ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୬୨୫; ପୁଣି ୭୭୮ ନୂଆ ମାମଲା ଚିହ୍ନଟ ହେଲେ
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୪୬ ଜଣ ଅଛନ୍ତି । ବାକି ୩୩୨ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୨୫ ହେଲାଣି ।

ପ୍ରତୀକାତ୍ମକ ଛବି
- News18 Odia
- Last Updated: November 21, 2020, 1:07 PM IST
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୧୬୨୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୭୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୩,୧୩,୩୨୩ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
୧୭ ଜଣଙ୍କ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ପାଞ୍ଚ ଜଣ ଆକ୍ରାନ୍ତ ଅଛନ୍ତି । କେନ୍ଦୁଝର ଜିଲ୍ଲାରୁ ତିନି ଜଣ, କଟକ ଓ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ, ଖୋର୍ଦ୍ଧା, ଦେଓଗଡ଼, ଜଗତସିଂହପୁର, ମୟୂରଭଞ୍ଜ, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of 17 #COVID19 positive patients while under treatment in hospitals.https://t.co/xk3E40Qo1O 81-year-old male of Bhubaneswar who was also suffering from LT Renal CELL Carcinoma, Post Nephrectomy, Post Chemotherapy, Diabetes Mellitus & Hypertension
— H & FW Dept Odisha (@HFWOdisha) November 21, 2020
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୯୯ ଜଣ ଅଛନ୍ତି । ବାକି ୩୬୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୮୮ କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଅନୁଗୁଳ ଜିଲ୍ଲାରୁ ଆଜି ସର୍ବାଧିକ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୪, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ୬୧ ଜଣ ଲେଖାଏଁ, ନୂଆପଡ଼ାରୁ ୫, ମୟୂରଭଞ୍ଜରୁ ୫୮, ବରଗଡ଼ରୁ ୩୦, ଭଦ୍ରକରୁ ୬, ବଲାଙ୍ଗୀରରୁ ୨୯, ବୌଦ୍ଧରୁ ୩, ଦେଓଗଡ଼ରୁ ୩, ଢେଙ୍କାନାଳରୁ ୧୨, ଗଜପତିରୁ ୨, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୪୦, ଯାଜପୁରରୁ ୨୧, ଝାରସୁଗଡ଼ାରୁ ୨୧, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୪, କେନ୍ଦ୍ରାପଡ଼ା ୩୬, କେନ୍ଦୁଝରରୁ ୫୩, କୋରାପୁଟରୁ ୧୦, ମାଲକାନିଗିରିରୁ ୪, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୪, ପୁରୀରୁ ୨୦, ରାୟଗଡ଼ାରୁ ୪, ସମ୍ବଲପୁରରୁ ୪୦, ସୋନପୁରରୁ ୨ ଓ ଷ୍ଟେଟ ପୁଲ୍ରୁ ୧୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୩,୧୩,୩୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୭,୭୪୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ କରେନା ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।