲିକତାରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ଦୁଇ ଦିନ ହେଲା ପ୍ରାୟସ ଚାଲିଛି ।

ଏହା ବି ପଢ଼ନ୍ତୁ | ପୁଣେରେ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୧୫ ଜଣ କର୍ମଚାରୀ ଜଳି ମଲେ; ୧୭ ଜଣ ନିଖୋଜ

କଟକର ଅଶ୍ବନୀ କୋଭିଡ ହସ୍ପିଟାଲ


କୋଲକାତାରୁ ଆସିଥିବା ଚାରି-ଜଣିଆ ଡାକ୍ତରୀ ଟିମ୍‌ ଅଶ୍ବିନୀ ହସ୍ପିଟାଲରେ ପହଞ୍ଚି ଡକ୍ଟର ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ତାଙ୍କ ଚିକିତ୍ସା ସମ୍ପର୍କିତ ବିଭିନ୍ନ ପରୀକ୍ଷା ରିପୋର୍ଟକୁ ଅନୁଧ୍ୟାନ କରୁଛି । କିନ୍ତୁ ଡକ୍ଟର ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ନ ଥିବାରୁ ତାଙ୍କୁ ଏଆର୍‌ ଆମ୍ବୁଲାନ୍ସରେ କୋଲକାତା ପର୍ଯ୍ୟନ୍ତ ନେବା ସମ୍ଭବ ହେଉ ନ ଥିବା ଜଣା ପଡ଼ିଛି । ତାଙ୍କୁ କଟକରୁ ଗ୍ରୀନ୍‌ କରିଡର୍ ଯୋଗେ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସବୁ ବନ୍ଦୋବସ୍ତ କରାଯାଇଛି ।

ଏହା ବି ପଢ଼ନ୍ତୁ | ଜୁନ୍ ୨୧ରୁ ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା, ଦୀପାବଳୀ ଯାଏଁ ଗରିବଙ୍କୁ ମାଗଣା ଚାଉଳ: କହିଲେ PM ମୋଦି

ମେ ମାସ ୨୯ ତାରିଖରେ ଡଃ ପାଣିଗ୍ରାହୀ ଅସ୍ୱାଭାବିକ ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କର ଅକ୍ସିଜେନ୍ ସାଚୁରେସନ୍‌ ସ୍ତର ୯୫ ଥିଲେ ମଧ୍ୟ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରୁଥିଲେ । ତା’ ପରେ ତାଙ୍କ ଫୁସଫୁସର ସ୍ଥିତି ଜାଣିବା ପାଇଁ ପରୀକ୍ଷା ପରେ ତାହା କୋଭିଡ ଯୋଗୁଁ ଗୁରୁତର ଭାବେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା।



ହସପିଟାଲରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଥିଲା । କିନ୍ତୁ ଫୁସଫୁସରେ ସଂକ୍ରମଣ ଅଧିକ ବେଗରେ ମାଡ଼ିଯାଇଥିବାରୁ ଡଃ ପାଣିଗ୍ରାହୀଙ୍କୁ ECMO ମେସିନରେ ରଖିବାର ଆବଶ୍ୟକତା ଦେଖା ଦେଇଥିଲା । ୧୯୯୧ ବ୍ୟାଚର ଏହି ଆଇ.ପି.ଏସ୍‌. ଅଧିକାରୀ ଓଡ଼ିଶା ପୋଲିସର ଅନ୍ୟତମ ଦକ୍ଷ ଅଫିସର ଭାବେ ପରିଚିତ । ଦୁର୍ନୀତି ନିବାରଣ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ସେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।
Published by: Anand ST Das
First published: June 7, 2021, 11:41 PM IST