ରାଜ୍ୟରେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୯୪୦; ପୁଣି ୨୬୭୩ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୫୪ ଜଣ ଅଛନ୍ତି । ବାକି ୧୧୧୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ମଧ୍ୟ ସର୍ବାଧିକ ୪୪୮ ଜଣ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୦୦୩ ହେଲାଣି ।

ରାଜ୍ୟରେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୯୪୦; ପୁଣି ୨୬୭୩ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: October 6, 2020, 1:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୯୪୦ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୨,୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୨,୩୮,୦୦୩ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

୧୬ ଜଣଙ୍କ ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ଚାରି ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ୩ଜଣ, କଟକରୁ ୨ଜଣ, ଅନୁଗୁଳ, ବୌଦ୍ଧ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲାର ଚାରି ଜଣ ମୃତକ ୩୨, ୬୫, ୫୬ ଓ ୬୦ ବର୍ଷୀୟ ପୁରୁଷ । ୩୨ ଓ ୬୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୫୬ ଓ ୬୦ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ତିନି ଜଣ ମୃତକଙ୍କ ମଧ୍ୟରୁ ଜଣେ ୭୦ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟ ଦୁଇଜଣ ୮୧ ଓ ୫୫ ବର୍ଷୀୟ ପୁରୁଷ ଅଛନ୍ତି । ୭୦ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିବା ବେଳେ ୮୧ ଓ ୫୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ଦୁଇ ଜଣ ମୃତକ ୬୨ ଓ ୬୫ ବର୍ଷୀୟ ପୁରୁଷ । ୬୨ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ମାୟାଷ୍ଟେନିଆ ଗ୍ରାଭିସ୍ ରୋଗରେ ପୀଡ଼ିତ ଥିବା ବେଳେ ୬୫ ବର୍ଷୀୟା ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ଅନୁଗୁଳ ଜିଲ୍ଲାରେ ମୃତକ ୫୭ ବର୍ଷୀୟ ପୁରୁଷ ଓ ପୂର୍ବରୁ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ବୌଦ୍ଧ ଜିଲ୍ଲାରେ ମୃତକ ଜଣେ ୩୮ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ମୟୂରଭଞ୍ଜ ଜିଲ୍ଲାରେ ମୃତକ ୬୨ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ନବରଙ୍ଗପୁର ଜିଲ୍ଲାରେ ମୃତକ ଜଣେ ୬୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ନୟାଗଡ଼ ଜିଲ୍ଲାରେ ମୃତକ ୭୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ । ପୁରୀ ଜିଲ୍ଲାରେ ମୃତକ ଜଣେ ୭୭ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ପୀଡ଼ିତ ଥିଲେ । ସୋନପୁର ଜିଲ୍ଲାରେ ମୃତକ ୬୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୫୫୪ ଜଣ ଅଛନ୍ତି । ବାକି ୧୧୯୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୦୦୩କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୪୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୧୪, ନୂଆପଡ଼ାରୁ ୧୫୯, କେନ୍ଦ୍ରାପଡ଼ାରୁ ୧୫୧, ଅନୁଗୁଳରୁ ୧୨୬, ପୁରୀରୁ ୧୨୪ ଓ ମୟୂରଭଞ୍ଜରୁ ୧୦୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୭୦, ବରଗଡ଼ରୁ ୬୮, ଭଦ୍ରକରୁ ୯୭, ବଲାଙ୍ଗୀରରୁ ୯୩, ବୌଦ୍ଧରୁ ୧୩, ଦେଓଗଡ଼ରୁ ୧୮, ଢେଙ୍କାନାଳରୁ ୩୬, ଗଜପତିରୁ ୧୧, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୬୮, କଳାହାଣ୍ଡି ୭୭, କନ୍ଧମାଳରୁ ୪୪, ଜଗତସିଂହପୁରରୁ ୬୮, ଯାଜପୁରରୁ ୮୮, ଝାରସୁଗଡ଼ାରୁ ୬୮, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୪୪, କେନ୍ଦୁଝର ୫୧, କୋରାପୁଟରୁ ୩୯, ମାଲକାନିଗିରିରୁ ୩୨, ନବରଙ୍ଗପୁରରୁ ୭୨, ନୟାଗଡ଼ରୁ ୩୫, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୭୩, ସୋନପୁରରୁ ୬୯, ସୁନ୍ଦରଗଡ଼ରୁ ୮୮ ଓ କେନ୍ଦ୍ରୀୟ ବାହିନୀରୁ ୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୨୦,୬୪,୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୦,୬୧୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: October 6, 2020, 1:08 PM IST
corona virus btn
corona virus btn
Loading