ବିବିଧତା ମଧ୍ୟରେ ଏକତା: ମାନବିକତା ପାଇଁ ଲୋକେ ଏକତ୍ରିତ ହୋଇଛନ୍ତି; ସେମାନଙ୍କ ପ୍ରେରଣାପ୍ରଦ କାହାଣୀ

ସାରା ଦେଶରେ ଅନେକ ଲୋକ ସେମାନେ ଆଦୌ ଚିହ୍ନି ନ ଥିବା ଲୋକଙ୍କ ପାଇଁ ଛିଡ଼ା ହୋଇଥିଲେ। ବିପଦରେ ଥିବା ଲୋକଙ୍କୁ ଔଷଧ, ଅମ୍ଳଜାନ, ଡାକ୍ତରଖାନାରେ ଶଯ୍ୟା ଯୋଗାଇବା ସହ ଏପରିକି ଅନ୍ତିମ ସଂସ୍କାର ସମୟରେ ବି ସାହାଯ୍ୟ କରିଥିଲେ ।

ହଜାର ହଜାର ଲୋକ ଅନ୍ୟ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ବଢ଼ିଥିଲେ ।

ହଜାର ହଜାର ଲୋକ ଅନ୍ୟ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ବଢ଼ିଥିଲେ ।

  • Share this:
କୋଭିଡ୍-୧୯ (COVID-19) ଭାରତରେ ଗଭୀର ପ୍ରଭାବ ପକାଇଛି । ଆମ ଭଳି ଏକ ଦୃଢ଼ ସାମୁହିକ ଗୋଷ୍ଠୀ ବି ଏହା ଦ୍ୱାରା ବେଳେବେଳେ ନିଜକୁ ଶକ୍ତିହୀନ ମନେକରିଛି । ଏହି ସମୟରେ ପ୍ରାୟତଃ ନିକଟ ସମ୍ପର୍କରୁ ବହୁ ଦୂରରେ ଥିବା ଅନେକ ଆକ୍ରାନ୍ତ ଲୋକଙ୍କୁ ଅଜ୍ଞାତ ବ୍ୟକ୍ତି ଓ ସଂଯୋଗମାନଙ୍କଠାରୁ ସାହାଯ୍ୟ ମିଳିଥିଲା । ପୁଣି ନିଜ ପ୍ରିୟଜନଙ୍କୁ କୋଭିଡ-୧୯ରୁ ବଞ୍ଚାଇବାକୁ ସଙ୍ଘର୍ଷ କରୁଥିବା ପରିବାରମାନଙ୍କ ପାଇଁ ଏମିତି ସାହାଯ୍ୟ ଜୀବନ ଓ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟକୁ ବୁଝାଇଥିଲା ।

ସାରା ଦେଶରେ ଅନେକ ଅଜ୍ଞାତ ବ୍ୟକ୍ତି ସେମାନେ ଆଦୌ ଚିହ୍ନି ନ ଥିବା ବ୍ୟକ୍ତିଙ୍କ ପାଇଁ ଛିଡ଼ା ହୋଇଥିଲେ। ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ଔଷଧ, ଅମ୍ଳଜାନ, ଡାକ୍ତରଖାନାରେ ଶଯ୍ୟା ଯୋଗାଇବା ଏବଂ ଏପରିକି ନିଜ ପ୍ରିୟଜନମାନଙ୍କ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଥିଲେ । ଜାତି, ଧର୍ମ କିମ୍ବା ସାମାଜିକ ପ୍ରତିଷ୍ଠା ନିର୍ବିଶେଷରେ ବିପଦ ସମୟରେ ସହଯୋଗର ହାତ ବଢ଼ାଇଥିବା ଏହି  ସାହାସୀ ବ୍ୟକ୍ତିମାନଙ୍କୁ ଅନେକ ଧନ୍ୟବାଦ, ଯେଉଁମାନେ ଆମକୁ ମନୁଷ୍ୟ ହେବାର ପ୍ରକୃତ ଅର୍ଥ ଶିଖାଇଥିଲେ ।

ଏଗୁଡ଼ିକ ହେଉଛି କିଛି ଭାରତୀୟଙ୍କ କାହାଣୀ, ଯେଉଁମାନେ ଆବଶ୍ୟକ ସମୟରେ ଲୋକଙ୍କୁ ସମ୍ବଳ ଯୋଗାଇଥିଲେ, ବୟସ୍କ ବ୍ୟକ୍ତିଙ୍କ ପାଇଁ ଯୋଗାଯୋଗ କରିବା ଓ ଚିକିତ୍ସା ପାଇବାର ବ୍ୟବସ୍ଥା କରାଇଥିଲେ ଓ ଏହି ଘଡ଼ିସନ୍ଧି ସମୟରେ ହଠାତ୍‌ ନିଜ ଅତ୍ୟାବଶ୍ୟକ ଜୀବିକା ହରାଇଥିବା ଡ୍ରାଇଭର୍‌ ଓ ଘରମାନଙ୍କରେ କାମ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆପ୍ ଏବଂ ବ୍ୟବସାୟ ତିଆରି କରିଥିଲେ ।



ଗଣମାଧ୍ୟମରେ ଅନେକ ବଡ଼ ବଡ଼ ଖବର ଆସୁଥିବା ବେଳେ, ହଜାର ହଜାର ବ୍ୟକ୍ତି ଏପରି ଥିଲେ, ଯେଉଁମାନେ ଅଧିକ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ିଥିଲେ। ଆମେ ଏପରି ଅନେକ ସତ୍ୟ କାହାଣୀ ଶୁଣିଥିଲେ, ଯେମିତି ହାଇଦ୍ରାବାଦର ଏୟାର୍ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀ କେ.ଆର୍. ଶ୍ରୀନିବାସ୍ ରାଓ (୭୦ ବର୍ଷ), ଯିଏ ନିଜ ଘରୁ ମାଇଲ୍ ମାଇଲ୍ ଦୂର ସାଇକେଲରେ ଆସି କୋଭିଡ୍ ପଜିଟିଭ୍ ରୋଗୀ ଓ ଏକା ରହୁଥିବା ଲୋକମାନଙ୍କୁ ସଉଦା, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦେଉଥିଲେ ।

ଆଉ ଏକ ଘଟଣାରେ ଗୋଟିଏ ଯୁବ ଗୋଷ୍ଠୀ ନିଜ ସମ୍ପ୍ରଦାୟ ମଧ୍ୟରେ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ସେମାନଙ୍କ ନିକଟରେ ପହଞ୍ଚୁଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାର ମାତ୍ରା ସେମାନେ ବଢ଼ାଇ ଦେଇଥିଲେ। ଛାତ୍ର ଅର୍ଣ୍ଣବ ପ୍ରଣୀତ ପ୍ରଶାସକମାନଙ୍କର ପ୍ରାରମ୍ଭିକ ସଂଗ୍ରହ ଉତ୍ସଗୁଡ଼ିକର ଏକ ଡାଟାବେସ୍ ତିଆରି କରିଥିଲେ, ଯାହାକୁ ସେ ବାସ୍ତବ- ସମୟରେ ପୁଷ୍ଟି କରିଥିଲେ । ତାଙ୍କ ସହ କାମ କରୁଥିଲେ ଆୟନ୍ ଖାନ୍, ଆଦିତ୍ୟ ଅଗ୍ରୱାଲ୍, ସୁଦିପ୍ତୋ ଘୋଷ, ମୁଦିତ ଅଗ୍ରୱାଲ୍, ହରଭଜନ ସିଂ ପୂଜାରୀ, ଦେବୋଧ୍ଵନୀ ମିଶ୍ର, ଦେବାଦିତ୍ୟ ହାଲଦର୍, ବିଶ୍ଵମ୍ ଶ୍ରୀବାସ୍ତବ, ଜୟଦିତ୍ୟ ଝା, ଆଦିତ୍ୟ ଗାନ୍ଧୀ, ଶିବମ୍ ଶୋଲାଙ୍କି, ପ୍ରଖର ଭାର୍ଗବ, ଅଭି ଶେହଗଲ୍ ଏବଂ ଇପ୍ସିତା ଚୌଧୁରୀ।

ଅମ୍ଳଜାନ ପାଇଁ କେଉଁଠାକୁ ଯିବେ, ବିପଦ ସ୍ଥିତିରେ କେଉଁଠାକୁ ଯିବେ ଏବଂ ଆହୁରି ଅନେକ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ସୋସିଆଲ୍ ମିଡି଼ଆର ସଚେତନତା ସୀମାକୁ ବଢ଼ାଇଥିଲେ । ଏହି ସୁନ୍ଦର ପ୍ରେରଣାଦାୟୀ ଦଳ ଶୀଘ୍ର ଶତାଧିକ ସ୍ଵେଚ୍ଛାସେବୀଙ୍କ ଏକ ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ ହୋଇଥିଲା ଯାହା ପ୍ରତିଦନ 20 ଟି ଗମ୍ଭୀର ମାମଲା ପରିଚାଳନା କରୁଥିଲା।



ଏପରିକି ସୋସିଆଲ୍ ମିଡିଆରେ ନଥିବା ବ୍ୟକ୍ତି ଯେଉଁମାନଙ୍କର କିଛି ଆବଶ୍ୟକତା ରହିଛି ସେମାନଙ୍କ ପାଇଁ  ଏକ ୱେବସାଇଟ୍ ଏବଂ ହେଲପ୍-ଲାଇନ୍ ତିଆରି କରିଥିଲେ।

କିନ୍ତୁ କେବଳ ଏତିକି ନୁହେଁ। କେତେକ ବ୍ୟକ୍ତି ଆହୁରି ଅନେକ କିଛି କରଥିଲେ। ପେଶାରେ ଜଣେ ଅଟୋରିକ୍ସା ଚାଳକ ପୁଣେର ଅକ୍ଷୟ କୋଥାୱାଲେ, ଗତ ବର୍ଷ ମାର୍ଚ୍ଚ ଠାରୁ ପ୍ରାୟ 1500 ପରିବାରକୁ ସଉଦା ଏବଂ ଖାଦ୍ୟ ଯୋଗାଇବାକୁ ନିଜର ବିବାହ ପାଇଁ ଜମା ରଖିଥିବା 2 ଲକ୍ଷ ଟଙ୍କା ବ୍ୟବହାର କରିଥିଲେ। ଏପରିକି, ଆଜି ମଧ୍ୟ ସେ ସହରରେ ଥିବା ଦାଦନ ଶ୍ରମିକମାନଙ୍କୁ ଖାଦ୍ୟ ପ୍ୟାକେଟ୍ ବାଣ୍ଟିବା କାମ ଜାରୀ ରଖିଛନ୍ତି।

ଲକ୍ଷ ଲକ୍ଷ ବ୍ୟକ୍ତି ଭାଇରସ୍ ସହ ସଂଘର୍ଷ କରୁଥିବା ବେଳେ, ଆଶା କରାଯାଉନଥିବା ସ୍ଥାନରୁ ସାହାଯ୍ୟ ଆସିଥିଲା। ମାତ୍ରୋନ୍ ଜେମିନିବେନ୍ ଯୋଶୀ, ଗୁଜୁରାଟର ଜଣେ 71 ବର୍ଷୀୟ ଅବସରପ୍ରାପ୍ତ ନର୍ସ ଦେଖିଲେ ଯେ, ଫ୍ରଣ୍ଟଲାଇନ୍ ସ୍ଵାସ୍ଥ୍ୟ କର୍ମୀମାନେ ଅଧିକ ବ୍ୟସ୍ତତା ମଧ୍ୟରେ ରହୁଛନ୍ତି। ସେଥିପାଇଁ ସେ ନିଜକୁ ବିପଦରେ ପକାଇ ଗୋଟିଏ ଡାକ୍ତରଖାନାରେ ତାଙ୍କ କାମ ପୁଣି ଆରମ୍ଭ କରିଥିଲେ ଏବଂ ରୋଗୀଙ୍କୁ ଔଷଧ, ଅମ୍ଳଜାନ ଯୋଗାଇବା ଏବଂ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ଆଦି କାମ କରି 12 ଘଣ୍ଟା ବିତାଉଥିଲେ।



ଗୋଟିଏ ସମୟରେ ମୃତ୍ୟୁ ମାମଲା ହଜାର ହଜାର ଟପୁଥିଲା। ଡାକ୍ତରଖାନାରେ ଅମ୍ଳଜାନ ଶେଷ ହୋଇଯାଉଥିଲା ଏବଂ ସ୍ଥିତି ଏପରି ହୋଇଥିଲା ଯେ, ଡାକ୍ତରଖାନାରେ ବେଡ୍ ପାଇବା ପାଇଁ ଅନେକ ରୋଗୀଙ୍କୁ ନିଜ ପାଇଁ ଅମ୍ଳଜାନ ଉତ୍ସ ଖୋଜିବା ପାଇଁ କୁହାଯାଇଥିଲା। ସେହି ସମୟରେ ଦେବଦୂତ ସାଜିଥିଲେ ଗୌରବ ରାୟ, ବିହାରର ଅକ୍ସିଜେନ୍ ମ୍ୟାନ୍। ନିଜ ସଞ୍ଚୟର 1.25 ଲକ୍ଷ ଟଙ୍କା ବିନିଯୋଗ କରି ସେ ଅକ୍ସିଜେନ୍ ସିଲିଣ୍ଡର୍ କିଣିଥିଲେ ଏବଂ ରାଜ୍ୟରେ ଗୁରୁତର ଥିବା ରୋଗୀଙ୍କ ନିକଟରେ ପହଞ୍ଚାଇଥିଲେ। ତାଙ୍କ ଫୋନ୍ ଅବିରତ ବାଜୁଥିଲା। କିନ୍ତୁ ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ତାଙ୍କ ନିଷ୍ଠା ଅତିକମରେ 1,500 ଗୁରୁତର ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିଥିଲା।

ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଏପରି ଅନେକଙ୍କୁ ଜାଣନ୍ତି, ସେମାନଙ୍କ କାହାଣୀ ଜାଣନ୍ତି। Lifelong Online ବିଶ୍ଵାସ କରେ ଯେ, ଏହି ନିସ୍ଵାର୍ଥପର କାହାଣୀ ନିହାତି ଭାବେ ରେକର୍ଡ ହେବା ଉଚିତ ଏବଂ ଆମେ ଜାଣିବା ଉଚିତ। ସେମାନଙ୍କର ସାହାସ ଏବଂ ସେବାକୁ ଧନ୍ୟବାଦ ଜଣାଇବା ପାଇଁ ସେମାନଙ୍କ ପ୍ରେରଣାଦୀୟୀ କାହାଣୀ ସବୁ ଅନଲାଇନ୍ ରଖିବା ହେଉଛି ସବୁଠାରୁ ବଢ଼ିଆ ଉପାୟ। ଆଶା କରାଯାଉଛି ଏହି ସଂଗ୍ରହ ମାନବିକତା କ୍ଷେତ୍ରରେ ଏର ମାନଦଣ୍ଡ ଭାବେ ପ୍ରତୀତ ହେବ, ଯେଉଁଠି ଆମେ ସମସ୍ତ ପେଜ୍ ଖୋଲି ପାରିବା, ପଢ଼ି ପାରିବା ଏବଂ ସବୁଠାରୁ ଶ୍ରେଷ୍ଠ କାହାଣୀରୁ ପ୍ରେରଣା ନେଇ ପାରିବା।

ଏହି ଅସୁବିଧା ସମୟରେ ଆପଣଙ୍କୁ ସାହାଯ୍ୟ କରିଥିବା ଏଭଳି କୌଣସି ଅଜଣା ବ୍ୟକ୍ତିଙ୍କ କାହାଣୀ ଆପଣଙ୍କ ପାଖରେ ଥିଲେ, ତାହାକୁ ଯେ କୌଣସି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ହାସ୍ ଟ୍ୟାଗ୍ #NeverForgetLifelong ରେ ଶେୟାର୍ କରନ୍ତୁ କିମ୍ବା myhero@lifelongindia.comକୁ ମେଲ୍ କରନ୍ତୁ।

ଏସବୁ କାହାଣୀ ଶେୟାର୍ କରି, ଆମେ ଅଚିହ୍ନା ଏବଂ ଏପରି ଅନେକ ବେନାମୀ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛୁ, ଯେଉଁମାନେ ଦେଶ ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ସମୟରେ ସାହାଯ୍ୟ କରିବା ପାଇଁ ଆଗକୁ ପାଦ ବଢ଼ାଇଥିଲେ।

This article has been created by Studio18 on behalf of Lifelong Online
Published by:Anand S.T. Das
First published: