News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୬୬୯ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୪,୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୬୭,୧୬୧ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
୧୩ ଜଣଙ୍କ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ସର୍ବଧିକ ଚାରି ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଗଜପତିରୁ ୨ଜଣ, ବାଲେଶ୍ୱର, କଟକ ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ଚାରି ଜଣ ମଧ୍ୟରୁ ଜଣେ ୭୫ ବର୍ଷୀୟା ମହିଳା ଓ ଅନ୍ୟ ତିନିଜଣ ମୃତକ ୭୦, ୬୮ ଓ ୬୫ ବର୍ଷୀୟ ପୁରୁଷ ଅଛନ୍ତି । ୭୫ ବର୍ଷୀୟା ମହିଳା ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ବେଳେ ୭୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ସେହିପରି ୬୮ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଇସକେମିକ୍ ହୃଦ୍ ରୋଗରେ ପୀଡ଼ିତ ଥିବା ବେଳେ ୬୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ପୁରୀ ଜିଲ୍ଲାରେ ଚାରି ଜଣ ମୃତକ ୮୫, ୬୨, ୬୫ ଓ ୫୪ ବର୍ଷୀୟ ପୁରୁଷ ଅଛନ୍ତି । ୮୫ ଓ ୬୨ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୬୫ ଓ ୫୪ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ଗଜପତି ଜିଲ୍ଲାରେ ଦୁଇ ଜଣ ମୃତକ ମଧ୍ୟରୁ ଜଣେ ୫୬ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୫୦ ବର୍ଷୀୟା ମହିଳା ଅଛନ୍ତି । ୫୬ ବର୍ଷୀୟ ପୁରୁଷ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୫୦ ବର୍ଷୀୟା ମହିଳା ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୮୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ, ଉଚ୍ଚ ରକ୍ତଚାପ ଓ ଟ୍ରିପଲ୍ ଭେସଲ ରୋଗରେ ପୀଡ଼ିତ ଥିଲେ । ସୋନପୁର ଜିଲ୍ଲାରେ ମୃତକ ଜଣେ ୭୨ ବର୍ଷୀୟା ମହିଳା ଓ ସେ ପୂର୍ବରୁ କରୋନାରୀ ଆର୍ଟରୀ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ । ବାଲେଶ୍ୱର ଜିଲ୍ଲାରେ ମୃତକ ଜଣେ ୪୩ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୫୦୨ ଜଣ ଅଛନ୍ତି । ବାକି ୧,୭୩୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ କୁ ବୃଦ୍ଧି ପାଇଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୮୯, ପୁରୀରୁ ୨୯୧, ସୁନ୍ଦରଗଡ଼ରୁ ୧୫୪, ଯାଜପୁରରୁ ୧୫୦, ମୟୂରଭଞ୍ଜରୁ ୧୪୭, ବରଗଡ଼ ୧୪୯, ବାଲେଶ୍ୱରରୁ ୧୪୧, ଜଗତସିଂହପୁରରୁ ୧୨୬, କନ୍ଧମାଳରୁ ୧୧୬, କଳାହାଣ୍ଡିରୁ ୧୧୪, ଝାରସୁଗଡ଼ାରୁ ୧୧୧, ନବରଙ୍ଗପୁରରୁ ୧୦୭, ସୋନପୁରରୁ ୧୨୯, କେନ୍ଦ୍ରୀୟ ବାହିନୀରୁ ୩୩୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୪, ଭଦ୍ରକରୁ ୭୨, ବଲାଙ୍ଗୀରରୁ ୪୪, ବୌଦ୍ଧରୁ ୯୪, ଦେଓଗଡ଼ରୁ ୬, ଢ଼େଙ୍କାନାଳରୁ ୮୬, ଗଜପତିରୁ ୨୩, ଗଞ୍ଜାମରୁ ୭୫, କେନ୍ଦ୍ରାପଡ଼ାରୁ ୧୦୩, କେନ୍ଦୁଝରରୁ ୭୭, କୋରାପୁଟ ୯୮, ମାଲକାନିଗିରିରୁ ୨୮, ନୟାଗଡ଼ରୁ ୯୪, ନୂଆପଡ଼ାରୁ ୯୯, ରାୟଗଡ଼ାରୁ ୬୬ ଓ ସମ୍ବଲପୁରରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୨୯,୮୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୬,୫୮୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ଦୁଇ ଦିନ ହେବ ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ୪,୦୦୦ ରୁ ଅଧିକ ଦେଖିବାକୁ ମିଳୁଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।