ଓଡ଼ିଶାରୁ ବି ବାହାରିଲା କରୋନାର Delta Plus ଭ୍ୟାରିଆଣ୍ଟ୍‌; ଦେବଗଡ଼ରେ ରାଜ୍ୟର ପ୍ରଥମ ରୋଗୀ ଚିହ୍ନଟ

First Corona Delta Plus Variant Patient Identified in Odisha, in Debagarh | ଏହି ଚିନ୍ତାଜନକ ଖବର ମଧ୍ୟରେ ଏକ ଆଶ୍ବସ୍ତିକର ସୂଚନା ବି ମିଳିଛି ଯେ ଦୁଇଟି ଯାକ ଟିକା – କୋଭାକ୍ସିନ୍‌ ଓ କୋଭିଶିଲ୍ଡ୍‌ - ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟକୁ ଛାଡ଼ି ଅନ୍ୟଗୁଡି଼କ ପ୍ରତି ଫଳପ୍ରଦ ହେଉଛି ।

ଓଡ଼ିଶାରୁ ବି ବାହାରିଲା କରୋନାର Delta Plus ଭ୍ୟାରିଆଣ୍ଟ୍‌; ଦେବଗଡ଼ରେ ରାଜ୍ୟର ପ୍ରଥମ ରୋଗୀ ଚିହ୍ନଟ
ଦେଶରେ ଏ ପର୍ଯ୍ୟନ୍ତ ମୋ’ଟ ୪୮ ଜଣ ଡେଲଟା ପ୍ଲସ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହେଲେଣି । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ବର୍ତ୍ତମାନ ସବୁଠାରୁ ସାଙ୍ଘାତିକ ରୂପ ଭାବେ ଆତଙ୍କ ଖେଳାଇଥିବା ଡେଲଟା ପ୍ଲସ୍‌ ଭାରିଆଣ୍ଟ (Corona Delta Plus Variant) ଏବେ ଓଡ଼ିଶାରେ ବି ବାହାରିଛି । ରାଜ୍ୟରେ ଜଣେ ଡେଲଟା ପ୍ଲସ୍‌ ଭାରିଆଣ୍ଟ୍‌ ରୋଗୀ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାରୁ ବାହାରିଛି ରାଜ୍ୟର ପ୍ରଥମ ଡେଲଟା ପ୍ଲସ୍‌ ଭ୍ୟାରିଆଣ୍ଟ । ଦେଶରେ ଏ ପର୍ଯ୍ୟନ୍ତ ମୋ’ଟ ୪୮ ଜଣ ଡେଲଟା ପ୍ଲସ୍‌ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ । ଏହି ୪୮ଟି ଭ୍ୟାରିଆଣ୍ଟ୍‌ ମଧ୍ୟରେ ମହାରାଷ୍ଟ୍ରରୁ ୨୦ ଜଣ, ତାମିଲନାଡୁରେ ୯ ଜଣ, ମଧ୍ୟ ପ୍ରଦେଶରେ ସାତ ଜଣ, କେରଳରେ ତିନି ଜଣ, ଗୁଜରାଟ ଓ ପଞ୍ଜାବରେ ଦୁଇ ଜଣ ଲେଖାଏଁ ଡେଲ୍‌ଟା ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକ, ଜାମ୍ମୁ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶରୁ ଜଣେ ଲେଖାଏଁ ଡେଲ୍‌ଟା ପ୍ଲସ ଆକ୍ରାନ୍ତ ବାହାରିଛନ୍ତି ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି

‘‘ରାଜ୍ୟରୁ ମିଳିଥିବା ପ୍ରଥମ ଡେଲଟା ପ୍ଲସ୍‌ ଭ୍ୟାରିଆଣ୍ଟ୍‌ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ପ୍ରୟାସ ଆରମ୍ଭ ହୋଇଛି । ତାଙ୍କ ଉପରେ ନଜର ରଖାଯାଉଛି ଓ ସବୁ ବିହିତ ପଦକ୍ଷେପ ନିଆଯାଉଛି । ଦେଶରେ ମୋ’ଟ ପରୀକ୍ଷା ହୋଇଥିବା ୪୫,୦୦୦ ନମୁନାରୁ ୪୮ଟି ଟେଲଟା ପ୍ଲସ୍‌ ଭ୍ୟାରିଆଣ୍ଟ୍‌ ମିଳିଛି । ସେଥିରୁ ଓଡ଼ିଶାରେ ଗୋଟେ ଅଛି,’’ କହିଛନ୍ତି ରାଜ୍ୟ ଡାକ୍ତରୀ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶକ (ଡି.ଏମ୍‌.ଇ.ଟି.) ଡଃ ସି.ବି.କେ. ମହାନ୍ତି ।

ଏହା ବି ପଢ଼ନ୍ତୁ | ମଶାଣିରେ ବଳାତ୍କାର: ଦୁଇ ଭଉଣୀଙ୍କ ସହ ମଶାଣି ଭିତରେ ଦୁଷ୍କର୍ମ କରି ସେନାର ଯବାନ ଗିରଫ ହେଲେ

ଏହି ଚିନ୍ତାଜନକ ଖବର ମଧ୍ୟରେ ଆଶ୍ବସ୍ତିକର ସୂଚନା ଏହା ମିଳିଛି ଯେ ଦୁଇଟି ଯାକ ଟିକା – କୋଭାକ୍ସିନ୍‌ ଓ କୋଭିଶିଲ୍ଡ୍‌ - ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟକୁ ଛାଡ଼ି ଅନ୍ୟଗୁଡି଼କ ପ୍ରତି ଫଳପ୍ରଦ ହେଉଛି । ଅର୍ଥାତ୍‌ ଅନ୍ୟ ସବୁ ଭ୍ୟାରିଆଣ୍ଟକୁ ମାତ ଦେବ କୋଭାକ୍ସିନ ଓ କୋଭିସିଲ୍‌ଡ ଟିକା । ଏକ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚର (ICMR) ମୁଖ୍ୟ ବଳରାମ ଭାର୍ଗବ ଏହି ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

‘‘କୋଭାକ୍ସିନ ଓ କୋଭିସିଲ୍‌ଡ ଟିକା କରୋନା ଭାଇରସର ଆଲ୍‌ଫା, ବିଟା, ଗାମା ଓ ଡେଲଟା ପ୍ରତି କାମ କରୁଛି । ତେବେ ଡେଲ୍‌ଟା ପ୍ଲସ୍‌ ଉପରେ ଏହାର ପରୀକ୍ଷା କରାଯାଇଛି । ଏହାର ଫଳାଫଳ ଆସନ୍ତା ସାତ ଦିନ ଭିତରେ ଆସିବ ।,’’ କହିଛନ୍ତି ଡଃ ଭାର୍ଗଭ ।

ଏହା ବି ପଢ଼ନ୍ତୁ | ପ୍ରେମ ପରେ ରେପ୍ ଅଭିଯୋଗ କରିଥିଲେ ଯୁବତୀ; ଯୁବକ ନାବାଳକ ବୋଲି ଜଣାପଡ଼ିଲା; ଜେଲ୍ ଗଲେ ଯୁବତୀ

ଏହାରି ଭିତରେ କରୋନା ଭାଇରସ୍‌ ସଂକ୍ରମଣର ତୃତୀୟ ଲହରୀ (Corona Third Wave) ମହାରାଷ୍ଟ୍ରରୁ ଆରମ୍ଭ ହେବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞମାନେ । ହେଲେ ତୃତୀୟ ଲହର ଓଡି଼ଶା ଆସିବା ପୂର୍ବରୁ ଏହାକୁ ଜାଣି ହେବ ବୋଲି କହିଛନ୍ତି ଓଡ଼ିଶାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

‘‘ଓଡ଼ିଶାରେ ଏବେ କରୋନା ସଂକ୍ରମଣ ସ୍ଥିତି ସ୍ଥିର ରହିଛି । ବେଳେ ବେଳେ ଅପ୍‌ ଆଣ୍ଡ୍‌ ଡାଉନ୍‌ ହେଉଛି । ସଂକ୍ରମଣ ବଢି଼ଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ୍‌ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଛି । ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ହେଉଛନ୍ତି,’’ କହିଛନ୍ତି ମହାପାତ୍ର ।



କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ବଢୁଥିବା ଭୟ ମଧ୍ୟରେ ଆସିଛି ଏକ ଭଲ ଖବର । ଡବଲ୍‌ ଡୋଜ୍‌ ଟିକା ନେବା ପରେ ପୁଣି ଥରେ ସଂକ୍ରମିତ ହେଲେ ରୋଗୀର ଗୁରୁତର ହେବା ସମ୍ଭାବନା କମ୍ ଅଛି ବୋଲି କହିଛନ୍ତି ବିଶେଷଜ୍ଞମାନେ। ତେଣୁ ଟିକା ନେବା ସହ କୋଭିଡ ନିୟମ ମାନିବାକୁ ଆହ୍ବାନ ଦେଇଛନ୍ତି ସେମାନେ।
Published by: Anand ST Das
First published: June 25, 2021, 7:21 PM IST