News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍(Coronavirus) ମହାମାରୀ ଥମିବାକୁ ନାମ ନେଉନାହିଁ । ଭାରତ ସହ ଅଧିକାଂଶ ଦେଶରେ ପ୍ରତିଦିନ ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଏହି ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ କୋଭିଡ -୧୯ (COVID-19) ରୋକିବା ପାଇଁ ଲଗାଯାଇଥିବା ଲକଡାଉନ ଯୋଗୁଁ ବିଶ୍ୱର ବୃହତ୍ତମ ତଥା ଶକ୍ତିଶାଳୀ ଦେଶର ଅର୍ଥନୀତି ଧ୍ୱଂସ ପାଇବାରେ ଲାଗିଛି । କରୋନା ସଙ୍କଟ ମଧ୍ୟରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏଥିସହିତ ଲକଡାଉନ୍ ଯୋଗୁଁ କୋଟି କୋଟି ଲୋକ ବେକାର ହୋଇଯାଇଛନ୍ତି।
ସବୁଠାରୁ ଅଧିକ ଏହି କ୍ଷେତ୍ରଗୁଡିକରେ କାମ କରୁଥିବା ଶ୍ରମିକଙ୍କୁ ହରାଇବାକୁ ପଡ଼ିଛି ଚାକିରୀନିକଟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ, ମାର୍ଚ୍ଚ ୨୫ ତାରିଖରୁ ଭାରତରେ ଆରମ୍ଭ ହୋଇଥିବା ଲକଡାଉନ୍ ଯୋଗୁଁ ପ୍ରାୟ ୧,୦୭ ,୮୦,୦୦୦ ଲୋକ ଚାକିରି ହରାଇଛନ୍ତି। ପର୍ଯ୍ୟଟନ, ଭ୍ରମଣ, ଆତିଥ୍ୟ, ଅଟୋମୋବାଇଲ୍, ବିମାନ ଚଳାଚଳ, ପରିବହନ, ଖୁଚୁରା, ଆଇଟି ଓ ଷ୍ଟାର୍ଟସ୍ କ୍ଷେତ୍ରରେ ସର୍ବାଧିକ ଚାକିରି ଚାଲି ଯାଇଛି ।ଏହାପୂର୍ବରୁ ୨୦୦୭-୨୦୦୯ ର ହୋଇଥିବା ଆର୍ଥିକ ସଙ୍କଟ ସମୟରେ ପ୍ରାୟ ୫୦ ଲକ୍ଷ ବେତନ ପ୍ରାପ୍ତ କର୍ମଚାରୀ ଭାରତରେ ଚାକିରି ହରାଇଥିଲେ ।
ଭ୍ରମଣ ଓ ପର୍ଯ୍ୟଟନ କ୍ଷେତ୍ରରେ ଚାଲିଯାଇଛି ୫୫ ଲକ୍ଷ ଲୋକଙ୍କ ଚାକିରୀଭ୍ରମଣ ଓ ପର୍ଯ୍ୟଟନ କ୍ଷେତ୍ରରେ କରୋନା ମହାମାରୀର ସବୁଠାରୁ ଅଧିକ କ୍ଷତି ହୋଇଛି । ଶିଳ୍ପ ଥିବା ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ୫୫,୦୦,୦୦୦ ଲୋକଙ୍କ ଚାକିରି ଯାଇସାରିଛି । ଟ୍ରାଭେଲ ଏଜେଣ୍ଟ ଓ ଟୁର ଗାଇଡ୍ ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏକ ଆକଳନ ଅନୁଯାୟୀ ଏହି ଶିଳ୍ପରେ ପ୍ରାୟ ୨ କୋଟି ଲୋକ କାମ କରନ୍ତି । ମାର୍ଚ୍ଚରେ ଲକଡାଉନ୍ ସମୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଏହି କ୍ଷେତ୍ରରେ ୧୦୦,୦୦୦ ପର୍ଯ୍ୟନ୍ତ ଚାକିରି ପ୍ରତି ବିପଦ ଥିବା ଅନୁମାନ କରାଯାଉଥିଲା । ତଥ୍ୟ ଅନୁଯାୟୀ ଏହି କ୍ଷେତ୍ରରେ ୩୮ ଲକ୍ଷ ଲୋକ ଚାକିରି ହରାଇ ସାରିଛନ୍ତି । ଏହା ବ୍ୟତୀତ ମାର୍ଚ୍ଚ ୨୫ ତାରିଖରେ ବନ୍ଦ ବିମାନ କମ୍ପାନୀ ଗୁଡିକର ରୋଜଗାର ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ।
ଅଟୋମୋବାଇଲ ଓ ପରିବହନ କ୍ଷେତ୍ରରେ ଯାଇଛି ୧୦ ଲୋକଙ୍କ ଚାକିରୀଅଟୋମୋବାଇଲ୍ ଓ ପରିବହନ କ୍ଷେତ୍ରରେ ଉତ୍ପାଦନ କାର୍ଯ୍ୟ ବନ୍ଧ ଯୋଗୁଁ କମ୍ପାନୀ ଗୁଡ଼ିକ ନିଜ କର୍ମଚାରୀଙ୍କ ଚାକିରୀରୁ ବାହାର କରିଦେଇଥିଲେ । ଏହି କ୍ଷେତ୍ରରେ ୧୦ ଲକ୍ଷ ଲୋକଙ୍କ ଚାକିରି ଚାଲି ଯାଇଛି । ଏହା ବ୍ୟତୀତ ରିଟେଲ କ୍ଷେତ୍ରରେ ୨ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ଆଇଟି କ୍ଷେତ୍ରରେ ୧.୫ ଲକ୍ଷ, ଷ୍ଟାର୍ଟଅପ କ୍ଷେତ୍ରରେ ୧ଲକ୍ଷ ଲୋକଙ୍କ ଚାକିରି ଯାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଚାକିରୀ ହରାଇବା କଥା କହିବାକୁ ଗଲେ ଏହି ପକ୍ରିୟା ଆହୁରି ୩ ରୁ ୪ ମାସ ପର୍ଯ୍ୟନ୍ତ ଜାରି ରହିବ । ଭବିଷ୍ୟତରେ ଲକଡାଉନର ସମ୍ପୂର୍ଣ୍ଣ ସମାପ୍ତି ପରେ ଏହି ପକ୍ରିୟା ବିରାମ ଲାଗି ପାରିବ । ତେବେ ଏହାର ସମାଧାନ ପାଇଁ ଖୁବ ଶୀଘ୍ର ବଜାରରେ କରୋନା ଟିକା ଉପଲବ୍ଧ ହେବା ଜରୁରୀ ଅଟେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।