କରୋନା: ରାଜ୍ୟରେ ରେକର୍ଡ଼ ୩,୩୮୪ ନୂଆ ମାମଲା ଚିହ୍ନଟ ହେଲା; ଆଉ ୭ ମୃତ; ମୋଟ ମୃତକ ୪୪୮

ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨,୧୨୮ ଜଣ ଅଛନ୍ତି । ବାକି ୧,୨୫୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୮୩କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ ହେଲାଣି ।

କରୋନା: ରାଜ୍ୟରେ ରେକର୍ଡ଼ ୩,୩୮୪ ନୂଆ ମାମଲା ଚିହ୍ନଟ ହେଲା; ଆଉ ୭ ମୃତ; ମୋଟ ମୃତକ ୪୪୮
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 27, 2020, 12:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୪୪୮ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୩,୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗୋଟିଏ ଦିନରେ ସର୍ବାଧିକ ଅଟେ । ଏହାକୁ ମିଶାଇ ରାଜ୍ୟରେ ୯୦,୯୮୬ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ସାତ ଜଣଙ୍କ ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ୩ ଜଣ, ବରଗଡ଼ ଜିଲ୍ଲାରୁ ୨ ଜଣ, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୮୩ରେ ସ୍ଥିର ରହିଛି। ସମ୍ବଲପୁର ଜିଲ୍ଲାରେ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ୭୫ ଓ ୫୮ ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୬୦ ବର୍ଷୀୟା ମହିଳା ଅଛନ୍ତି । ୭୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୫୮ ବର୍ଷୀୟ ପୁରୁଷ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ହାଇପୋନାଟ୍ରେମିଆ ରୋଗରେ ପୀଡ଼ିତ ଥିଲେ ଏବଂ ୬୦ ବର୍ଷୀୟା ମହିଳାଙ୍କୁ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

ବରଗଡ଼ ଜିଲ୍ଲାରେ ଦୁଇ ଜଣ ମୃତକ ୭୬ ଓ ୬୫ ବର୍ଷୀୟ ପୁରୁଷ ଅଛନ୍ତି । ୭୬ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ବେଳେ ୬୫ ବର୍ଷୀୟ ପୁରୁଷ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ। ଭଦ୍ରକ ଜିଲ୍ଲାରେ ମୃତକ ଜଣେ ୬୦ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ମୃତକ ଜଣେ ୬୨ ବର୍ଷୀୟା ମହିଳା ଓ ସେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ, କରୋନାରୀ ଅର୍ଟରୀ, ହାଇପୋଥାଇରଏଡିଜିମ୍ ଓ ମୋର୍ବିଡ୍ ମେଦବହୁଳତା ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨,୧୨୮ ଜଣ ଅଛନ୍ତି । ବାକି ୧,୨୫୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ଆଜି ସର୍ବାଧିକ ୫୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୪୯୨, ସମ୍ବଲପୁରରୁ ୧୮୨, ଗଞ୍ଜାମରୁ ୧୭୭, ମୟୂରଭଞ୍ଜରୁ ୧୭୭, ଯାଜପୁରରୁ ୧୭୬, ବରଗଡ଼ରୁ ୧୫୭, ରାୟଗଡ଼ାରୁ ୧୫୪, ପୁରୀରୁ ୧୨୧, ବାଲେଶ୍ୱରରୁ ୧୧୯, ସୁନ୍ଦରଗଡ଼ରୁ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୩, ଭଦ୍ରକରୁ ୮୨, ବଲାଙ୍ଗୀରରୁ ୯୯, ବୌଦ୍ଧରୁ ୫, ଦେଓଗଡ଼ରୁ ୧୬, ଢେଙ୍କାନାଳରୁ ୬୦, ଗଜପତିରୁ ୯, ଜଗତସିଂହପୁର ୪୩, ଝାରସୁଗୁଡ଼ାରୁ ୯୪, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୮, କେନ୍ଦ୍ରପଡ଼ାରୁ ୭୬, କେନ୍ଦୁଝର ୬୩, କୋରାପୁଟରୁ ୮୯, ମାଲକାନିଗିରିରୁ ୪୪, ନବରଙ୍ଗପୁରରୁ ୩୧, ନୟାଗଡ଼ରୁ ୭୬, ନୂଆପଡ଼ାରୁ ୧୯ ଓ ସୋନପୁରରୁ ୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୬୨,୮୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୨୭,୬୭୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।



ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ଦୁଇ ଦିନ ହେବ ରାଜ୍ୟରେ ୩,୦୦୦ରୁ ଅଧିକ ଆକ୍ରାନ୍ତ ଦେଖିବାକୁ ମିଳିଛି । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
Published by: Jagdish Barik
First published: August 27, 2020, 12:24 PM IST
corona virus btn
corona virus btn
Loading