କରୋନାର ନୂଆ ହଟସ୍ପଟ ପାଲଟିଛି ରାଜ୍ୟ ରାଜଧାନୀ; ସ୍ଥିତି ନୟନ୍ତ୍ରଣ ପାଇଁ ଲାଗିବ ଅଧିକ ସମୟ-ବିଶେଷଜ୍ଞ

"ଖୋର୍ଦ୍ଧାରେ ବିଶେଷ କରି ଭୁବନେଶ୍ୱରରେ ସଂକ୍ରମଣର ସଂଖ୍ୟା ଗତ କିଛିଦିନ ଧରି ବଢ଼ୁଛି । କାରଣ ହେଲା ଜୀବିକା ପାଇଁ ଅଧିକ ଲୋକ ଭୁବନେଶ୍ୱର ଚାଲି ଆସୁଛନ୍ତି। ଦ୍ଵିତୀୟରେ କୋଭିଡ କଟକଣା କୋହଳ ହେବା ପରେ ଲୋକମାନେ ଏଠି ବେପରୁଆ ହୋଇଯାଉଛନ୍ତି, ଯେଉଁ କାରଣରୁ ଏଠି ସଂକ୍ରମଣ ବଢ଼ୁଛି"

କରୋନାର ନୂଆ ହଟସ୍ପଟ ପାଲଟିଛି ରାଜ୍ୟ ରାଜଧାନୀ; ସ୍ଥିତି ନୟନ୍ତ୍ରଣ ପାଇଁ ଲାଗିବ ଅଧିକ ସମୟ-ବିଶେଷଜ୍ଞ
ଭୁବନେଶ୍ୱରରେ ଏକ କୋଭିଡ୍ ହସପିଟାଲ୍
  • News18 Odia
  • Last Updated: September 5, 2020, 11:14 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ବିଗତ କିଛିଦିନ ହେବ କୋରୋନା ଭୂତାଣୁ ଠିକଣା ବଦଳେଇବାରେ ଲାଗିଛି । ରାଜ୍ୟରେ କରୋନା ହବ ପାଲଟିବାରେ ଲାଗିଛି ଖୋର୍ଦ୍ଧା ଜିଲ୍ଲା । ବର୍ତ୍ତମାନ ନିୟମିତ ଭାବେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣର ସଂଖ୍ୟା ପ୍ରାୟ ୭୦୦ରୁ ଅଧିକ ରହୁଥିବା ବେଳେ ବେଶୀ ଚିନ୍ତା ବଢ଼ାଉଛି ରାଜଧାନୀ ଭୁବନେଶ୍ବର । ଯେଉଁଠାରେ ସଂକ୍ରମଣର ସଂଖ୍ୟା ୫୦୦ ଉପରେ ରହୁଛି । ଏକ୍ସପର୍ଟଙ୍କ ମତରେ ଜୀବିକା ପାଇଁ ଅଧିକ ଲୋକ ଭୁବନେଶ୍ୱର ଚାଲିଆସୁଛନ୍ତି । ଦ୍ଵିତୀୟରେ କୋଭିଡ଼ କଟକଣା କୋହଳ ହେବା ପରେ ଲୋକମାନେ ବେପରୁଆ ହୋଇଯାଉଛନ୍ତି, ଯେଉଁ କାରଣରୁ ଏଠାରେ ସଂକ୍ରମଣ ବଢ଼ୁଛି । ସଚେତନତା ଓ କଟକଣା ସହିତ ସ୍ବତନ୍ତ୍ର ଯୋଜନା ଦ୍ୱାରା ଏହାକୁ ରୋକା ଯାଇପାରିବ ବିଶେଷଜ୍ଞ ମତ ଦେଉଥିବା ବେଳେ ବିଏମସି ମଧ୍ୟ ସଚେତନ ଉପରେ ଗୁରୁତ୍ୱ ଦେଇଛି ।

କୋଭିଡ ସଂକ୍ରମଣରେ ରାଜ୍ୟର ସବୁ ଜିଲ୍ଲା ଏପରିକି ଗଞ୍ଜାମ ଜିଲ୍ଲାକୁ ଵି ପଛରେ ପକାଇ ସାରିଲାଣି ଖୋର୍ଦ୍ଧା ଜିଲ୍ଲା। ଏବେ ସାରା ରାଜ୍ୟରେ କୋଭିଡ ସଂକ୍ରମଣରେ ସବୁଠାରୁ ତାଲିକାର ଉପରେ ଅଛି ଖୋର୍ଦ୍ଧା ଜିଲ୍ଲା। ରାଜ୍ୟ ସ୍ୱସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଶୁକ୍ରବାର ପ୍ରକାଶିତ ତାଲିକାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ମୋଟ ୩,୨୬୭ କୋଭିଡ ପଜିଟିଭ। ସେ ଭିତରେ ଗଞ୍ଜାମ ଜିଲ୍ଲାରେ ପଜିଟିଭ ସଂଖ୍ୟା ମାତ୍ର ୯୭ଥିଲା ବେଳେ ସେ ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସଂଖ୍ୟା ୮୫୯, ଯାହା ରାଜ୍ୟର ସର୍ବାଧିକ। ତାଲିକାରେ ଖୋର୍ଦ୍ଧା ଜିଲ୍ଲା ତଳକୁ ଅଛି କଟକ ଜିଲ୍ଲା ଓ ସେଠି ସଂକ୍ରମଣର ସଂଖ୍ୟା ୩୮୪ ।

"ଖୋର୍ଦ୍ଧାରେ, ବିଶେଷ କରି ଭୁବନେଶ୍ୱରରେ ସଂକ୍ରମଣର ସଂଖ୍ୟା ଗତ କିଛିଦିନ ଧରି ବଢ଼ୁଛି । କାରଣ ହେଲା ଜୀବିକା ପାଇଁ ଅଧିକ ଲୋକ ଭୁବନେଶ୍ୱର ଚାଲି ଆସୁଛନ୍ତି। ଦ୍ଵିତୀୟରେ କୋଭିଡ କଟକଣା କୋହଳ ହେବା ପରେ ଲୋକମାନେ ଏଠି ବେପରୁଆ ହୋଇଯାଉଛନ୍ତି, ଯେଉଁ କାରଣରୁ ଏଠି ସଂକ୍ରମଣ ବଢ଼ୁଛି," କହିଛନ୍ତି ହେଲଥ ଭିଲେଜ ହସ୍ପିଟାଲର ନିର୍ଦେଶକ ଡାକ୍ତର ଶୋଭନ ରଥ ।

"ଆଗକୁ ଏଭଳି ସ୍ଥିତି ଆହୁରି କିଛିଦିନ ଲାଗି ରହିବ। କାରଣ ଭୁବନେଶ୍ୱର ବାସିନ୍ଦା କୋଭିଡ଼ ନିୟମ ମାନିବାରେ ଅନ୍ୟମାନଙ୍କ ଠାରୁ ପଛୁଆ । ଅଧିକାଂଶ ଭୁବନେଶ୍ୱର ଲୋକେ କୋଭିଡ଼ ଟେଷ୍ଟ ପାଇଁ ମଧ୍ୟ୍ୟ ଅନାଗ୍ରହୀ ହେଉଛନ୍ତି ଯେଉଁ କାରଣରୁ କୋଭିଡ ଟେଷ୍ଟ ୧୦୦ ପ୍ରତିଶତ ହୋଇପାରୁନାହିଁ । ତେଣୁ ଲୋକେ ସଚେତନ ହେଲେ ହିଁ କମିବ କୋଭିଡ ପ୍ରଭାବ," କହିଛନ୍ତି ସ୍ବାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞ ଭାରତ କୁମାର ବେହେରା ।

"ଏଭଳି ସ୍ଥିତିରେ ସୁଧାର ଆସିବା ପାଇଁ ଆଉ କିଛିଦିନ ସମୟ ଲାଗିବ। ବିଶେଷ ଭାବରେ ଗଞ୍ଜାମ ଜିଲ୍ଲା ରେ ହୋଇଥିବା କୋଭିଡ ନିୟନ୍ତ୍ରଣ ଢାଞ୍ଚାକୁ ଏଠି ପ୍ରୟୋଗ କରାଯିବା ଦରକାର। ମୂଖ୍ୟତଃ ସଚେତନତା ଓ କଟକଣା ସହିତ ସ୍ବତନ୍ତ୍ର ଯୋଜନା ଦ୍ଵାରା ଏଠି କୋଭିଡ ସଂକ୍ରମଣର ହାରକୁ ରୋଜା ଯାଇପାରିବ,'' କହିଛନ୍ତି ଏକ୍ସପର୍ଟ ତଥା ଭୁବନେଶ୍ୱରସ୍ଥିତ ଜୀବି ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ଦିପ ମିଶ୍ର।

"ଅନ୍ୟପକ୍ଷରେ ବିଏମସି ମଧ୍ୟ ଭୁବନେଶ୍ୱର ବାସିନ୍ଦାଙ୍କ ସଚେତନତା ଉପରେ ଗୁରୁତ୍ୱ ଦେଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁସାରେ, "ସଦ୍ୟତମ ସେରୋ ସର୍ଭେରେ ଭୁବନେଶ୍ୱରର ଲୋକଙ୍କ ଦେହରେ ରୋଗ ସଂକ୍ରମଣ ପ୍ରତିଷେଧକ କ୍ଷମତା ବଢ଼ୁଛି। କିନ୍ତୁ ସଂକ୍ରମଣ ବଢ଼ୁଥିବାରୁ ଖାସ କରି ଭୁବନେଶ୍ୱରରେ ବସବାସ କରୁଥିବା ଲୋକମାନେ ଅଧିଜ ସଚେତନ ହେବା ଜରୁରୀ। "

ନିକଟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଜନ ସଚେତନତା ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି। ଏହାସହିତ କୋଭିଡ ମୁକାବିଲା ପାଇଁ ସ୍ବତନ୍ତ୍ର ରଣ ନିତୀ ଉପରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିଛନ୍ତି, ଯାହା ବର୍ତ୍ତମାନ ସମୟରେ ଆବଶ୍ୟକତା ବୋଲି ଏକ୍ସପର୍ଟଙ୍କ ମତ।
Published by: Jagdish Barik
First published: September 5, 2020, 11:14 AM IST
corona virus btn
corona virus btn
Loading