ରାଜ୍ୟରେ ଉଗ୍ର ରୂପ ଧାରଣ କରୁଛି କରୋନା; ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶୀଘ୍ର ୩୦,୦୦୦ ଛୁଇଁପାରେ
ଗୋଟିଏ ଦିନରେ ରାଜ୍ୟରେ ୧୦,୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି । ଖୋର୍ଦ୍ଧା, କଟକ, ପୁରୀ, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡା, ବରଗଡ଼ ଓ ଝାରସୁଗୁଡା ଜିଲ୍ଲା ଚିନ୍ତା ବଢାଇଛନ୍ତି ।
ଗତ ଚାରି ଦିନରେ ରାଜ୍ୟରେ ପ୍ରାୟ ୩୫,୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । (ପ୍ରତୀକାତ୍ମକ ଛବି)
- News18 Odia
- Last Updated: May 1, 2021, 11:56 PM IST
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଭାଇରସ୍ ସଂକ୍ରମଣ ୧୦ ହଜାର ପାର୍ କରିଥିବାରୁ ଚିନ୍ତା ବଢ଼ଛି । ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ସଙ୍ଗୀନ ହେଉଛି । ବିଶେଷ କରି ବି.ଏମ୍.ସି. ଅଞ୍ଚଳ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ାଇଛି । ଆଗକୁ ସଂକ୍ରମଣ ଅଧିକ ବଢି଼ବାର ଆଶଙ୍କା ଥିବାରୁ ତା’ର ମୁକାବିଲା କରିବା ପାଇଁ ପ୍ରାଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି ।
ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିଲେ ବି ପିକ୍ ବା ଶୀର୍ଷରେ ପହଞ୍ଚିବାକୁ ମାତ୍ର ୧୦ରୁ ୧୨ ଦିନ ଲାଗିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ । ଗୋଷ୍ଠୀ ସଂକ୍ରମଣ ଯୋଗୁଁ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଅଧିକ କଟକଣା ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ
ଏହା ବି ପଢ଼ନ୍ତୁ | COVIDର ଚିକିତ୍ସା ପାଇଁ ନୂଆ ଔଷଧ ‘ଭିରାଫିନ୍’କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
‘‘ଗୋଷ୍ଠୀ ସଂକ୍ରମଣ ଯୋଗୁଁ ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି । ତେଣୁ ଦ୍ରୁତ ସଂକ୍ରମଣର ଏହି ଚେନ୍ ବ୍ରେକ୍ କରିବା ପାଇଁ ଅଧିକ କଟକଣା ଆବଶ୍ୟକ। ଆହୁରି ୧୦ରୁ ୧୫ ଦିନ ପରେ ପିକ୍ ହେବାର ସମ୍ଭାବନା ଥିବାରୁ ଅଧିକ ସଂକମିତ ଅଞ୍ଚଳରେ ଅଧିକ କଟକଣା ଆବଶ୍ୟକ । ଲୋକେ ନିୟମ ମାନିବା ଜରୁରୀ । ରାଜ୍ୟରେ ଦୈନିକ ସଂକ୍ରମଣ ୩୦,୦୦୦ ବି ଛୁଇଁପାରେ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଓ ଫିଟ୍କିରି ପୂରାଉଛନ୍ତି’
ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମଣର ହଟସ୍ପଟ୍ ପାଲଟିଥିବା ବେଳେ ସ୍ଥାନୀୟ ପ୍ରଶାସନ ବି.ଏମ୍.ସି. ଅଞ୍ଚଳ ଚିନ୍ତାର କାରଣ ସାଜିଛି । କେବଳ ଭୁବନେଶ୍ୱରରୁ ଗତ ଚାରି ଦିନରେ ୩,୭୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଶନିବାର ଦିନ ଚାରି ଅଙ୍କ ଛୁଇଁଛି । ଦିନକୁ ଦିନ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ହସ୍ପିଟାଲଗୁଡି଼କ ଉପରେ ବି ଚାପ ବଢି଼ ଚାଲିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଏମିତି କହିବୁ ତ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ
‘‘ଭୁବନେଶ୍ୱରରେ ବର୍ତ୍ତମାନ ୭,୫୮୮ଟି ସକ୍ରିୟ କରୋନା ମାମଲା ଅଛି । ଗଲା ଦୁଇ-ତିନି ଦିନ ହେବ ୧,୦୦୦ ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ହସ୍ପିଟାଲ ସୁବିଧା ବି ବୃଦ୍ଧି କରାଯାଉଛି । ଭୁବନେଶ୍ୱରରେ ୩,୫୫୩ଟି ବେଡ଼ ରହିଛି । ସେଥିରୁ ୫୩୧ଟି ଆଇସିୟୁ ବେଡ୍ ଅଛି, ଓ ୯୦ ପ୍ରତିଶତ ରୋଗୀ ସେଥିରେ ଅଛନ୍ତି । ୮୩୬ଟି ଏଚ୍.ଡି.ୟୁ. ବେଡ୍ ମଧ୍ୟରୁ ୫୦ ପ୍ରତିଶତରେ ରୋଗୀ ଅଛନ୍ତି । ୨,୧୮୬ଟି ଜେନେରାଲ୍ ବେଡରୁ ୫୦ ପ୍ରତିଶତରେ ରୋଗୀ ଅଛନ୍ତି । ସେଥିରେ ପ୍ରାୟ ୯୦ ପ୍ରତିଶତ ବେଡରେ ଅକ୍ସିଜେନ ବ୍ୟବସ୍ଥା ରହିଛି,’’ କହିଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅନ୍ଧୁଣୀ ମା’ ସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ
ଭୁବନେଶ୍ୱରରେ ଏବେ ବି ୮୫ ପ୍ରତିଶତ କୋଭିଡ ରୋଗୀ ହୋମ୍ ଆଇସଲେସନରେ ଅଛନ୍ତି । ସେମାନଙ୍କ ସହ ୱାର୍ଡ଼ ସ୍ତରରେ ଗଠନ ହୋଇଥିବା ଆର୍.ଆର୍.ଟି. ଯୋଗାଯୋଗ କରୁଛନ୍ତି । ଗତ କିଛି ଦିନ ହେବ କିଛି ଲୋକ ପ୍ୟାନିକ୍ କଲ କରୁଛନ୍ତି ।
ଯଦି କୌଣସି ବ୍ୟକ୍ତିଠାରେ କିଛି ବି ଲକ୍ଷଣ ଦେଖାଯାଉଛି ସେମାନେ ଟେଷ୍ଟ୍ କରାଇନେବା ଉଚିତ ବୋଲି କହିଛନ୍ତି ଚୌଧୁରୀ । ଏପ୍ରିଲ ମାସ ଓଡ଼ିଶଆ ପାଇଁ ଅତି ଘାତକ ପ୍ରମାଣିତ ହେଉଛି । ଏହି ମାସ ୧୧୮ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ୧ ଲକ୍ଷ ୧୩ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।






