ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୪୧୯; ପୁଣି ୨,୯୪୯ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୮୨୬ ଜଣ ଅଛନ୍ତି । ବାକି ୧,୧୨୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯ ହେଲାଣି ।

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୪୧୯; ପୁଣି ୨,୯୪୯ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 24, 2020, 12:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୪୧୯ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୨,୯୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଗୋଟିଏ ଦିନରେ ସର୍ବଧିକ। ଏହାକୁ ମିଶାଇ ରାଜ୍ୟରେ ୮୧,୪୭୯ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଦଶ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ଼ରୁ ୨ଜଣ, କଟକ, ରାୟଗଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୯ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ପାଞ୍ଚଜଣ ମୃତକଙ୍କ ମଧ୍ୟରୁ ଜଣେ ୬୮ ବର୍ଷୀୟା ମହିଳା ଓ ଅନ୍ୟ ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ୬୦ ବର୍ଷୀୟ ପୁରୁଷ ଓ ଅନ୍ୟ ଦୁଇଜଣ ୭୦ ଓ ୬୩ ବର୍ଷୀୟ ପୁରୁଷ ଅଛନ୍ତି । ୬୮ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ, ସିରୋସିସ୍ ଓ ମୋର୍ବିଡ୍ ମେଦବହୁଳତା ରୋଗରେ ପୀଡ଼ିତ ଥିଲେ । ୬୦ ବର୍ଷୀୟ ଦୁଇଜଣ ପୁରୁଷଙ୍କ ମଧ୍ୟରୁ ଜଣେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବାବେଳେ ଅନ୍ୟଜଣେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ସେହିପରି ୭୦ ବର୍ଷୀୟ ପୁରୁଷ ହୃଦ୍ରୋଗ ସହ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୬୩ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଜଣ ମୃତକ ୬୫ ଓ ୬୭ ବର୍ଷୀୟ ପୁରୁଷ। ୬୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୬୭ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ମୃତକ ଜଣେ ୬୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ରାୟଗଡ଼ା ଜିଲ୍ଲାରେ ମୃତକ ଜଣେ ୫୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ନୟାଗଡ଼ ଜିଲ୍ଲାରେ ମୃତକ ଜଣେ ୬୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୮୨୬ ଜଣ ଅଛନ୍ତି । ବାକି ୧,୧୨୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯କୁ ବୃଦ୍ଧି ପାଇଛି।

କଟକରୁ ଆଜି ସର୍ବାଧିକ ୫୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୭୪, ଯାଜପୁରରୁ ୨୧୫, କୋରାପୁଟରୁ ୧୮୧, ଗଞ୍ଜାମରୁ ୧୭୯, ମୟୂରଭଞ୍ଜରୁ ୧୫୬, ରାୟଗଡ଼ାରୁ ୧୪୩, ସମ୍ବଲପୁରରୁ ୧୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୮୮, ବରଗଡ଼ରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗୀରରୁ ୫୭, ବୌଦ୍ଧରୁ ୩, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୧୩, ଗଜପତିରୁ ୩, ଜଗତସିଂହପୁରରୁ ୫୧, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୩୪, କେନ୍ଦ୍ରପଡ଼ାରୁ ୫୬, କେନ୍ଦୁଝର ୩୦ , ମାଲକାନିଗିରିରୁ ୭୮, ନବରଙ୍ଗପୁରରୁ ୨୬, ନୟାଗଡ଼ ୯୩, ନୂଆପଡ଼ାରୁ ୨, ପୁରୀରୁ ୮୬, ସୋନପୁର ୨୬, ସୁନ୍ଦରଗଡ଼ରୁ ୮୧ ଜଣ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୫୪,୪୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୬,୬୦୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୧୦ ଦିନ ହେବ ରାଜ୍ୟରେ ୨,୦୦୦ ଅଧିକ ଆକ୍ରାନ୍ତ ସଂଖ୍ୟା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: August 24, 2020, 12:24 PM IST
corona virus btn
corona virus btn
Loading