News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଏବେ ବି କୋଭିଡର ଦ୍ଵିତୀୟ ଲହରୀର ପ୍ରଭାବ କମ୍ ହୋଇ ନ ଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରୀର ପ୍ରଭାବ ଓ ବିଶେଷ କରି ଏବେ ଦେଶର ବିଭିନ୍ନ ସ୍ଥାନରେ ପ୍ରକୋପ ଦେଖାଉଥିବା ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟକୁ ନେଇ ଚର୍ଚ୍ଚା ଜୋର୍ ହେଉଛି । ଦେବଗଡ଼ରେ ରାଜ୍ୟର ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ବ୍ୟାପ୍ତ ଭୟର ପରିବେଶରେ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ କେନ୍ଦ୍ର (ଆଇ.ଏଲ୍.ଆସ୍.) ପକ୍ଷରୁ କୁହାଯାଇଛି ଯେ ଡେଲଟା ପ୍ଲସ୍ ବିଶେଷ ଘାତକ ହୋଇ ନ ପାରେ ।
‘‘ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ୍ ଯଦି ଘାତକ ହୋଇଥା’ନ୍ତା, ତେବେ ଦେବଗଡ଼ ଜିଲ୍ଲାରେ ରାଜ୍ୟରେ ପ୍ରଥମ କରି ଚିହ୍ନଟ ହୋଇଥିବା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଏହାର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥା’ନ୍ତା । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ । ଆମ ପ୍ରତିଷ୍ଠାନରେ (ଆଇ.ଏଲ୍.ଏସ୍.) ଜାନୁଆରୀରୁ ଜେନମ୍ ସିକ୍ୟୁଏନ୍ସିଂ କରଯାଇଥିଲା । ଓଡ଼ିଶା, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡ ଭଳି ଚାରିଟି ରାଜ୍ୟରୁ ମୋ’ଟ ୩,୮୦୦ଟି ସାମ୍ପଲର ଜେନମ୍ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେଥିରେ ଓଡ଼ିଶାରୁ ୧,୧୦୦ଟି ସାମ୍ପଲ୍ ଥିଲା । ଡେଲ୍ଟା ପ୍ଲସ୍ ମୋ’ଟ ସଂକ୍ରମଣର ମାତ୍ର ୦.୦୧ ପ୍ରତିଶତ,’’ କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡଃ ଅଜୟ ପରିଡ଼ା ।
ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ୨ ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁଡଃ ପରିଡ଼ାଙ୍କ ମତ ସହ ସହମତି ପ୍ରକାଶ କରିଛନ୍ତି ଅଭିଜ୍ଞ ଚିକିତ୍ସା ବିଜ୍ଞାନୀମାନେ । ବରିଷ୍ଠ ଚିକିତ୍ସକ ଡାକ୍ତର ମନୋଜ ସାହୁ କହିଛନ୍ତି, ‘‘ଡେଲ୍ଟା ପ୍ଲସ୍ ହେଉଛି ଡେଲ୍ଟା ଭ୍ୟାରିଆଣ୍ଟର ଆଉ ଏକ ପ୍ରକାର ବା ରୂପ । ଏହା କେ. ୪୧୭ କେ. ଭ୍ୟାରିଆଣ୍ଟ ରୂପେ ବି ନାମିତ । କୋଭିଡର ଦ୍ଵିତୀୟ ଲହରୀରେ ଡେଲ୍ଟା ଭ୍ୟାରିଆଣ୍ଟ୍ ଦ୍ରୁତ ସଂକ୍ରମଣ କରୁଥିବା ବେଳେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ୍ ମନ୍ଥର ରହିଛି । ତେଣୁ ଏହା ଘାତକ ନ ହେବାର ସମ୍ଭାବନା ରହିଛି । କିନ୍ତୁ ଆମକୁ ସତର୍କ ରହିବାକୁ ପଡି଼ବ ।’’
ଏହା ବି ପଢ଼ନ୍ତୁ | SSR: ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଅତି ଭାବପ୍ରବଣ ପୋଷ୍ଟ ଲେଖିଲେ ତାଙ୍କୁ ଝୁରୁଥିବା ଗର୍ଲଫ୍ରେଣ୍ଡ୍ ରିୟା
ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡଃ ଅଜୟ ପରିଡ଼ା
‘‘ଯାହା କୁହାଯାଉଛି ଯେ ଶିଶୁମାନେ ଏଥିରେ (ଡେଲ୍ଟା ପ୍ଲସରେ) ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି, ତାହା ଠିକ୍। କାରଣ ଏ ପର୍ଯ୍ୟନ୍ତ ଶିଶୁ ବା ୧୮ ବର୍ଷରୁ କମ୍ ବୟସର କିଶୋରମାନଙ୍କୁ ଟିକାକରଣ କରାଯାଇ ପାରିନାହିଁ । ତେଣୁ ପ୍ରଭାବ କମ୍ ହେବା ଆକଳନ ଥିଲେ ବି ଆମେ ସତର୍କ ରହିବା ନିତାନ୍ତ ଜରୁରୀ,’’ କହିଛନ୍ତି ଡାକ୍ତର ଫଗୁସ୍ମିତା ମହାନ୍ତି ।
ଏହା ବି ପଢ଼ନ୍ତୁ | OPINION: ଯେବେ ଲୋକଙ୍କ ସଙ୍କଟ ବେଳେ PM ମୋଦି ସଙ୍କଟମୋଚକ ହୋଇଛନ୍ତି, ସାହାଯ୍ୟ କରିଛନ୍ତିଓଡିଶାରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ୍ ଠାବ ହେବା ପରେ ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ‘‘ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପାଇଁ ଦେବଗଡ଼ ଯାଇଛନ୍ତି ଏକ ଏପିଡୋମିଲୋଜି ଟିମ୍ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶି ଥିଲେ, ସେ ଯାହା ସାଙ୍ଗରେ ମିଶିଥିଲେ ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ, ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିଛି, ସମସ୍ତେ ଟିକା ନେଇଛନ୍ତି କି ନାହିଁ ଆଦି ବିଷୟରେ ଏହି ଟିମ୍ ଯାଞ୍ଚ କରିବ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୂଇଁ ଗିଳିଦେଲା କାର୍! ମୁମ୍ବାଇ ଓ ଇସ୍ରାଏଲରେ ଏମିତି ଦୁଇଟି ଘଟଣା ଘଟିଛି; ଦେଖନ୍ତୁ VIDEOମିଳିଥିବା ସୂଚନା ଅନୁସାରେ ଦେବଗଡ଼ର ସେହି ବ୍ୟକ୍ତି ୩୦ ମାର୍ଚ୍ଚରେ ଟିକା ନେଇଥିଲେ । ତା’ ପରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସେ ଏପ୍ରିଲ୍ ମାସରେ ସଂକ୍ରମିତ ହୋଇଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିଲା । ମେ ମାସରେ ତାଙ୍କ ସମ୍ପୂର୍ଣ୍ଣ ଜେନମ୍ ସିକ୍ୟୁଏନିସିଂ ପାଇଁ ନମୁନା ପଠାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
‘‘ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ସ୍ଵତନ୍ତ୍ର ଷ୍ଟ୍ରାଟେଜି ଆପଣାଯାଉଛି । ସର୍ଭେଇଲାନ୍ସ ବଢ଼ାଯାଉଛି ଓ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି । ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି,’’ କହିଛନ୍ତି ଡଃ ମହାପାତ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।