News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୫୬୯ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୩,୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୩୧,୩୮୨ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ତେର ଜଣଙ୍କ ମୃତକଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ତିନି ଜଣ ଆକ୍ରାନ୍ତ ଅଛନ୍ତି । ଗଞ୍ଜାମ, ମୟୂରଭଞ୍ଜ ଓ ରାୟଗଡ଼ାରୁ ଦୁଇଜଣ ଲେଖାଏଁ ଏବଂ ଖୋର୍ଦ୍ଧା, କଟକ, କନ୍ଧମାଳ ଓ ସୋନପୁର ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁରୀ ଜିଲ୍ଲାରେ ତିନି ଜଣଙ୍କ ମୃତକଙ୍କ ମଧ୍ୟରୁ ଦୁଇଜଣ ୬୦ ଓ ୪୫ ବର୍ଷୀୟ ପୁରୁଷ ଅନ୍ୟଜଣେ ୬୦ ବର୍ଷୀୟା ମହିଳା ଅଛନ୍ତି । ୬୦ ଓ ୪୫ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବାବେଳେ ୬୦ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ ମୃତକ ୫୮ ଓ ୫୦ ବର୍ଷୀୟ ପୁରୁଷ । ୫୮ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡିତ ନ ଥିବା ବେଳେ ୫୦ ବର୍ଷୀୟ ପୁରୁଷ ମଧୁମେହେ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଜଣ ମୃତକ ୨୪ ଓ ୭୦ ବର୍ଷୀୟ ପୁରୁଷ । ୨୪ ବର୍ଷୀୟ ପୁରୁଷ ପୂର୍ବରୁ ଲାମେଲାର ଇଚଥୋସିସ୍, ମେଟୋଟ୍ରେକ୍ସେଟ୍ ଓ ସୋରିୟାସିସ୍ ରୋଗରେ ପୀଡିତ ଥିବା ବେଳେ ୭୦ ବର୍ଷୀୟ ପୁରୁଷ ମଧୁମେହେ ରୋଗରେ ପୀଡ଼ିତ ଥିଲେ । ରାୟଗଡ଼ା ଜିଲ୍ଲାରେ ଦୁଇ ଜଣ ମୃତକ ୪୮ ଓ ୭୨ ବର୍ଷୀୟ ପୁରୁଷ । ୪୮ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିବା ବେଳେ ୭୨ ବର୍ଷୀୟ ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପ ସହ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଖୋର୍ଦ୍ଧା ଜିଲ୍ଲାରେ ମୃତକ ଜଣେ ୫୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ହାଇପୋଥାଇରଏଡିଜିମ୍ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୬୫ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ, ବ୍ରୋଙ୍କିଆଲ୍ ଆଜମା ଓ ହାଇପୋଥାଇରଏଡିଜିମ୍ ରୋଗରେ ପୀଡ଼ିତ ଥିଲେ । କନ୍ଧମାଳ ଜିଲ୍ଲାରେ ମୃତକ ଜଣେ ୬୬ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ । ସୋନପୁର ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୦୯୪ ଜଣ ଅଛନ୍ତି । ବାକି ୧,୩୯୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୫୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୭୬, ପୁରୀରୁ ୨୧୭, ମୟୂରଭଞ୍ଜରୁ ୨୦୭, ରାୟଗଡ଼ାରୁ ୨୦୬, ଯାଜପୁରରୁ ୧୭୮, ବଲାଙ୍ଗୀରରୁ ୧୧୦, ସୋନପୁରରୁ ୧୦୭, ଝାରସୁଗୁଡ଼ାରୁ ୧୦୩, ନୂଆପଡ଼ାରୁ ୧୦୨, କେନ୍ଦ୍ରୀୟ ବାହିନୀରୁ ୧୦୨ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୮,ବାଲେଶ୍ୱରରୁ ୯୨, ଭଦ୍ରକରୁ ୮୯, ବୌଦ୍ଧରୁ ୨୫, ଦେଓଗଡ଼ରୁ ୨୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୩, ଗଞ୍ଜାମରୁ ୬୯, ଜଗତସିଂହପୁର ୯୧, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୫୫, କୋରାପୁଟରୁ ୯୩, ମାଲକାନିଗିରିରୁ ୨୨, ନବରଙ୍ଗପୁରରୁ ୪୦, ନୟାଗଡ଼ ୩୪, ସମ୍ବଲପୁରରୁ ୮୫ ଓ ସୁନ୍ଦରଗଡ଼ରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୯୯,୩୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୧,୩୬୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୮ ଦିନରେ ୨୩,୦୦୦ରୁ ଅଧିକ କରୋନା ଭାଇରସ୍ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।