ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୭୮୪; ପୁଣି ୩୪୯ ନୂଆ ମାମଲା ଚିହ୍ନଟ ହେଲେ
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୮ ଜଣ ଅଛନ୍ତି । ବାକି ୧୫୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୮୪ ହେଲାଣି ।

ପ୍ରତୀକାତ୍ମକ ଛବି
- News18 Odia
- Last Updated: December 8, 2020, 12:00 PM IST
ଭୁବନେଶ୍ୱର: ରାଜ୍ୟରେ ଆହୁରି ୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୧୭୮୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୩,୨୧,୯୧୩ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
୬ ଜଣଙ୍କ ମୃତକଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ସର୍ବାଧିକ ଦୁଇ ଜଣ ଆକ୍ରାନ୍ତ ଅଛନ୍ତି । ଝାରସୁଗଡା, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼ ଜଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of six numbers of Covid positive patients while under treatment in hospitals.
1.A 33-year-old female of Jharsuguda district who was also suffering from Chronic Kidney Disease & Hypertension.
2.A 56-year-old male of Khordha district.
— H & FW Dept Odisha (@HFWOdisha) December 8, 2020
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୯୮ ଜଣ ଅଛନ୍ତି । ବାକି ୧୫୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୯୧୩ କୁ ବୃଦ୍ଧି ପାଇଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ସର୍ବାଧିକ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୪, ଅନୁଗୁଳରୁ ୨୬, ବାଲେଶ୍ୱରରୁ ୨୩, ବରଗଡ଼ରୁ ୧୯, ଭଦ୍ରକରୁ ୫, ବଲାଙ୍ଗୀରରୁ ୬, ବୌଦ୍ଧରୁ ୪, କଟକରୁ ୨୨, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫, ଯାଜପୁରରୁ ୮, ଝାରସୁଗଡ଼ାରୁ ୧୮, କଳାହାଣ୍ଡିରୁ ୧୯, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୭, କୋରାପୁଟରୁ ୧, ମାଲକାନିଗିରିରୁ ୩, ମୟୂରଭଞ୍ଜରୁ ୧୮, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧, ନୂଆପଡ଼ାରୁ ୧୦, ପୁରୀରୁ ୨୨, ରାୟଗଡାରୁ ୧, ସମ୍ବଲପୁରରୁ ୧୪, ସୋନପୁରରୁ ୨ ଓ ଷ୍ଟେଟ ପୁଲ୍ରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୩,୧୬,୪୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩,୬୨୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ କରେନା ମୃତ୍ୟୁ ସଂଖ୍ୟା ମଧ୍ୟ କମ ଦେଖାଯାଉଛି । ଏହା ପ୍ରଶାସନ ପାଇଁ ବଡ଼ ଅସ୍ବସ୍ତିର କାରଣ ହୋଇ ପାରିଛି ।