କରୋନା ପ୍ରଭାବ: ଭବନେଶ୍ୱରରେ ଇନସ୍ୟୁରାନସ ଏଜେଣ୍ଟ ମାସ୍କ ବ୍ୟବସାୟ କଲେ

''ପ୍ରଥମ ଥର ପାଇଁ ରାସ୍ତା କଡ଼ରେ ଏମିତି ବ୍ୟବସାୟ କରୁଛି । ପ୍ରଥମେ ଟିକେ ଭଲ ଲାଗୁନଥିଲା କିନ୍ତୁ ଧୀରେ ଧୀରେ ଅଭ୍ୟାସ ହେଇଗଲା । ତା ଛଡା କାମ କିଛି ଛୋଟ କି ବଡ଼ ନ ଥାଏ । ଗ୍ରାହକଙ୍କୁ ଭଲ ବ୍ୟବହାର ଦେଖାଇବା ଦରକାର । ଯେତେ ଦିନ ମାସ୍କର ଚାହିଦା ଅଛି ସେତେ ଦିନ ଯାଏ ବେପାର କରିବି।''

କରୋନା ପ୍ରଭାବ: ଭବନେଶ୍ୱରରେ ଇନସ୍ୟୁରାନସ ଏଜେଣ୍ଟ ମାସ୍କ ବ୍ୟବସାୟ କଲେ
ରାଜରାସ୍ତାରେ ମାସ୍କ ବ୍ୟବସାୟ କରୁଥିବା ସମୟରେ କୃତିପ୍ରଭା ଶତପଥି
  • News18 Odia
  • Last Updated: August 25, 2020, 11:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଯୋଗୁଁ ଦେଶ ତଥା ରାଜ୍ୟରେ ବେରୋଜଗାର ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ବେଳେ ଲୋକ ମାନେ ଜୀବିକା ନିର୍ବାହ ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି। ଏଭଳି ଏକ ପରିସ୍ଥିତିରେ ନିଜ ମନୋବଳ ଦୃଢ଼ କରିବା ସହ ପରିବାର ପ୍ରତିପୋଷଣ ପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ୱରର କୃତିପ୍ରଭା ନାମକ ଜଣେ ମହିଳା । ସେ ଭୁବନେଶ୍ୱରର ରାଜରାସ୍ତାରେ ମାସ୍କ ବ୍ୟବସାୟ ଆରମ୍ଭ କରିଛନ୍ତି । ଏହା ସହ ମାସ୍କ ପିନ୍ଧି ଲୋକମାନେ କିପରି କରୋନାରୁ ସୁରକ୍ଷିତ ରହି ପାରିବେ ତାହାର ସଚେତନତା ମଧ୍ୟ କରାଉଛନ୍ତି । ଏଥିରୁ ଅର୍ଜିତ ଅର୍ଥରେ ସେ ନିଜର ପରିବାର ଭରଣପୋଷଣ କରୁଛନ୍ତି ।

ୟୁନିଟ-୩ ରେ ଥିବା ଏକ ଇନସ୍ୟୁରାନସ କମ୍ପାନୀରେ ଏଜେଣ୍ଟ ଭାବେ ପୂର୍ବରୁ କୃତିପ୍ରଭା ଶତପଥି କାମ କରୁଥିଲେ। ଗାଡି ଓ ସ୍ୱାସ୍ଥ୍ୟ ବୀମା କରେଇବା ତାଙ୍କର କାମ ଥିଲା । କିନ୍ତୁ କରୋନା ପାଇଁ ମାର୍ଚ୍ଚ ମାସରେ ଲକଡ଼ାଉନ ଆରମ୍ଭ ହେବା ଯୋଗୁଁ ତାଙ୍କ କମ୍ପାନୀ ବନ୍ଦ ହୋଇଯାଇଥିଲା ।

"ଦୁଇରୁ ତିନି ମାସ କାମ ନଥିବାରୁ ହାତ ବାନ୍ଧି ଘରେ ବସିବାକୁ ପଡ଼ିଲା । ସ୍ୱାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ତାଙ୍କର ବି ସମାନ ଅବସ୍ଥା । ଦରମା ନ ମିଳିବାରୁ ଘର ଚାଲିବା କଷ୍ଟକର ହୋଇପଡିଲା । ତେଣୁ ନିଷ୍ପତ୍ତି ନେଲି କିଛି କାମ କରି ଦୁଇ ପଇସା ରୋଜଗାର କରି ଘର ଚଳେଇବି। ଆଉ ବର୍ତ୍ତମାନ ସମୟରେ ମାସ୍କ ପ୍ରତ୍ୟେକ ଲୋକଙ୍କର ଆବଶ୍ୟକ । ତେଣୁ ଏହି ମାସ୍କ ବ୍ୟବସାୟ ଆରମ୍ଭ କଲି," କହିଛନ୍ତି କୃତିପ୍ରଭା ଶତପଥି ।

ସକାଳ ସାଢ଼େ ୭ଟା ହେଲେ ଚନ୍ଦ୍ରଶେଖରପୁର ପୋଲିସ ଭବନ ଆଗରେ କୃତିପ୍ରଭାଙ୍କ ମାସ୍କ ବ୍ୟବସାୟ ଆରମ୍ଭ ହୋଇଥାଏ । ବିଭିନ୍ନ ବୁଣାକାରଙ୍କ ଠାରୁ ନୂଆ ଡିଜାଇନର ମାସ୍କ ସେ ଆଣି ବିକ୍ରି କରିଥାନ୍ତି । କଟନ, ଫ୍ୟାନସୀ, ସିଙ୍ଗଲ ପ୍ରିଣ୍ଟ ସହ ଛୋଟ ପିଲାଙ୍କ ପାଇଁ କାର୍ଟୁନ ପ୍ରିଣ୍ଟ ମାସ୍କ ମଧ୍ୟ ତାଙ୍କ ପାଖରେ ଉପଲବ୍ଧ ରହିଛି । ଯାହା ସବୁ ବର୍ଗର ଲୋକଙ୍କୁ ପସନ୍ଦ ହେବ । ଏହା ସହ ସାନିଟାଇଜର ମଧ୍ୟ ବିକ୍ରି କରୁଛନ୍ତି । କରୋନା ମୁକାବିଲା ପାଇଁ ମାସ୍କ ଆଉ ସାନିଟାଇଜର ଏବେ ଅତ୍ୟନ୍ତ ଜରୁରୀ । ତେଣୁ ଏହି ଦୁଇଟି ବ୍ୟବସାୟ କରୁଛନ୍ତି ବୋଲି କହିଛନ୍ତି । ସକାଳ ସାଢ଼େ ୭ଟା ରୁ ଆରମ୍ବ କରି ସଂଧ୍ୟା ୭ଟା ଯାଏଁ ସେ ଏହି ବ୍ୟବସାୟ କରୁଛନ୍ତି ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ପରିବାର ପଚାରିଲା ‘କୋଠରୀ କାହିଁକି ସିଲ୍ କଲାନି ପୋଲିସ? ରଙ୍ଗ କାହିଁକି କରାଗଲା?’

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

"ପ୍ରଥମ ଥର ପାଇଁ ରାସ୍ତା କଡ଼ରେ ଏମିତି ବ୍ୟବସାୟ କରୁଛି । ପ୍ରଥମେ ଟିକେ ଭଲ ଲାଗୁନଥିଲା କିନ୍ତୁ ଧୀରେ ଧୀରେ ଅଭ୍ୟାସ ହେଇଗଲା । ତା ଛଡା କାମ କିଛି ଛୋଟ କି ବଡ଼ ନ ଥାଏ । ଗ୍ରାହକଙ୍କୁ ଭଲ ବ୍ୟବହାର ଦେଖାଇବା ଦରକାର । ଯେତେ ଦିନ ମାସ୍କର ଚାହିଦା ଅଛି, ସେତେ ଦିନ ଯାଏ ବେପାର କରିବି" କହିଛନ୍ତି କୃତିପ୍ରଭା ।



କଟକ ଶକ୍ତିନଗର ବାସିନ୍ଦା କୃତିପ୍ରଭା ଆନନ୍ଦପୁରରେ ବିବାହ କରିଛନ୍ତି । ୨୦୦୪ ମସିହାରୁ ଭୁବନେଶ୍ୱର ଚକେଇସିଆଣିରେ ସେ ନିଜ ସ୍ୱାମୀଙ୍କ ସହ ରହୁଛନ୍ତି । ତାଙ୍କର ଏକମାତ୍ର ଝିଅ ଜୁପିଟର ସାଇନ୍ସ କଲେଜରେ ପଢୁଛି । ଝିଅର ପଢ଼ା ଖର୍ଚ୍ଚ ସହ ଘରଭଡା, ପରିବାର ଚଳେଇବାରେ ଏହି ବେପାର ଏବେ ସହାୟକ ହୋଇଛି । ଦିନକୁ ପ୍ରାୟ ୨ଶହ ରୁ ୩ଶହ ଟଙ୍କା ରୋଜଗାର ହେଉଛି। "ବିପଦ ସମୟରେ ଭାଙ୍ଗି ନ ପଡ଼ି, ଦୃଢ଼ତାର ସହ ରହବା ସହ କିଛି କରିବାର ଇଛାଶକ୍ତି ରଖିଲେ ସଫଳତା ନିହାତି ମିଳିବ" କହିଛନ୍ତି କୃତିପ୍ରଭା।
Published by: Jagdish Barik
First published: August 25, 2020, 11:35 AM IST
corona virus btn
corona virus btn
Loading