ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୬୫୭; ପୁଣି ୬୬୮ ନୂଆ ମାମଲା ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୮୫ ଜଣ ଅଛନ୍ତି । ବାକି ୨୮୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୫୭ ହେଲାଣି ।

ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୬୫୭; ପୁଣି ୬୬୮ ନୂଆ ମାମଲା ଚିହ୍ନଟ ହେଲେ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: November 23, 2020, 12:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୧୬୫୭ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୩,୧୪,୬୨୯ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

୧୭ ଜଣଙ୍କ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚାରି ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ସମ୍ବଲପୁର ଜିଲ୍ଲାରୁ ତିନି ଜଣ, ବରଗଡ଼ ଓ ଝାରସୁଗଡ଼ା ଜିଲ୍ଲାରୁ ଦୁଇ ଜଣ ଲେଖାଏଁ, ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।



ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୩୮୫ ଜଣ ଅଛନ୍ତି । ବାକି ୨୮୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪,୬୨୯ କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆପଡ଼ା ଜିଲ୍ଲାରୁ ଆଜି ସର୍ବାଧିକ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୫୫, ବାଲେଶ୍ୱର ୩୮, କଟକ ୩୭, ମୟୂରଭଞ୍ଜରୁ ୫୦, ଅନୁଗୁଳରୁ ୪୬, ବରଗଡ଼ରୁ ୧୮, ଭଦ୍ରକରୁ ୧୫, ବଲାଙ୍ଗୀରରୁ ୨୮, ବୌଦ୍ଧରୁ ୭, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୬, ଗଜପତିରୁ ୪, ଗଞ୍ଜାମରୁ ୧୨ , ଜଗତସିଂହପୁରରୁ ୨୫, ଯାଜପୁରରୁ ୧୮, ଝାରସୁଗଡ଼ାରୁ ୨୩, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୩, କେନ୍ଦ୍ରାପଡ଼ା ୨୧, କେନ୍ଦୁଝରରୁ ୩୮, ଖୋର୍ଦ୍ଧାରୁ ୫୬, ମାଲକାନିଗିରିରୁ ୮, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୮, ପୁରୀରୁ ୨୩, ରାୟଗଡ଼ାରୁ ୨, ସମ୍ବଲପୁର ୨୫ ଓ ଷ୍ଟେଟ ପୁଲ୍ରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୩,୦୫,୮୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୭,୧୦୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଚଳିତ ମାସରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ କରେନା ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: November 23, 2020, 12:14 PM IST
corona virus btn
corona virus btn
Loading