ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି

ରାଜ୍ୟ ଭିତର ଓ ବାହାରର ବିଭିନ୍ନ ସ୍ଥାନରୁ ଭୁବନେଶ୍ୱରକୁ ଦୈନିକ ଶହ ଶହ ଲୋକ ଆସୁଥିବା କାରଣରୁ ସଂକ୍ରମଣ ବଢୁଛି ବୋଲି କୁହାଯାଉଛି । ଗତ ପାଞ୍ଚ ଦିନ ମଧ୍ୟରେ ଭୁବନେଶ୍ୱରରେ ଚିହ୍ନଟ ହେଲେଣି ପ୍ରାୟ ୪,୦୦୦ କରୋନା ଆକ୍ରାନ୍ତ ।

ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି
ଭୁବନେଶ୍ୱରର ମାର୍କେଟଗୁଡ଼ିକରେ ଗହଳି ଲାଗିରହୁଛି ।
  • News18 Odia
  • Last Updated: April 28, 2021, 9:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଥିବାରୁ ଏହି ମହାମାରୀର ଗୋଷ୍ଠୀ ସଂକ୍ରମଣ ହେଉଥିବା ଆଶଙ୍କା କରାଯାଉଛି । ଜଣେ ଜଣେ ସଂକ୍ରମିତ ଲୋକ ଡଜନ୍‌ ଡଜନ୍‌ ଲୋକଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି । ଦୈନିକ ଶହ ଶହ ବାହାର ଲୋକ ଭୁବନେଶ୍ୱର ଆସୁଥିବାରୁ ସ୍ଥିତି ବିଗୁଡ଼ୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ।

ଗତ ପାଞ୍ଚ ଦିନ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.) ଅଞ୍ଚଳରୁ ଚିହ୍ନଟ ହେଲେଣି ପ୍ରାୟ ୪,୦୦୦ କରୋନା ଆକ୍ରାନ୍ତ । ଦୈନିକ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗୁଆ ରହୁଥିବା ବେଳେ ଏବେ ବି.ଏମ୍‌.ସି. ଅଞ୍ଚଳ ଚିନ୍ତା ବଢ଼ାଇଛି । ଭୁବନେଶ୍ୱରରେ କରୋନା ସଂକ୍ରମଣ ଲଗାତର ବଢ଼ୁଥିବାରୁ ଗୋଷ୍ଠି ସଂକ୍ରମଣର ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର କେତେକ ଅଧିକାରୀ । ରାଜ୍ୟ ଭିତର ଓ ବାହାରର ବିଭିନ୍ନ ସ୍ଥାନରୁ ଭୁବନେଶ୍ୱରକୁ ଦୈନିକ ଶହ ଶହ ଲୋକ ଆସୁଥିବା କାରଣରୁ ସଂକ୍ରମଣ ବଢୁଛି ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | କମ୍ ହେଲା କୋଭିଶିଲ୍ଡ ଟିକାର ଦାମ୍; ଘୋଷଣା କଲେ ଆଦର ପୁନାୱାଲା; ଜାଣନ୍ତୁ ନୂଆ ଦାମ୍

‘‘ଭୁବନେଶ୍ୱର ଗୋଟେ ମାଇଗ୍ରେଟରୀ (ବହୁ ଲୋକ ଯିବା ଆସିବା କରୁଥିବା) ଜାଗା । ଭୁବନେଶ୍ୱର ଓ କଟକ ପରି ଜାଗାରେ ସଂକ୍ରମଣ ବଢ଼ିବ । କରୋନା ମାମଲା ଅଛି ମାନେ ଗୋଷ୍ଠୀ ସଂକ୍ରମଣ ହେଲାଣି, ତେଣୁ ବଢ଼ୁଛି, ବଢ଼ିବ । ଆମେ ଟ୍ରେଣ୍ଡ୍‌ ଉପରେ ନଜର ରଖିଛୁ ଓ ସେହି ଅନୁସାରେ ସ୍ୱାସ୍ଥ୍ୟ ସେବା ଓ କଟକଣା ଆଦି ଉପରେ ଆବଶ୍ୟକୀୟ ପଦକ୍ଷେପ ନେଉଛୁ,’’ କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର


ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ଛଅ ଦିନ ଧରି ଦୈନିକ ସଂକ୍ରମଣ ୬,୦୦୦ ପାର୍‌ କରୁଥିବା ବେଳେ ବୁଧବାର ଦିନ ୮,୩୮୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣକୁ ନେଇ ଚିନ୍ତା ଓ ଭୟ ବଢ଼ୁଥିବା ବେଳେ ଲୋକେ ଭୟ ନ କରି ସାବଧାନୀ ଓ ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି ମହାପାତ୍ର ।

ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ

‘‘ଜଣେ ସଂକ୍ରମିତ ଲୋକ ତା’ ଦେହରେ ଥିବା ଭାଇରାଲ୍‌ ଲୋଡ଼ ଅନୁସାରେ ୬୦ ବା ଏପରିକି ୨୦୦ ଜଣଙ୍କୁ ସଂକ୍ରମିତ କରିପାରେ । ତେଣୁ ସାବଧାନ ହୋଇ ରହିବା ଉଚିତ । ମାତ୍ର ଡରିବାର କିଛି ନାହିଁ, କାରଣ ସରକାର ସବୁ ବ୍ୟବସ୍ଥା କରୁଛନ୍ତି । ଏବେ ବି ୯୦ ପ୍ରତିଶତ ଲୋକ ହୋମ୍‌ ଆଇସୋଲେସନରେ ଅଛନ୍ତି । ଆମେ ଯଥେଷ୍ଟ ଆଇ.ସି.ୟୁ. ବେଡ୍‌, ଅକ୍ସିଜେନ ଓ ଭେଣ୍ଟିଲେଟର୍‌ ଆଦି ସହ ପ୍ରସ୍ତୁତ ଅଛୁ । ସଂକ୍ରମଣର ନିରୀକ୍ଷଣ ଓ ବିଶ୍ଳେଷଣ ଲଗାତର କରାଯାଉଛି,’’ କହିଛନ୍ତି ମହାପାତ୍ର ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

ଗତ ସପ୍ତାହକର ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବଢ଼ିଚାଲିଛି । ଏପ୍ରିଲ ୨୧ରେ ୪୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ଥିଲା ୩,୫୮୫ । ଏପ୍ରିଲ୍‌ ୨୨ରେ ପଜିଟିଭ ସଂଖ୍ୟା ୫୯୦ ଓ ଆକ୍ଟିଭ କେସ ୪,୦୩୬ ରହିଥିଲା । ଏପ୍ରିଲ୍‌ ୨୩ରେ ପଜିଟିଭ୍‌ ସଂଖ୍ୟା ୬୯୮ ଓ ଆକ୍ଟିଭ୍‌ କେସ୍‌ ୪,୪୧୭ ଥିଲା, ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏପ୍ରିଲ ୨୪ରେ ପଜିଟିଭ ସଂଖ୍ୟା ୭୪୫ ଓ ଆକ୍ଟିଭ କେସ ୪,୭୬୩ ଥିଲା । ଏପ୍ରିଲ ୨୫ରେ ପଜିଟିଭ୍‌ ସଂଖ୍ୟା ୬୮୩ ଓ ଆକ୍ଟିଭ କେସ୍‌ ୫,୧୧୩ ଥିଲା, ଆଉ ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

ଏପ୍ରିଲ ୨୬ରେ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୭୦୮ ଥିଲା ଓ ଆକ୍ଟିଭ କେସ୍‌ ୫,୪୬୮ ହୋଇଥିବା ବେଳେ ତିନି ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏପ୍ରିଲ ୨୭ରେ ପଜିଟିଭ ସଂଖ୍ୟା ୭୭୩ ଓ ଆକ୍ଟିଭ କେସ ସଂଖ୍ୟା ୫,୮୯୬ ଥିବା ବେଳେ ଆଉ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏପ୍ରିଲ୍‌ ୨୮ ତାରିଖରେ ୧,୦୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ।



ରାଜ୍ୟର କୋଭିଡ ହସପିଟାଲଗୁଡ଼ିକରେ ଏବେ ମାତ୍ର ୩୬ ପ୍ରତିଶତ ଭେଣ୍ଟିଲେଟର୍‌ ବ୍ୟବହାରରେ ଲାଗିଥିବା ବେଳେ ଆଇ.ସି.ୟୁ. ବେଡ୍‌ ୫୩ ପ୍ରତିଶତ ବ୍ୟବହାରରେ ଲାଗିଛି । ସାଧାରଣ ବେଡ୍‌ (ଜେନେରାଲ୍‌ ବେଡ୍‌) ୩୩ରୁ ୩୭ ପ୍ରତିଶତ ବ୍ୟବହାରରେ ଅଛି । ‘‘ଆମେ ଏ ପର୍ଯ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଞ୍ଚିନାହୁଁ । ଆମକୁ ଅଧିକ ସାବଧାନ ରହିବାକୁ ପଡ଼ିବ,’’ କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
Published by: Anand ST Das
First published: April 28, 2021, 9:14 PM IST