ରାଜ୍ୟରେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୦୨୨; ପୁଣି ୨୫୪୬ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୦୪ ଜଣ ଅଛନ୍ତି । ବାକି ୧୦୪୨ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ମଧ୍ୟ ସର୍ବାଧିକ ୩୯୩ ଜଣ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୦୨୨ ହେଲାଣି ।

ରାଜ୍ୟରେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୦୨୨; ପୁଣି ୨୫୪୬ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: October 11, 2020, 11:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୧୦୨୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୨,୫୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୨,୫୨,୨୩୯ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

୧୬ ଜଣଙ୍କ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପାଞ୍ଚ ଜଣ ଆକ୍ରାନ୍ତ ଅଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୫୦୪ ଜଣ ଅଛନ୍ତି । ବାକି ୧୦୪୨ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଖୋର୍ଦ୍ଧାରୁ ଆଜି ସର୍ବାଧିକ ୪୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରରୁ ୨୧୦, ସୁନ୍ଦରଗଡ଼ରୁ ୧୬୧, କଟକରୁ ୧୩୪, ମୟୂରଭଞ୍ଜରୁ ୧୨୦, ବାଲେଶ୍ୱରରୁ ୧୦୩ ଓ କେନ୍ଦ୍ରୀୟ ବାହିନୀରୁ ୮୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୯୨, ଭଦ୍ରକରୁ ୩୪, ବଲାଙ୍ଗୀରରୁ ୮୫, ବୌଦ୍ଧରୁ ୩୭, ଦେଓଗଡ଼ରୁ ୧୪, ଢେଙ୍କାନାଳରୁ ୨୫, ଗଜପତିରୁ ୧୦, ଗଞ୍ଜାମରୁ ୩୪, ଯାଜପୁରରୁ ୯୦, ଝାରସୁଗଡ଼ାରୁ ୫୭, ଜଗତସିଂହପୁରରୁ ୮୬, ଯାଜପୁରରୁ ୯୦, କଳାହାଣ୍ଡିରୁ ୭୫, କନ୍ଧମାଳରୁ ୪୯, କେନ୍ଦ୍ରାପଡ଼ାରୁ ୭୫, କେନ୍ଦୁଝର ୪୩, କୋରାପୁଟରୁ ୭୨, ମାଲକାନିଗିରିରୁ ୨୭, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୪୮, ନୂଆପଡ଼ାରୁ ୮୮, ପୁରୀରୁ ୭୦, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୮୪ ଓ ସୋନପୁରରୁ ୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୨,୨୪,୨୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୬,୮୯୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: October 11, 2020, 11:44 AM IST
corona virus btn
corona virus btn
Loading