ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୮୫୯; ପୁଣି ୩୬୧୫ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୧୮ ଜଣ ଅଛନ୍ତି । ବାକି ୧୪୯୭ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଆଜି ମଧ୍ୟ ସର୍ବାଧିକ ୬୭୧ ଜଣ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ ହେଲାଣି ।

ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୮୫୯; ପୁଣି ୩୬୧୫ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: October 1, 2020, 1:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୮୫୯ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୩,୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୨,୨୨,୭୩୪ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

୧୭ ଜଣଙ୍କ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚାରି ଜଣ ଆକ୍ରାନ୍ତ ଅଛନ୍ତି । କଟକ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ମୃତଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାର ଚାରି ଜଣ ମୃତକଙ୍କ ମଧ୍ୟରୁ ଜଣେ ୬୨ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟ ତିନି ଜଣ ୮୯, ୪୮ ଓ ୫୯ ବର୍ଷୀୟ ପୁରୁଷ ଅଛନ୍ତି । ୬୨ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୮୯ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡିତ ନ ଥିଲେ । ସେହିପରି ୪୮ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡ଼ିତ ଥିବା ବେଳେ ୫୯ ବର୍ଷୀୟ ପୁରୁଷ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କଟକ ଜିଲ୍ଲାରେ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ୮୨ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟ ଦୁଇଜଣ ୪୦ ଓ ୬୮ ବର୍ଷୀୟ ପୁରୁଷ ଅଛନ୍ତି । ୮୨ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ, କ୍ରୋନିକ ଅବଷ୍ଟ୍ରକ୍ଟିଭ୍ ପୁଲମୁନାରୀ,ଓ ପାର୍କିନ୍ସନ୍ଜିମ୍ ରୋଗରେ ପୀଡ଼ିତ ଥିବା ବେଳେ ୬୮ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହେ ଓ ୪୦ ବର୍ଷୀୟ ପୁରୁଷ ପୂର୍ବରୁ କୌଣସି ରୋଗରେ ପୀଡିତ ନ ଥିଲେ । ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ୮୩ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୬୭ ବର୍ଷୀୟା ମହିଳା ଅଛନ୍ତି । ୮୩ ବର୍ଷୀୟ ପୁରୁଷ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୬୭ ବର୍ଷୀୟା ମହିଳା ପୂର୍ବରୁ ଉଚ୍ଚ ରକ୍ତଚାପ ଓ ଆଜମା ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ନୟାଗଡ଼ ଜିଲ୍ଲାରେ ଦୁଇଜଣ ମୃତକଙ୍କ ମଧ୍ୟରୁ ଜଣେ ୮୬ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୭୧ ବର୍ଷୀୟା ମହିଳା ଥିଲେ । ୮୬ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୭୧ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ମେଦବହୁଳତା ରୋଗରେ ପୀଡ଼ିତ ଥିଲେ । ଅନୁଗୁଳ ଜିଲ୍ଲାରେ ମୃତକ ୪୫ ବର୍ଷୀୟ ପୁରୁଷ ଓ ପୂର୍ବରୁ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଭଦ୍ରକ ଜିଲ୍ଲାରେ ମୃତକ ଜଣେ ୬୫ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କ୍ରୋନିକ କୀଡୀନି ରୋଗ, ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ବଲାଙ୍ଗିର ଜିଲ୍ଲାରେ ମୃତକ ୬୫ ବର୍ଷୀୟ ପୁରୁଷ ଓ ପୂର୍ବରୁ ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ମେଦବହୁଳତା ରୋଗରେ ପୀଡ଼ିତ ଥିଲେ । ଢେଙ୍କାନାଳ ଜିଲ୍ଲାରେ ମୃତକ ଜଣେ ୫୬ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଜଗତସିଂହପୁର ଜିଲ୍ଲାରେ ମୃତକ ୬୪ ବର୍ଷୀୟ ପୁରୁଷ ଓ ପୂର୍ବରୁ ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । କଳାହାଣ୍ଡି ଜିଲ୍ଲାରେ ମୃତକ ଜଣେ ୪୩ ବର୍ଷୀୟା ମହିଳା ଓ ସେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡ଼ିତ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ମୃତକ ୪୬ ବର୍ଷୀୟ ପୁରୁଷ ଓ ପୂର୍ବରୁ ସେ ପୂର୍ବରୁ କ୍ରୋନିକ କୀଡୀନି ରୋଗ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ପୁରୀ ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟା ମହିଳା ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ରାୟଗଡ଼ା ଜିଲ୍ଲାରେ ମୃତକ ଜଣେ ୮୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨୧୧୮ ଜଣ ଅଛନ୍ତି । ବାକି ୧୪୯୭ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୭୧, ପୁରୀରୁ ୧୯୭, ଅନୁଗୁଳରୁ ୧୮୮ ଓ କେନ୍ଦ୍ରୀୟ ବାହିନୀରୁ ୨୪୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୮୬, ବରଗଡ଼ ୮୬, ଭଦ୍ରକରୁ ୬୧ , ବଲାଙ୍ଗୀରରୁ ୮୧, ବୌଦ୍ଧରୁ ୨୦, ଦେଓଗଡ଼ରୁ ୧୨, ଢ଼େଙ୍କାନାଳରୁ ୬୦, ଗଜପତିରୁ ୨୯, ଗଞ୍ଜାମରୁ ୪୨, ଜଗତସିଂହପୁରରୁ ୮୩, ଯାଜପୁରରୁ ୧୪୪, ଝାରସୁଗଡ଼ାରୁ ୧୦୬, କଳାହାଣ୍ଡିରୁ ୧୦୬, କନ୍ଧମାଳରୁ ୫୯, କେନ୍ଦ୍ରାପଡ଼ାରୁ ୧୧୯, କେନ୍ଦୁଝର ୧୦୯, କୋରାପୁଟରୁ ୪୭, ମାଲକାନିଗିରିରୁ ୧୨୩, ନବରଙ୍ଗପୁରରୁ ୧୨୩, ନବରଙ୍ଗପୁରରୁ ୫୭, ନୟାଗଡ଼ରୁ ୬୪, ନୂଆପଡ଼ାରୁ ୬୬, ରାୟଗଡ଼ାରୁ ୩୯, ସମ୍ବଲପୁରରୁ ୭୩, ସୋନପୁରରୁ ୭୦ ଓ ସୁନ୍ଦରଗଡ଼ରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୮୫,୭୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୩୬,୧୨୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରେନା ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: October 1, 2020, 1:06 PM IST
corona virus btn
corona virus btn
Loading