ପୁରୀ ସ୍ୱର୍ଗଦ୍ୱାରରେ ମିଥ୍ୟା ପ୍ରମାଣପତ୍ର ଦେଇ କରୋନା ଆକ୍ରାନ୍ତଙ୍କ ଶବ ଦାହ ହେଲା; ଛାନିଆରେ ଦାହକାରୀ

ଗୋପ ବାସିନ୍ଦା ଜଣେ କରୋନା ଆକ୍ରାନ୍ତଙ୍କ ଶବକୁ ଜାଲ୍ ପ୍ରମାଣପତ୍ର ଦେଖାଇ ସ୍ୱର୍ଗଦ୍ୱାରରେ ଦାହ କରାଯିବା ଘଟଣାରେ ଜଣେ ପୂର୍ବତନ ୱାର୍ଡ଼ କାଉନସିଲରଙ୍କ ‘‘ବାହୁବଳୀ’’ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହି ଘଟଣା ପରେ ପୁରୀ ସ୍ୱର୍ଗଦ୍ୱାରକୁ ସାନିଟାଇଜ୍ କରାଯାଉଛି ।

ଏହି ଘଟଣା ପରେ ପୁରୀ ସ୍ୱର୍ଗଦ୍ୱାରକୁ ସାନିଟାଇଜ୍ କରାଯାଉଛି ।

  • Share this:
News18 Odia Digital

ପୁରୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ଦାହ ଉପରେ କଟକଣା ଲାଗିଛି ଓ କୌଣସି ପୁରୀ ବାସିନ୍ଦାଙ୍କର କରୋନା ଜନିତ ମୃତ୍ୟୁ ହେଲେ ତାଙ୍କ ଶବ ସ୍ୱର୍ଗଦ୍ୱାରରେ ଦାହ କରିବା ସମ୍ପୁର୍ଣ୍ଣ ମନା ହୋଇଛି । ହେଲେ ସବୁ ନିୟମକୁ ଉଲ୍ଲଙ୍ଘନ କରି ଗୋପର ଜଣେ କରୋନା ଆକ୍ରାନ୍ତଙ୍କ ଶବକୁ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି ବୋଲି ଦର୍ଶାଇ ସ୍ୱର୍ଗଦ୍ୱାରରେ ଦାହ କରାଯିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି ।

ଏହି ମାମଲାରେ ୨୮ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ସେ ସେହି କରୋନା ମୃତକ ଜଣକ ପୁରୀ ବାସିନ୍ଦା ଥିବା ଓ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା ଲେଖିଦେଇଥିବାରୁ ଏମିତି ଘଟଣା ହୋଇଥିଲା ବୋଲି ଅଭିଯୋଗ ହୋଇଛି । ମୃତକ କରୋନା ଆକ୍ରାନ୍ତ ଥିବା ଜାଣିବା ପରେ ସ୍ୱର୍ଗଦ୍ୱାର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଦାହକାରୀମାନେ ସମସ୍ତେ ଛାନିଆ ହୋଇପଡି଼ଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପା

କୋଭିଡରେ କାହାରି ମତ୍ୟୁ ହେଲେ ସେହି ଶବ ଦାହ ପାଇଁ ମଙ୍ଗଳାଘାଟ ନିକଟରେ ପ୍ରଶାସନ ପକ୍ଷରୁ ଶ୍ମଶାନ ପ୍ରସ୍ତୁତ କରାଯାଇଛି । ହେଲେ ଗୋପର ସେହି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଜାଲ ପ୍ରମାଣପତ୍ର ଦେଖାଇ ତାଙ୍କ ଶବ ଦାହ କରାଯାଇଥିଲା । ଗୁରୁବାର ରାତିରେ ସେହି ୪୮ ବର୍ଷୀୟ ବ୍ୟକ୍ତିଙ୍କର ପୁରୀ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଓ ସେ କୋଭିଡ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

ଏହା ବି ପଢ଼ନ୍ତୁ | Railways: ବାତ୍ୟା ଯୋଗୁଁ ଅନେକ ଟ୍ରେନ୍ ବାତିଲ୍ ହେଲା; ଦେଖନ୍ତୁ କେଉଁ ଦିନ କେଉଁ ଟ୍ରେନ୍ ଚାଲିବନି

‘‘ମୃତକଙ୍କ ପରିଚୟ ପତ୍ର ସହ ମେଡିକାଲ୍‌ ସାର୍ଟିଫିକେଟ ଦେଖି ସ୍ୱର୍ଗଦ୍ୱାରରେ ଶବ ଦାହ ପାଇଁ ଅନୁମତି ମିଳୁଛି । ହେଲେ କୋଭିଡ ଆକ୍ରାନ୍ତ ଗୋପ ଅଞ୍ଚଳର ସେହି ବ୍ୟକ୍ତିଙ୍କର ଗୁରୁବାର ରାତିରେ ପୁରୀ ହସ୍ପିଟାଲରେ ମୃତ୍ୟୁ ହେବା ପରେ ସେମାନେ ତାଙ୍କ ଶବ ଆଣି ସ୍ୱର୍ଗଦ୍ୱାରରେ ଦାହ କରାଇଥିଲେ । ମୃତ ବ୍ୟକ୍ତି ଜଣକ ପୁରୀ ପୌରାଞ୍ଚଳ ଖାକିମଠ ନୂଆସାହିର ବାସିନ୍ଦା ଓ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି ବୋଲି ୨୮ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର୍‌ ହାତ କାଟି ଲେଖି ଦେଇଥିଲେ । ସେହି ପ୍ରମାଣପତ୍ର ଆଧାରରେ ଶବ ଦାହ ପାଇଁ ଆମେ ଅନୁମତି ଦେଇଥିଲୁ,’’ କହିଛନ୍ତି ସ୍ୱର୍ଗଦ୍ୱାର ପରିଚାଳନା କମିଟିର ସଂଯୋଜକ ସିଦ୍ଧାର୍ଥ ରାୟ ।

କାହାରି କରୋନା ଜନିତ ମୃତ୍ୟୁ ହୋଇଥିଲେ ତାଙ୍କ ଶବ ସ୍ୱର୍ଗଦ୍ୱାରରେ ଦାହ କରିବା ସମ୍ପୁର୍ଣ୍ଣ ମନା ହୋଇଛି ।


ସ୍ୱର୍ଗଦ୍ୱାର ଶ୍ନଶାନ ଘାଟରେ ଗୁରୁବାର ରାତିରେ କରୋନା ଆକ୍ରାନ୍ତଙ୍କ ଶବ ଦାହ ଘଟଣା ନଜରକୁ ଆସିବା ପରେ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ଅଫିସରୁ ପୋଡ଼ାଯାଇଥିବା ଶବର ଠିକଣା ଓ ଅନ୍ୟ ପ୍ରମାଣପତ୍ର ନେଇ ଯାଞ୍ଚ ଆରମ୍ଭ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’

‘‘ସଂକ୍ରମଣ ବ୍ୟାପୁଥିବା ଦୃଷ୍ଟିରେ ରଖି କରୋନା ମୃତକଙ୍କ ପାଇଁ ମଙ୍ଗଳାଘାଟରେ ସ୍ୱତନ୍ତ୍ର ଶ୍ମଶାନରେ କୋଭିଡ ନିୟମ ଅନୁପାଳନ କରି ଶବ ଦାହ କରିବାର ବ୍ୟବସ୍ଥା ଥିବା ବେଳେ ଏହାକୁ ପାଳନ ନ କରି ବାହୁବଳୀମାନେ ଲୁଚାଛପାରେ ସ୍ୱର୍ଗଦ୍ୱାରରେ ଜାଲ୍ ପ୍ରମାଣପତ୍ର ଦେଇ ଶବଦାହ କରିବା ନେଇ କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଭଳି ଘଟଣା ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ସ୍ୱର୍ଗଦ୍ୱାରକୁ ତୁରନ୍ତ ସାନିଟାଇଜ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ଶୁକ୍ରବାର ଦିନ ସାନିଟାଇଜେସନ କରାଯାଇଛି,’’ କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ ।

ଏହା ବି ପଢ଼ନ୍ତୁ |ତେହେଲ୍କାସମ୍ପାଦକ ତରୁଣ ତେଜପାଲ ବର୍ଷ ତଳର ରେପ୍ ମାମଲାରେ ଦୋଷମୁକ୍ତ ହେଲେ

ଏହି ମାମଲା ଉପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ‘‘କରୋନା ମୃତକଙ୍କ ପୁଅ ଓ ସ୍ୱାଭାବିକ ମୃତ୍ୟୁ ହୋଇଥିବା ନେଇ ମନ ଇଛା ପ୍ରମାଣପତ୍ର ଦେଇଥିବା ୨୮ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲରଙ୍କ ବିରୋଧରେ କରୋନା ନିୟମ ଉଲ୍ଲଙ୍ଘନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।’’



ପୁରୀ ବାସିନ୍ଦାଙ୍କର ସ୍ୱାଭାବିକ ମୃତ୍ୟୁ ହେଲେ ତାଙ୍କ ଶବ ଦାହ ପାଇଁ ସ୍ୱର୍ଗଦ୍ୱାରରେ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ଜଣେ କରୋନା ମୃତକଙ୍କ ଶବ ଦାହ କରାଇବାରେ କଥିତ ବାହୁବଳୀଙ୍କ ସମ୍ପୃକ୍ତି ଓ ପୂର୍ବତନ କାଉନସିଲରଙ୍କ ସୁପାରିଶ ପୁରୀରେ ସାଧାରଣ ଲୋକଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି ।
Published by:Anand S.T. Das
First published: