ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୧୫୯୨; ପୁଣି ୮୬୮ ନୂଆ ମାମଲା ଚିହ୍ନଟ ହେଲେ
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୯୯ ଜଣ ଅଛନ୍ତି । ବାକି ୩୬୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୯୨ ହେଲାଣି ।

ପ୍ରତୀକାତ୍ମକ ଛବି
- News18 Odia
- Last Updated: November 19, 2020, 12:55 PM IST
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୧୫୯୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୩,୧୧,୭୮୮ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
୧୭ ଜଣଙ୍କ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ଚାରି ଜଣ ଆକ୍ରାନ୍ତ ଅଛନ୍ତି । ସମ୍ବଲପୁର ଜିଲ୍ଲାରୁ ତିନି ଜଣ, ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ, ଭଦ୍ରକ, କଟକ, ଗଜପତି, ଗଞ୍ଜାମ, କେନ୍ଦ୍ରାପଡା, ନୟାଗଡ, ରାୟଗଡା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of seventeen #COVID19 positive patients while under treatment in hospitals.
1.A 58-year-old male of Bhadrak district.
2.A 43-year-old male of Bhubaneswar.
3.A 32-year-old male of Bhubaneswar.
4.A 54-year-old female of Cuttack district.
— H & FW Dept Odisha (@HFWOdisha) November 19, 2020
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୯୯ ଜଣ ଅଛନ୍ତି । ବାକି ୩୬୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୮୮ କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୮୭, କଟକରୁ ୬୪, ନୂଆପଡ଼ାରୁ ୪୬, ମୟୂରଭଞ୍ଜରୁ ୪୬, ଅନୁଗୁଳରୁ ୪୧, ବାଲେଶ୍ୱରରୁ ୫୪, ବରଗଡ଼ରୁ ୧୮, ଭଦ୍ରକରୁ ୧୩, ବଲାଙ୍ଗୀରରୁ ୩୪, ବୌଦ୍ଧରୁ ୧, ଦେଓଗଡ଼ରୁ ୭, ଢେଙ୍କାନାଳରୁ ୧୮, ଗଜପତିରୁ ୩, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୪୪, ଯାଜପୁରରୁ ୩୧, ଝାରସୁଗଡ଼ାରୁ ୨୧, କଳାହାଣ୍ଡିରୁ ୨୦, କନ୍ଧମାଳରୁ ୬, କେନ୍ଦ୍ରାପଡ଼ା ୩୫, କେନ୍ଦୁଝରରୁ ୩୯, କୋରାପୁଟରୁ ୧୨, ମାଲକାନିଗିରିରୁ ୧୨, ନବରଙ୍ଗପୁରରୁ ୧୪, ନୟାଗଡ଼ରୁ ୩, ପୁରୀରୁ ୨୮, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୮, ସୋନପୁରରୁ ୬ ଓ ଷ୍ଟେଟ ପୁଲ୍ରୁ ୨୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୩,୦୧,୭୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୮,୩୬୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ କରେନା ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।