ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୫୫୬; ପୁଣି ୩,୮୬୧ ନୂଆ ମାମଲା ଚିହ୍ନଟ ହେଲେ
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨,୨୭୮ ଜଣ ଅଛନ୍ତି । ବାକି ୧,୫୮୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ ହେଲାଣି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 7, 2020, 1:18 PM IST
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୫୫୬ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୩,୮୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧,୨୭,୮୯୨ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଦଶ ଜଣଙ୍କ ମୃତକଙ୍କ ମଧ୍ୟରୁ ଗଞ୍ଜାମ ସର୍ବାଧିକ ତିନି ଜଣ ଆକ୍ରାନ୍ତ ଅଛନ୍ତି । ବାଲେଶ୍ୱର, ଖୋର୍ଦ୍ଧା, କଟକ, କଳାହାଣ୍ଡି, କୋରାପୁଟ, ନୟାଗଡ଼ରୁ ଓ ରାୟଗଡ଼ା ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ତିନି ଜଣଙ୍କ ମୃତକଙ୍କ ମଧ୍ୟରୁ ୩୮,୫୨ ଓ ୬୮ ବର୍ଷୀୟ ପୁରୁଷ ଅଛନ୍ତି । ୩୮ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବାବେଳେ ୫୨ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିଲେ । ୬୮ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହେ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ମୃତକ ଜଣେ ୫୩ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିଲେ । ବାଲେଶ୍ୱର ଜିଲ୍ଲାରେ ମୃତକ ଜଣେ ୫୬ ବର୍ଷୀୟ ପୁରୁଷ ଓ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୭୦ ବର୍ଷୀୟା ମହିଳା ଓ ସେ ପୂର୍ବରୁ ମସ୍ତିଷ୍କ ଟ୍ୟୁମର ରୋଗରେ ପୀଡ଼ିତ ଥିଲେ । କଳାହାଣ୍ଡି ଜିଲ୍ଲାରେ ମୃତକ ଜଣେ ୫୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ । କୋରାପୁଟ ଜିଲ୍ଲାରେ ମୃତକ ଜଣେ ୭୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। ନୟାଗଡ଼ ଜିଲ୍ଲାରେ ମୃତକ ଜଣେ ୫୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ରାୟଗଡ଼ା ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୨୭୮ ଜଣ ଅଛନ୍ତି । ବାକି ୧,୫୮୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ଆଜି ସର୍ବାଧିକ ୭୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୮୬, ଯାଜପୁରରୁ ୨୮୫, ପୁରୀରୁ ୨୦୦, ଝାରସୁଗୁଡ଼ାରୁ ୧୯୯, ବରଗଡ଼ରୁ ୧୭୬, ରାୟଗଡ଼ାରୁ ୧୫୩, ମୟୂରଭଞ୍ଜରୁ ୧୨୨, ସୋନପୁରରୁ ୧୧୭, ବାଲେଶ୍ୱରରୁ ୧୦୫, କେନ୍ଦ୍ରୀୟ ବାହିନୀରୁ ୧୪୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୨୦, ଭଦ୍ରକରୁ ୭୪, ବଲାଙ୍ଗୀରରୁ ୭୫, ବୌଦ୍ଧରୁ ୨୨, ଦେଓଗଡ଼ରୁ ୧୨, ଢେଙ୍କାନାଳରୁ ୭୪, ଗଜପତିରୁ ୧୪, ଗଞ୍ଜାମରୁ ୯୧, ଜଗତସିଂହପୁର ୮୬, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୮୩, କେନ୍ଦୁଝରରୁ ୬୬, କୋରାପୁଟରୁ ୮୬, ମାଲକାନିଗିରିରୁ ୩୩, ନବରଙ୍ଗପୁରରୁ ୪୪, ନୟାଗଡ଼ ୫୭, ନୂଆପଡ଼ାରୁ ୪୮, ସମ୍ବଲପୁରରୁ ୭୭ ଓ ସୁନ୍ଦରଗଡ଼ରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୯୬,୩୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୦,୯୧୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୭ଦିନରେ ୨୦,୦୦୦ରୁ ଅଧିକ କରୋନା ଭାଇରସ୍ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।