କରୋନା ଗ୍ରାଫ୍ କମୁଛି, ହେଲେ ଚିନ୍ତା ବଢ଼ାଇଛି ମାରାତ୍ମକ ବ୍ଲାକ୍ ଫଙ୍ଗସ୍ ରୋଗ; ଓଡ଼ିଶାରେ ବି ଚିହ୍ନଟ ହେଲା

ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ବୟସ ୭୧ ବର୍ଷ । ବର୍ତ୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଆଖି ଫୁଲିଥିଲା ଓ ନାକରୁ କଳା ପାଣି ବାହାରୁଥିଲା ।

କରୋନା ଗ୍ରାଫ୍ କମୁଛି, ହେଲେ ଚିନ୍ତା ବଢ଼ାଇଛି ମାରାତ୍ମକ ବ୍ଲାକ୍ ଫଙ୍ଗସ୍ ରୋଗ; ଓଡ଼ିଶାରେ ବି ଚିହ୍ନଟ ହେଲା
ବ୍ଲାକ ଫଙ୍ଗସର ଚିକିତ୍ସା ବ୍ୟୟବହୁଳ । (ପ୍ରତୀକାତ୍ମକ ଛବି; ପିଟିଆଇ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ (Coronavirus) ଗ୍ରାଫ୍ କମୁଥିବା ବେଳେ ଏବେ ଚିନ୍ତା ବଢା଼ଇଛି ବ୍ଲାକ୍‌ ଫଙ୍ଗସ୍ (Black Fungus) ବା ମ୍ୟୁକୋରମାଇକୋସିସ୍ । କରୋନାରୁ ସୁସ୍ଥ ହେବା ପରେ କିଛି ଲୋକଙ୍କଠାରେ ଦେଖାଯାଉଛି ଏହି ମାରାତ୍ମକ ରୋଗର ଲକ୍ଷଣ ।

ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ (Black Fungus) ଚିହ୍ନଟ ହେଲାଣି। ଓଡ଼ିଶାରେ ବି ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ଲାକ୍‌ ଫଙ୍ଗସର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି ଆଣ୍ଟି-ଫଙ୍ଗଲ୍ ଔଷଧ ଆମ୍ଫୋଟେରାଇସିନ୍-ବି । ଏହାର ଦାମ୍‌ ଗୋଟିଏ ଭାଏଲ୍ ପିଛା ୫ ହଜାରରୁ ୮ ଟଙ୍କା । ରୋଗୀକୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଚାରିରୁ ୧୨ ସପ୍ତାହ ପର୍ଯ୍ୟନ୍ତ ଏହା ଦେବାକୁ ପଡ଼ିଥାଏ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ବ୍ଲାକ ଫଙ୍ଗସର ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମହାରାଷ୍ଟ୍ର ସରକାର ବହନ କରିବେ ବୋଲି କହିଛନ୍ତି ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ।

ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ


ମଧ୍ୟ ପ୍ରଦେଶର (Madhya Pradesh) ରାଜଧାନୀ ଭୋପାଳରୁ (Bhopal) ସାତ ଜଣ ବ୍ଲାକ୍ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ବିଶେଷଜ୍ଞଙ୍କ ମତରେ କୋଭିଡ ରୋଗୀମାନଙ୍କୁ ଅଧିକ ମାତ୍ରାରେ ମେଡିସିନ୍‌ ଦେବା ଫଳରେ ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଭାବେ ଏହି ଲକ୍ଷଣ ଦେଖାଦେଉଛି । ଦୁଇ ଜଣ ଆକ୍ରାନ୍ତଙ୍କଠାରେ ଅସ୍ତ୍ରୋପଚାର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ନଅଟି ଦାନ୍ତ ସଂକ୍ରମିତ ହୋଇଥିଲା । ସେସବୁକୁ ଉପାଡ଼ି ଦିଆଯାଇଛି । ଅନ୍ୟ ଜଣେ ରୋଗୀ ଅପରେସନ ବେଳେ ତାଙ୍କର ଦୃଷ୍ଟି ଶକ୍ତି ହରାଇଛନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଶୀଘ୍ର ତିଆରି ହେବ ୬ଟି ଅମ୍ଳଜାନ କାରଖାନା ୧୬ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ର

ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ବୟସ ୭୧ ବର୍ଷ  । ବର୍ତ୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଠାରେ ବ୍ଲାକ୍ ଫଙ୍ଗସର ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ଅନିୟନ୍ତ୍ରିତ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଗତ ୮ ତାରିଖରେ ତାଙ୍କ ଆଖି ଫୁଲିଥିଲା ଓ ନାକରୁ କଳା ପାଣି ବାହାରିଥିଲା । ଏପ୍ରିଲ ୨୦ରେ କୋଭିଡ ପଜିଟିଭ ଚିହ୍ନଟ ହୋଇ ସେ ହୋମ୍ ଆଇସୋଲେନରେ ଥିଲେ । ବହୁ ଦିନ ହେବ ପାଣି ବଦଳାଯାଇ ନ ଥିବା ଏକ ପୁରୁଣା କୁଲରରୁ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି ରାଜ୍ୟ ସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର; କରୋନା ଆକ୍ରାନ୍ତ ଥିଲେ

ଦେଶରେ ପ୍ରଥମ ଥର ପାଇଁ ୬୨ ଦିନରେ କରୋନା ପଜିଟିଭ୍ ହାରକୁ ଟପିଛି ସୁସ୍ଥ ହେଉଥିବା ଲୋକଙ୍କ ହାର । ଦୈନିକ ସଂକ୍ରମଣ ମାମଲାରେ ମହାରାଷ୍ଟ୍ରକୁ ଟପି କର୍ଣ୍ଣାଟକ ହୋଇଛି ଦେଶରେ ଏକ ନମ୍ବର । କର୍ଣ୍ଣାଟକରେ ଦୈନିକ ପଜିଟିଭ୍ ମାମଲା ୩୯ ହଜାର ଉପରେ ରହିଛି । ଦ୍ବିତୀୟ ସ୍ଥାନକୁ ଖସିଥିବା ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ବାହାରିଛି ୩୭ ହଜାର ପଜିଟିଭ୍ କେସ । ସଂକ୍ରମଣକୁ ଦେଖି କିଛି ରାଜ୍ୟ ଲକଡାଇନ ଅବଧି ବଢ଼ାଇଛନ୍ତି  । ତେଲଙ୍ଗନା ସରକାର ୧୨ ତାରିଖରୁ ୧୦ ଦିନିଆ ଲକଡାଇନ ଘୋଷଣା କରିଛନ୍ତି  ।

ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲା

କରୋନାର ଦ୍ବିତୀୟ ଲହରରେ ଆରମ୍ଭରୁ ସଂକ୍ରମଣରେ ଶୀର୍ଷରେ ରହିଆସିଥିଲା ମହାରାଷ୍ଟ୍ର । ସେଠାରେ କରୋନା ଗ୍ରାଫରେ ସାମାନ୍ୟ ସୁଧାର ଆସିବା ସହ ପଜିଟିଭ୍ ମାମଲା ହ୍ରାସ ପାଇବାରେ ଲାଗିଛି । ଫେବ୍ରୁଆରିରୁ ଏ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣରେ ପ୍ରଥମ ସ୍ଥାନରେ ରହି ଆସିଥିଲା ମହାରାଷ୍ଟ୍ର । ଏବେ ଶୀର୍ଷରେ ଥିବା କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ ୩୯,୩୦୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଦେଶରେ ସର୍ବାଧିକ ।



ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୩୭,୨୩୬ ଜଣ କରୋନା ପଜିଟିଭ୍ ବାହାରିଛନ୍ତି । କର୍ଣ୍ଣାଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯.୭୩ ଲକ୍ଷରୁ ଅଧିକ ରହିଛି । ବେଙ୍ଗଳୁରୁରେ ଦିନକ ମଧ୍ୟରେ ୧୬,୭୪୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କର୍ଣ୍ଣାଟକରେ ୫୯୬ ଜଣଙ୍କ ଜୀବନ ନେଇଛି କିଲର୍ ଭାଇରସ୍  ।
Published by: Anand ST Das
First published: May 11, 2021, 11:59 PM IST