କରୋନା: ରାଜ୍ୟରେ ରେକର୍ଡ଼ ୨,୯୯୩ ନୂଆ ମାମଲା ଚିହ୍ନଟ ହେଲା; ଆଉ ୧୦ ମୃତ; ମୋଟ ମୃତକ ୪୦୯

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୮୭୯ ଜଣ ଅଛନ୍ତି । ବାକି ୧,୧୧୪ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦ ହେଲାଣି ।

ପ୍ରତୀକାତ୍ମକ ଛବି

ପ୍ରତୀକାତ୍ମକ ଛବି

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୪୦୯  ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୨,୯୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ଗୋଟିଏ ଦିନରେ ସର୍ବଧିକ। ଏହାକୁ ମିଶାଇ ରାଜ୍ୟରେ ୭୮,୫୩୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଦଶ ଜଣଙ୍କ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩ଜଣ, କଟକରୁ ୨ଜଣ, ରାୟଗଡ଼ାରୁ ୨ଜଣ, କଟକ, ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୪ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ତିନିଜଣ ମୃତକଙ୍କ ମଧ୍ୟରୁ ୬୦, ୬୧ ଓ ୭୦ ବର୍ଷୀୟ ପୁରୁଷ ଅଛନ୍ତି । ୬୦ ବର୍ଷୀୟ ପୁରୁଷ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଓ କ୍ରୋନିକ କୀଡୀନି ରୋଗ ପୀଡ଼ିତ ଥିବା ବେଳେ ୭୦ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ମେଦବହୁଳତା ରୋଗରେ ପୀଡ଼ିତ ଥିଲେ ଏବଂ ୬୧ ବର୍ଷୀୟ ପୁରୁଷଙ୍କୁ ପୂର୍ବରୁ କୌଣସି ରୋଗ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

କଟକ ଜିଲ୍ଲାରେ ଦୁଇ ଜଣ ମୃତକ ମଧ୍ୟରୁ ଜଣେ ୮୭ ବର୍ଷୀୟା ମହିଳା ଓ ଅନ୍ୟଜଣେ ୭୫ ବର୍ଷୀୟ ପୁରୁଷ ଅଛନ୍ତି । ୮୭ ବର୍ଷୀୟା ମହିଳା ପୂର୍ବରୁ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ, ଉଚ୍ଚ ରକ୍ତଚାପ, ପୁରୁଣା ସେରେବ୍ରୋଭାସ୍କୁଲାର ରୋଗରେ ପୀଡ଼ିତ ଥିବା ବେଳେ ୭୫ ବର୍ଷୀୟ ପୁରୁଷ ଡାଇବେଟିସ୍, ହାଇପୋଥାଇରଏଡିଜିମ୍, କ୍ରୋନିକ କୀଡୀନି ଓ ପୁରୁଣା ସେରେବ୍ରୋଭାସ୍କୁଲାର୍ ରୋଗରେ ପୀଡ଼ିତ ଥିଲେ । ରାୟଗଡ଼ା ଜିଲ୍ଲାରେ ଦୁଇ ଜଣ ମୃତକ ୫୬ ଓ ୪୫ ବର୍ଷୀୟ ପୁରୁଷ ଓ ସେମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଗଜପତି ଜିଲ୍ଲାରେ ମୃତକ ଜଣେ ୪୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ନୟାଗଡ଼ ଜିଲ୍ଲାରେ ମୃତକଙ୍କ ବୟସ ୫୮ ବର୍ଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ବଲାଙ୍ଗୀର ଜିଲ୍ଲାରେ ମୃତକଙ୍କ ବୟସ ୪୭ବର୍ଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୮୭୯ ଜଣ ଅଛନ୍ତି । ବାକି ୧,୧୧୪ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୭୧, କଟକରୁ ୧୫୮, ପୁରୀରୁ ୧୫୬, ନୟାଗଡ଼ରୁ ୧୫୩, ରାୟଗଡ଼ାରୁ ୧୩୭, ଯାଜପୁରରୁ ୧୨୧, ମୟୂରଭଞ୍ଜରୁ ୧୨୦, ବାଲେଶ୍ୱରରୁ ୧୧୫, ସମ୍ବଲପୁରରୁ ୧୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୧, ବରଗଡ଼ରୁ ୯୮, ଭଦ୍ରକରୁ ୯୨, ବଲାଙ୍ଗୀରରୁ ୬୨, ବୌଦ୍ଧରୁ ୯, ଦେଓଗଡ଼ରୁ ୯, ଗଜପତିରୁ ୪୩, ଜଗତସିଂହପୁରରୁ ୪୬, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୫୮, କେନ୍ଦ୍ରପଡ଼ାରୁ ୪୩, କେନ୍ଦୁଝର ୬୩, କୋରାପୁଟରୁ ୯୫, ମାଲକାନିଗିରିରୁ ୮୫, ନବରଙ୍ଗପୁରରୁ ୬୩, ନୂଆପଡ଼ାରୁ ୧୧, ସୋନପୁର ୪୦ ଓ ସୁନ୍ଦରଗଡ଼ରୁ ୭୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୫୨,୨୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୫,୭୯୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୯ ଦିନ ହେବ ରାଜ୍ୟରେ ୨,୦୦୦ ଅଧିକ ଆକ୍ରାନ୍ତ ସଂଖ୍ୟା ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by:Jagdish Barik
First published: